‘ଇଣ୍ଡି’ ମେଣ୍ଟ; ମୁମ୍ବାଇରେ ରାହୁଲ ଗାନ୍ଧିଙ୍କ ସଙ୍କଳ୍ପ ପଦଯାତ୍ରା, ତେଜପାଲ୍ ଭବନରେ ବୈଠକ

ମୁମ୍ବାଇ: ଏକ ମାସ ପରେ ଆରମ୍ଭ ହେବ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଆକ୍ଟିଭ୍ ମୋଡକୁ ଆସିଛି ‘ଇଣ୍ଡି’ ମେଣ୍ଟ । ରବିବାର ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଶେଷ ହେବ । ମିଣିପୁରରୁ ମୁମ୍ବାଇ ସାଢ଼େ ୬ ହଜାର କିଲୋମିଟର ଯାତ୍ରା ଆଜି ଶେଷ ହେଉଥିବା ବେଳେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ରାହୁଲ ଗାନ୍ଧି ମୁମ୍ବାଇର ମଣି ଭବନରୁ ଅଗଷ୍ଟ କ୍ରାନ୍ତି ଷ୍ଟାଡିୟମ ପର୍ଯ୍ୟନ୍ତ ସଙ୍କଳ୍ପ ପଦଯାତ୍ରା କରିବେ । ଏହି ଶୋଭାଯାତ୍ରାରେ ବିପକ୍ଷ ‘ଇଣ୍ଡି’ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବ । କଂଗ୍ରସର ନେତୃତ୍ବରେ ବିରୋଧୀ ମେଣ୍ଟ ମୁମ୍ବାଇର ଶିବାଜୀ ପାର୍କରୁ ରବିବାର ଏକ ମେଗା ରାଲି କରିବ । ଏଥିରେ ଇଣ୍ଡି ମେଣ୍ଟର ବହୁ ନେତା ସାମିଲ୍  ହେବେ । କୁହାଯାଉଛି, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାର ସମାପନ ରାଲିରେ ସାମିଲ୍ ହେବେ । ଏହି ରାଲି ବିପକ୍ଷ ନେତାର ରଣହୁଙ୍କର ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବ । ରାହୁଲ ଗାନ୍ଧିଙ୍କ ନେତୃତ୍ବରେ  ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଏହି ମେଗା ରାଲିରେ ରାହୁଲ ଗାନ୍ଧି ଭାରତ ୧୫ ରାଜ୍ୟ, ୧୧୦ ଜିଲ୍ଲା, ୧୦୦ ଲୋକସଭା କ୍ଷେତ୍ର ଏବଂ ୩୩୭ ବିଧାନସଭା ଆସନରେ ଜନସଭା କରି ମୁମ୍ବାଇ ପହଞ୍ଚିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧି ପ୍ରାୟ ୬୭୦୦ କି.ମି. ଯାତ

‘ଇଣ୍ଡି’ ମେଣ୍ଟ; ମୁମ୍ବାଇରେ ରାହୁଲ ଗାନ୍ଧିଙ୍କ ସଙ୍କଳ୍ପ ପଦଯାତ୍ରା, ତେଜପାଲ୍ ଭବନରେ ବୈଠକ

ମୁମ୍ବାଇଏକ ମାସ ପରେ ଆରମ୍ଭ ହେବ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଆକ୍ଟିଭ୍ ମୋଡକୁ ଆସିଛି ଇଣ୍ଡି ମେଣ୍ଟ । ରବିବାର ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଶେଷ ହେବ । ମିଣିପୁରରୁ ମୁମ୍ବାଇ ସାଢ଼େ ୬ ହଜାର କିଲୋମିଟର ଯାତ୍ରା ଆଜି ଶେଷ ହେଉଥିବା ବେଳେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ରାହୁଲ ଗାନ୍ଧି ମୁମ୍ବାଇର ମଣି ଭବନରୁ ଅଗଷ୍ଟ କ୍ରାନ୍ତି ଷ୍ଟାଡିୟମ ପର୍ଯ୍ୟନ୍ତ ସଙ୍କଳ୍ପ ପଦଯାତ୍ରା କରିବେ । ଏହି ଶୋଭାଯାତ୍ରାରେ ବିପକ୍ଷ ଇଣ୍ଡି ମେଣ୍ଟ ଶକ୍ତି ପ୍ରଦର୍ଶନ କରିବ । 

କଂଗ୍ରସର ନେତୃତ୍ବରେ ବିରୋଧୀ ମେଣ୍ଟ ମୁମ୍ବାଇର ଶିବାଜୀ ପାର୍କରୁ ରବିବାର ଏକ ମେଗା ରାଲି କରିବ । ଏଥିରେ ଇଣ୍ଡି ମେଣ୍ଟର ବହୁ ନେତା ସାମିଲ୍  ହେବେ । କୁହାଯାଉଛି, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାର ସମାପନ ରାଲିରେ ସାମିଲ୍ ହେବେ । ଏହି ରାଲି ବିପକ୍ଷ ନେତାର ରଣହୁଙ୍କର ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବ । 

ରାହୁଲ ଗାନ୍ଧିଙ୍କ ନେତୃତ୍ବରେ  ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଏହି ମେଗା ରାଲିରେ ରାହୁଲ ଗାନ୍ଧି ଭାରତ ୧୫ ରାଜ୍ୟ, ୧୧୦ ଜିଲ୍ଲା, ୧୦୦ ଲୋକସଭା କ୍ଷେତ୍ର ଏବଂ ୩୩୭ ବିଧାନସଭା ଆସନରେ ଜନସଭା କରି ମୁମ୍ବାଇ ପହଞ୍ଚିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧି ପ୍ରାୟ ୬୭୦୦ କି.ମି. ଯାତ୍ରା କରିଛନ୍ତି । ତେବେ ଆଜି ସଙ୍କଳ୍ପ ରାଲିରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ସାମଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ୍ ସିଂହ ଯାଦବ, ରାଜେଡି ନେତା ତେଜସ୍ବୀ ଯାଦବ, ଶିବସେନାର ଉଦ୍ଧବ ଗୋଷ୍ଠୀ ଏବଂ ଶରଦ ପାଓ୍ବାର୍ ସାମିଲ ହେବା ନେଇ ସୂଚନା ରହିଛି । 

ବିଜେପିକୁ ବଡ଼ ଝଟକା: ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଅଜୟ ସିଂହ

ଇଣ୍ଡି’ ମେଣ୍ଟର ପ୍ରମୁଖ ରାଲି ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ମୁମ୍ବାଇର ମଣିଭବନରୁ କ୍ରାନ୍ତି ଷ୍ଟାଡିୟମ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିବେ । ଏହା ସହିତ କଂଗ୍ରେସର ୧୮୮୫ ମସିହା ପ୍ରଥମ ଅଧିବେଶନ ଯେଉଁଠି ହୋଇଥିଲା, ସେହି ଗୋକୁଲଦାସ୍ ତେଜପାଲ୍ ଭବନରେ ରାହୁଲ ଗାନ୍ଧି ବୈଠକ କରି ନେତାଙ୍କ ସହିତ ଆଲୋଚନା କରିବେ ।