ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ୍; ତଥାପି ବନ୍ଦ କୋଠରୀରୁ ମିଳିବନି ମୁକ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ୍ । ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ସୁପ୍ରିମକୋର୍ଟ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଆପ୍ ସୁପ୍ରିମୋ । କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ ମଧ୍ୟ ଇଡିର ଗିରଫଦାରୀ ଭୁଲ୍ କିମ୍ବା ଠିକ୍ ନେଇ ରାୟ ଶୁଣାଇ ନାହାନ୍ତି । ସେପଟେ ଇଡି ତରଫକୁ ମାମଲାରେ ବଡ଼ ବେଞ୍ଚକୁ ପଠାଯାଇଛି । ସର୍ବୋଚ୍ଚ ଅଦାଲତର ତିନି ଜଣିଆ ବେଞ୍ଚରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ । ସୁପ୍ରିମକୋର୍ଟଙ୍କ ଜାମିନ୍ ପରେ ବି ତିହାର ଜେଲରୁ ବାହାରିବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କାରଣ ସିବିଆଇ ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫଦାରୀ ଚ୍ୟାଲେଞ୍ଜ୍ ଆବେଦନ ୩ ଜଜ୍ ବିଶିଷ୍ଟ ଖଣ୍ଡପୀଠରେ ଶୁଣାଣି ହେବ । ଇଡି ପକ୍ଷରୁ ମାମଲାକୁ ବଡ଼ ବେଞ୍ଚକୁ ପଠାଯାଇଛି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏଥିପାଇଁ ତିନି ବିଚାରପତି ନିଯୁକ୍ତ କରିବେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆନ୍ତରୀଣ ଜାମିନ୍ ମିଳିଛି । ହେଲେ ଏହି ମାମଲାର ଶୁଣାଣି ବଡ଼ ବେଞ୍ଚରେ ହେବ । ଅନ୍ୟପଟେ ଅନ୍ତରୀଣ ଜାମିନ୍ ମିଳିଥିଲେ ମଧ୍ୟ ଆପ୍ ସୁପ୍ରିମୋଙ୍କ ତିହାର ଜେଲରୁ ମୁକ୍ତି ମିଳିବ ନାହିଁ ।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ୍ । ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ସୁପ୍ରିମକୋର୍ଟ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଆପ୍ ସୁପ୍ରିମୋ । କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ ମଧ୍ୟ ଇଡିର ଗିରଫଦାରୀ ଭୁଲ୍ କିମ୍ବା ଠିକ୍ ନେଇ ରାୟ ଶୁଣାଇ ନାହାନ୍ତି । ସେପଟେ ଇଡି ତରଫକୁ ମାମଲାରେ ବଡ଼ ବେଞ୍ଚକୁ ପଠାଯାଇଛି । ସର୍ବୋଚ୍ଚ ଅଦାଲତର ତିନି ଜଣିଆ ବେଞ୍ଚରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ । ସୁପ୍ରିମକୋର୍ଟଙ୍କ ଜାମିନ୍ ପରେ ବି ତିହାର ଜେଲରୁ ବାହାରିବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କାରଣ ସିବିଆଇ ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫଦାରୀ ଚ୍ୟାଲେଞ୍ଜ୍ ଆବେଦନ ୩ ଜଜ୍ ବିଶିଷ୍ଟ ଖଣ୍ଡପୀଠରେ ଶୁଣାଣି ହେବ । ଇଡି ପକ୍ଷରୁ ମାମଲାକୁ ବଡ଼ ବେଞ୍ଚକୁ ପଠାଯାଇଛି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏଥିପାଇଁ ତିନି ବିଚାରପତି ନିଯୁକ୍ତ କରିବେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆନ୍ତରୀଣ ଜାମିନ୍ ମିଳିଛି । ହେଲେ ଏହି ମାମଲାର ଶୁଣାଣି ବଡ଼ ବେଞ୍ଚରେ ହେବ । ଅନ୍ୟପଟେ ଅନ୍ତରୀଣ ଜାମିନ୍ ମିଳିଥିଲେ ମଧ୍ୟ ଆପ୍ ସୁପ୍ରିମୋଙ୍କ ତିହାର ଜେଲରୁ ମୁକ୍ତି ମିଳିବ ନାହିଁ । ଏବେ ସେ ସିବିଆଇ କଷ୍ଟୋଡିରେ ରହିଛନ୍ତି । ତେଣୁ ସେ ଜେଲରେ ରହିବେ ।
ଅବକାରୀ ନୀତି ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା କହିଛନ୍ତି, କେଜ୍ରିଓ୍ବାଲ ଗିରଫ କାରଣରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନିଷ୍ପତ୍ତି ଶୁଣାଇ ପାରିବୁ ନାହିଁ । ଏହା ସେ ୯୦ ଦିନରୁ ଅଧିକ ସମୟ ଜେଲରେ ରହିସାରିଲେଣି, ତେଣୁ ମୁଖ୍ୟମନ୍ତ୍ରୀ ପଦରେ ସେ ରହିବେ କି ନାହିଁ ଏହା ସେ ନିଷ୍ପତ୍ତି ନେବେ । ଏହା ସହିତ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, କେବଳ ପଚରାଉଚରା ଆଧାରରେ ଗିରଫଦାରୀ ଅନୁମତି ଦିଆଯାଇ ପାରିବ ନାହିଁ ।...