ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ
ନୂଆଦିଲ୍ଲୀ,୭।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି। ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି। ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ରାଉସ୍ ଆଭିନ୍ୟୁ କୋର୍ଟ ବୁଧବାର ଅପରାହ୍ନରେ ରାୟ ଦେବେ ବୋଲି ଜଣାପଡ଼ିଛି। ତେବେ କୋର୍ଟ ପକ୍ଷରୁ କେଜ୍ରିଓ୍ବାଲଙ୍କୁ ଝଟ୍କା ଲାଗିବ ନା ଇଡିର ତଦନ୍ତରୁ ତାଙ୍କୁ ଆଶ୍ୱସ୍ତି ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି। ସୂଚନା ଥାଉ କି, […] The post ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ appeared first on Dharitri Odia News.
ନୂଆଦିଲ୍ଲୀ,୭।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି। ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି। ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ରାଉସ୍ ଆଭିନ୍ୟୁ କୋର୍ଟ ବୁଧବାର ଅପରାହ୍ନରେ ରାୟ ଦେବେ ବୋଲି ଜଣାପଡ଼ିଛି। ତେବେ କୋର୍ଟ ପକ୍ଷରୁ କେଜ୍ରିଓ୍ବାଲଙ୍କୁ ଝଟ୍କା ଲାଗିବ ନା ଇଡିର ତଦନ୍ତରୁ ତାଙ୍କୁ ଆଶ୍ୱସ୍ତି ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଥାଉ କି, ଅବକାରୀ ମାମଲାରେ ୫ ଥର ସମନ ପଠାଇବା ସତ୍ତ୍ୱେ କେଜ୍ରିଓ୍ବାଲଙ୍କ ବିରୋଧରେ ଶନିବାର ଇଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ପକ୍ଷରୁ ସମନ ଜାରି କରାଯାଉ ବୋଲି ଅନୁରୋଧ କରାଯାଇଛି। ତେବେ ବୁଧବାର ପୂର୍ବାହ୍ନରେ ଭିଡିଓ କନ୍ଫରେନ୍ସିଂ ଯୋଗେ ଶୁଣାଣି କରାଯାଇଥିବା ବେଳେ ଇଡିର ଦଲିଲ ଶୁଣି କୋର୍ଟ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି। ଅପରାହ୍ନ ୪ଟାରେ ଏହାର ରାୟ ଆସିବ।
The post ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ appeared first on Dharitri Odia News.