ସଞ୍ଜୟ ସିଂ-ମନୀଷ ସିସୋଡିଆଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କୋର୍ଟରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାରେ କୋର୍ଟ ପୁଣି ଥରେ ଉଭୟ ନେତାଙ୍କ ନ୍ୟାୟିକ ହେପାଜତକୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗତ ଶୁଣାଣିରେ ଅର୍ଥାତ୍ ଶନିବାର (ମାର୍ଚ୍ଚ ୨), ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଗୁରୁବାର ନିଜେ ଶେଷ ହେଉଥିବା ଏକ୍ସାଇଜ […] The post ସଞ୍ଜୟ ସିଂ-ମନୀଷ ସିସୋଡିଆଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କୋର୍ଟରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାରେ କୋର୍ଟ ପୁଣି ଥରେ ଉଭୟ ନେତାଙ୍କ ନ୍ୟାୟିକ ହେପାଜତକୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି
ଗତ ଶୁଣାଣିରେ ଅର୍ଥାତ୍ ଶନିବାର (ମାର୍ଚ୍ଚ ୨), ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଗୁରୁବାର ନିଜେ ଶେଷ ହେଉଥିବା ଏକ୍ସାଇଜ ପଲିସି ମାମଲାରେ ଏଏପି ନେତା ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ୫ଦିନ ବଢାଇ ଦେଇଛନ୍ତି।
ଗତ ଶୁଣାଣି ସମୟରେ ଇଡି ଯୁକ୍ତି ଦର୍ଶାଇଥିଲା ଯେପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ସୁଧାରତ୍ମକ ଆବେଦନ ବିଚାରାଧୀନ ଅଛି, ସିସୋଡିଆଙ୍କ ନିୟମିତ ଜାମିନ ଆବେଦନକୁ ବିଚାର କରାଯିବା ଉଚିତ ନୁହେଁ।
ସିସୋଡିଆଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ମୋହିତ ମଥୁର କହିଛନ୍ତି ଯେ କୋଇଲା ସ୍କାମ ମାମଲାରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଛୁଟି ଆବେଦନ ବିଚାରାଧୀନ ଥିବା ସତ୍ତ୍ୱେ ଶୁଣାଣି ପ୍ରକ୍ରିୟା ଜାରି ରହିଛି।
The post ସଞ୍ଜୟ ସିଂ-ମନୀଷ ସିସୋଡିଆଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି appeared first on Dharitri Odia News.