ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ

ଭୁବନେଶ୍ୱର,୩୧ା୧୦(ଅନୁରାଧା ମହାରଣା): ଏବେ ବି ଦିନରେ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ହେଲେ ରାତିରେ କୁହୁଡ଼ି ପଡ଼ିବା ସହ ଥଣ୍ଡା ଲାଗୁଛି। ଧୀରେ ଧୀରେ ରାଜ୍ୟରେ ତାପମାତ୍ରା କମିବା ସହ ଶୀତ ପଡ଼ିବ। ଗୁରୁବାରଠାରୁ ଉତ୍ତର ଭାରତ ପଟୁ ଥଣ୍ତା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ନଭେମ୍ବର ପହିଲାରୁ ସର୍ବନିମ୍ନ ତାପମାତ୍ରାରେ ଆହୁରି ହ୍ରାସ ଘଟିବ। ସେପଟେ ପଶ୍ଚିମ ଓ ଉତ୍ତର ଓଡି଼ଶାରେ ମେଘୁଆ ପାଗ ସହ ହାଲୁକା […] The post ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ appeared first on Dharitri Odia News.

ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ

ଭୁବନେଶ୍ୱର,୩୧ା୧୦(ଅନୁରାଧା ମହାରଣା): ଏବେ ବି ଦିନରେ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ହେଲେ ରାତିରେ କୁହୁଡ଼ି ପଡ଼ିବା ସହ ଥଣ୍ଡା ଲାଗୁଛି। ଧୀରେ ଧୀରେ ରାଜ୍ୟରେ ତାପମାତ୍ରା କମିବା ସହ ଶୀତ ପଡ଼ିବ। ଗୁରୁବାରଠାରୁ ଉତ୍ତର ଭାରତ ପଟୁ ଥଣ୍ତା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ନଭେମ୍ବର ପହିଲାରୁ ସର୍ବନିମ୍ନ ତାପମାତ୍ରାରେ ଆହୁରି ହ୍ରାସ ଘଟିବ। ସେପଟେ ପଶ୍ଚିମ ଓ ଉତ୍ତର ଓଡି଼ଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ। ତେଣୁ ସୋମବାର ସୁଦ୍ଧା ରାତିର ତାପମାତ୍ରାରେ ୩ ଡିଗ୍ରୀ କମିପାରେ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶାରେ ଗୁରୁବାର ରାତିରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିପାରେ। ତେବେ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ନଭେମ୍ବର ୧ରୁ ୫ ତାରିଖ ଭିତରେ ସର୍ବନିମ୍ନ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ କମିପାରେ।

The post ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ appeared first on Dharitri Odia News.