ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ
ସାନା,୨୭।୧୨: ୟେମେନରୁ ଏକ ବଡ ଖବର ଆସିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡକ୍ଟର ଟେଡ୍ରୋସ ତାଙ୍କ ସହକର୍ମୀଙ୍କ ସହ ବିମାନରେ ଯିବାକୁ ଯାଉଥିଲେ ଯେତେବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ବୋମା ବିସ୍ଫୋରଣ ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ଫ୍ଲାଇଟ କ୍ରୁ ସଦସ୍ୟ ଏବଂ ଚାଳକ […] The post ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ appeared first on Dharitri Odia News.
ସାନା,୨୭।୧୨: ୟେମେନରୁ ଏକ ବଡ ଖବର ଆସିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡକ୍ଟର ଟେଡ୍ରୋସ ତାଙ୍କ ସହକର୍ମୀଙ୍କ ସହ ବିମାନରେ ଯିବାକୁ ଯାଉଥିଲେ ଯେତେବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ବୋମା ବିସ୍ଫୋରଣ ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ଫ୍ଲାଇଟ କ୍ରୁ ସଦସ୍ୟ ଏବଂ ଚାଳକ ମଧ୍ୟ ଆହତ ହୋଇଥିଲେ।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଡବ୍ଲୁଏଚଓ ମୁଖ୍ୟ ଗେବ୍ରେଇସସ କହିଛନ୍ତି, ସଂଯୁକ୍ତ ରାଷ୍ଟ୍ର କର୍ମଚାରୀଙ୍କ ମୁକ୍ତିକୁ କଥାବାର୍ତ୍ତା କରିବା ଓ ୟମନରେ ସ୍ବାସ୍ଥ୍ୟ ଓ ମାନବୀୟ ସ୍ଥିତି ଆକଳନ କରିବାର ଲକ୍ଷ୍ୟ ଆଜି ଶେଷ ହୋଇଛି। ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଆମେ କାର୍ଯ୍ୟ କରିବୁ। ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ, ଯେତେବେଳେ ଆମେ ସନାକୁ ଉଡ଼ୁଥିଲୁ, ସେଠାରେ ଏକ ବିମାନ ଆକ୍ରମଣ ହୋଇଥିଲା। ଏଠାରେ ହୋଇଥିବା ବିସ୍ଫୋରଣରେ ପାଇଲଟ ଏବଂ ବିମାନର ସଦସ୍ୟମାନେ ମଧ୍ୟ ଆହତ ହୋଇଥିଲେ।
WHO ମୁଖ୍ୟ ଗେବ୍ରେଇସସ କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆମେ ସନାରୁ ଯାତ୍ରା କରିବାକୁ ଯାଉଥିଲୁ। ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ ହୋଇଥିଲା। ଏଥିରେ ଆମର ବିମାନର ଜଣେ କ୍ରୁ ସଦସ୍ୟ ଆହତ ହୋଇଥିଲେ। ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ଏବଂ ପ୍ରସ୍ଥାନ ଲାଉଞ୍ଜ ଆମଠାରୁ ମାତ୍ର କିଛି ମିଟର ଦୂରରେ ଥିଲା । ରନୱେ କ୍ଷତିଗ୍ରସ୍ତ ହୋଇଛି।
The post ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ appeared first on Dharitri Odia News.