ଇଟାଭାଟି ନିକଟରୁ ମିଳିଲା ମୃତଦେହ: ମୁହଁରେ ଲାଗିଛି ଲଙ୍କାଗୁଣ୍ଡ, ପାଖରେ ପଡ଼ିଛି ମଦ ବୋତଲ

 ରାଇଘର, ୧୫।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ୍‌  ବିଜୁ ପଟ୍ଟନାୟକ ମଡର୍ନ  ସ୍କୁଲ ପାଖ ଏକ ଇଟାଭାଟି ନିକଟରୁ ଶନିବାର ଜଣେ ଯୁବକଙ୍କ  ମୃତଦେହ ମିଳିଛି। ସେ ହେଲେ ରାଇଘର ବ୍ଲକ୍‌ ମାରଙ୍ଗପାଲି  ଗ୍ରାମର   ପବିତ୍ର ହରିଜନ(୨୮)।  ମୃତବ୍ୟକ୍ତିଙ୍କ ମୁହଁରେ ଲଙ୍କା ଗୁଣ୍ଡ ଲଗାଯାଇଛି। ଘଟଣାସ୍ଥଳରୁ ମଦ ବୋତଲ ସହ ଲଙ୍କାଗୁଣ୍ଡ ପ୍ୟାକେଟ ମିଳିଛି। ପାରିପାର୍ଶ୍ୱିକ ଅବସ୍ଥା ଦେଖି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ସୂଚନାନୁଯାୟୀ, ପବିତ୍ର ବାହାରେ ଦାଦନ ଖଟିବାକୁ ଯାଆନ୍ତି। ସେ […] The post ଇଟାଭାଟି ନିକଟରୁ ମିଳିଲା ମୃତଦେହ: ମୁହଁରେ ଲାଗିଛି ଲଙ୍କାଗୁଣ୍ଡ, ପାଖରେ ପଡ଼ିଛି ମଦ ବୋତଲ appeared first on Dharitri Odia News.

ଇଟାଭାଟି ନିକଟରୁ ମିଳିଲା ମୃତଦେହ: ମୁହଁରେ ଲାଗିଛି ଲଙ୍କାଗୁଣ୍ଡ, ପାଖରେ ପଡ଼ିଛି ମଦ ବୋତଲ
 ରାଇଘର, ୧୫।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ୍‌  ବିଜୁ ପଟ୍ଟନାୟକ ମଡର୍ନ  ସ୍କୁଲ ପାଖ ଏକ ଇଟାଭାଟି ନିକଟରୁ ଶନିବାର ଜଣେ ଯୁବକଙ୍କ  ମୃତଦେହ ମିଳିଛି। ସେ ହେଲେ ରାଇଘର ବ୍ଲକ୍‌ ମାରଙ୍ଗପାଲି  ଗ୍ରାମର   ପବିତ୍ର ହରିଜନ(୨୮)।  ମୃତବ୍ୟକ୍ତିଙ୍କ ମୁହଁରେ ଲଙ୍କା ଗୁଣ୍ଡ ଲଗାଯାଇଛି। ଘଟଣାସ୍ଥଳରୁ ମଦ ବୋତଲ ସହ ଲଙ୍କାଗୁଣ୍ଡ ପ୍ୟାକେଟ ମିଳିଛି। ପାରିପାର୍ଶ୍ୱିକ ଅବସ୍ଥା ଦେଖି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି।
ସୂଚନାନୁଯାୟୀ, ପବିତ୍ର ବାହାରେ ଦାଦନ ଖଟିବାକୁ ଯାଆନ୍ତି। ସେ ପ୍ରାୟ ୨ ମାସ ହେବ ଗାଁକୁ ଫେରିଥିଲେ। ଶୁକ୍ରବାର ସକାଳେ ଘରୁ ବାହାରିଥିଲେ। ସେ ଦିନରେ ମା’ଙ୍କ ସହ ଫୋନ୍‌ରେ କଥା ମଧ୍ୟ ହୋଇଥିଲେ। ଦିନବେଳା ରାଇଘର ହାଟରେ ପବିତ୍ର ବୁଲୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। କିନ୍ତୁ ସନ୍ଧ୍ୟାରେ ତାଙ୍କ ମା’ ପବିତ୍ରଙ୍କୁ ଫୋନ୍‌ ଲଗାଇଥିଲେ ମଧ୍ୟ ତାହା ଲାଗି ନ ଥିଲା। ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଶନିବାର ସକାଳେ କେତେଜଣ ଲୋକ ଇଟାଭାଟି ରାସ୍ତା ଦେଇ ଯାଉଥିବାବେଳେ ପବିତ୍ରଙ୍କ ମୃତଦେହ ଦେଖିଥିଲେ।
ସେମାନେ ରାଇଘର ପୋଲିସ ଓ ପବିତ୍ରଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ଉମରକୋଟ ଭାରପ୍ରାପ୍ତ ଏସ୍‌ଡିପିଓ ମୀନାକ୍ଷୀ ଠାକୁର, ରାଇଘର ଥାନାଧିକାରୀ ରଘୁନାଥ ମାଝୀ  ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇଘର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା।  ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ମା’ ରାଇଘର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ. ୩୭/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

The post ଇଟାଭାଟି ନିକଟରୁ ମିଳିଲା ମୃତଦେହ: ମୁହଁରେ ଲାଗିଛି ଲଙ୍କାଗୁଣ୍ଡ, ପାଖରେ ପଡ଼ିଛି ମଦ ବୋତଲ appeared first on Dharitri Odia News.