ଇଟାଲୀରେ ପହଞ୍ଚିଲେ ମୋଦି

ରୋମ୍‌,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ କାନାଡା, ଫ୍ରାନ୍ସ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଜୁନ ୧୪ ପର୍ଯ୍ୟନ୍ତ ଇଟାଲୀରେ ରହିବେ। ମେଲୋନିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି, ବ୍ରିଟେନର ପ୍ରଧାନମନ୍ତ୍ରୀ, […] The post ଇଟାଲୀରେ ପହଞ୍ଚିଲେ ମୋଦି appeared first on Dharitri Odia News.

ଇଟାଲୀରେ ପହଞ୍ଚିଲେ ମୋଦି

ରୋମ୍‌,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ କାନାଡା, ଫ୍ରାନ୍ସ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ।

Image

ପ୍ରଧାନମନ୍ତ୍ରୀ ଜୁନ ୧୪ ପର୍ଯ୍ୟନ୍ତ ଇଟାଲୀରେ ରହିବେ। ମେଲୋନିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି, ବ୍ରିଟେନର ପ୍ରଧାନମନ୍ତ୍ରୀ, ଜାପାନର ପ୍ରଧାନମନ୍ତ୍ରୀଙ୍କ ପରି ଅନ୍ୟ ବ୍ୟକ୍ତିତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହି ଅବଧି ମଧ୍ୟରେ, ବାଣିଜ୍ୟ ବ୍ୟତୀତ, ରଣନୀତିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ମଧ୍ୟ ଅଛି ।

G7 Summit: इटली पहुंचे पीएम मोदी का जोर-शोर से हुआ स्वागत, जी-7 सम्मेलन से इतर राष्ट्रपति बाइडन से कर सकते हैं मुलाकात

ସୂଚନାଯୋଗ୍ୟ, ଜି-୭ ଶିଖର ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ବିଶ୍ୱ ଦୁଇଟି ଭୟଙ୍କର ସଶସ୍ତ୍ର ବିବାଦର ସମ୍ମୁଖୀନ ହେଉଛି (ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ)ଯୁଦ୍ଧ। ଏହି ଦୁଇଟି ବିବାଦର ଅନ୍ତ ଘଟାଇବା ପାଇଁ ଜି-୭ ଶିଖର ସମ୍ମିଳନୀରେ କୌଣସି ଠୋସ ପଦକ୍ଷେପ ନିଆଯାଉଛି କି ନାହିଁ ତାହା ମଧ୍ୟ ଆକର୍ଷଣୀୟ ହେବ।

The post ଇଟାଲୀରେ ପହଞ୍ଚିଲେ ମୋଦି appeared first on Dharitri Odia News.