ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, ଏହି ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ, ୧୩।୬: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୋକସଭା ର୍ନିବାଚନରେ ଜିତି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏଥି ସହିତ, ପିଏମ ମୋଦୀ ୨୦୨୪ ଲୋକସଭା ର୍ନିବାଚନରେ ଜିତିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯିବାକୁ ବାହାରିଛନ୍ତି। ସେ ଜି ୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଇଟାଲୀ ଯିବେ । ବୈଦେଶିକ ସଚିବ ବିନୟ କ୍ୱାଟ୍ରା ନୂଆଦିଲ୍ଲୀରେ କହିଛନ୍ତି ଯେ ଶୁକ୍ରବାର ଦିନ ହେବାକୁ […] The post ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, ଏହି ସମ୍ମିଳନୀରେ ଯୋଗ ଦେବେ appeared first on Dharitri Odia News.

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, ଏହି ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ, ୧୩।୬: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୋକସଭା ର୍ନିବାଚନରେ ଜିତି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏଥି ସହିତ, ପିଏମ ମୋଦୀ ୨୦୨୪ ଲୋକସଭା ର୍ନିବାଚନରେ ଜିତିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯିବାକୁ ବାହାରିଛନ୍ତି। ସେ ଜି ୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଇଟାଲୀ ଯିବେ ।

ବୈଦେଶିକ ସଚିବ ବିନୟ କ୍ୱାଟ୍ରା ନୂଆଦିଲ୍ଲୀରେ କହିଛନ୍ତି ଯେ ଶୁକ୍ରବାର ଦିନ ହେବାକୁ ଥିବା ସମ୍ମିଳନୀରେ ଭାରତକୁ ଆମନ୍ତ୍ରଣ କରାଯାଇଛି। ଏହି ଗସ୍ତ ଭାରତ ଏବଂ ଗ୍ଲୋବାଲ ସାଉଥ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବାକୁ ଥିବା ଆଲୋଚନାଚକ୍ରରେ ବିଶ୍ୱ ନେତାଙ୍କ ସହ ସାମଲ୍‌ ହେବାର ଏକ ସୁଯୋଗ ହେବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ୧୧ତମ ଥର ଅଂଶଗ୍ରହଣ କରିବା ଭାରତ । ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ପଞ୍ଚମ ଥର ପାଇଁ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଜି ୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବୈଠକ ରହିଛି।

The post ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, ଏହି ସମ୍ମିଳନୀରେ ଯୋଗ ଦେବେ appeared first on Dharitri Odia News.