‘ଇଣ୍ଡିଆ’ ପ୍ରଦର୍ଶନକୁ ନେଇ ଖପ୍ପା ଦିଦି; କହିଲେ ସୁଯୋଗ ମିଳିଲେ ନେତୃତ୍ବ ନେବାକୁ ପ୍ରସ୍ତୁତ
କୋଲକାତା: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ଇଣ୍ଡି’ ମେଣ୍ଟର ପ୍ରଦର୍ଶନ ଖରାପ ରହିଛି । ଫଳରେ ଇଣ୍ଡିଆ ଗଠବନ୍ଧନକୁ ଆଶାଜନକ ସିଟ୍ ମିଳିପାରିଲା ନାହିଁ । ରେଜଲ୍ଟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ସେ ‘ଇଣ୍ଡି’ ମେଣ୍ଟକୁ ଲିଡ୍ କରିବାକୁ ପ୍ରସ୍ତୁତ ରହିଛନ୍ତି । ବିଜେପି ସରକାରକୁ ଚେକ୍ ଦେବା ପାଇଁ ବିରୋଧୀ ମୋର୍ଚ୍ଚାକୁ ସଶକ୍ତ କରିବାକୁ ପଡ଼ିବ । ଏଥିପାଇଁ ସେ ନିଜ କାନ୍ଧକୁ ସମସ୍ତ ବୋଝ ନେବାକୁ ପ୍ରସ୍ତୁତ ରହିଛନ୍ତି ଏକ ଟିଭି ଚ୍ୟାଲେନକୁ ସାକ୍ଷାତକାର ଦେଇ ଦିଦି କହିଛନ୍ତି, ଇଣ୍ଡିଆ ବ୍ଲକ୍ ତାଙ୍କ ନେତୃତ୍ବରେ ଗଠନ ହୋଇଛି । ଏହାକୁ ଯଦି ସେମାନେ ଠିକ୍ ଢଙ୍ଗରେ ପରିଚାଳନା କରିନପାରିବେ, ଏଥିରେ ତାଙ୍କର କିଛି ଭୁଲ୍ ନାହିଁ । ସମସ୍ତଙ୍କୁ ଏକସଙ୍ଗରେ ଧରି ‘ଇଣ୍ଡିଆ’ ମେଣ୍ଟକୁ ଚଲାଇବାକୁ ହେବ । ବିଜେପି ସହ ମୁକାବିଲା କରିବା ପାଇଁ ଇଣ୍ଡିଆ ବ୍ଲକ୍ ଗଠନ କରାଯାଇଥିଲା । ଦୁଇ ଡଜନରୁ ଅଧିକ ବିରୋଧୀ ଦଳ ଏଥିରେ ସାମିଲ୍ ହୋଇଥିଲେ । ମାତ୍ର ଆନ୍ତରିକତା, ମତଭେଦ ଏବଂ ତାଳମେଳ ଅଭାବକୁ ନେଇ ଅନେକ ସମୟରେ ଆଲୋଚନା ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ବୟାନ ପାର୍ଟି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ବାରା କଂଗ୍ରେସ ଏବଂ ଅନ୍ୟ ଇଣ୍ଡିଆ ବ୍ଲକ୍ର ଅନ୍ୟ ସହଯୋଗୀ ଦଳକୁ ନେଇ ଦେଇଥିବା ମନ୍ତବ୍ୟ ପରେ ସ
କୋଲକାତା: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ଇଣ୍ଡି’ ମେଣ୍ଟର ପ୍ରଦର୍ଶନ ଖରାପ ରହିଛି । ଫଳରେ ଇଣ୍ଡିଆ ଗଠବନ୍ଧନକୁ ଆଶାଜନକ ସିଟ୍ ମିଳିପାରିଲା ନାହିଁ । ରେଜଲ୍ଟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ସେ ‘ଇଣ୍ଡି’ ମେଣ୍ଟକୁ ଲିଡ୍ କରିବାକୁ ପ୍ରସ୍ତୁତ ରହିଛନ୍ତି । ବିଜେପି ସରକାରକୁ ଚେକ୍ ଦେବା ପାଇଁ ବିରୋଧୀ ମୋର୍ଚ୍ଚାକୁ ସଶକ୍ତ କରିବାକୁ ପଡ଼ିବ । ଏଥିପାଇଁ ସେ ନିଜ କାନ୍ଧକୁ ସମସ୍ତ ବୋଝ ନେବାକୁ ପ୍ରସ୍ତୁତ ରହିଛନ୍ତି ଏକ ଟିଭି ଚ୍ୟାଲେନକୁ ସାକ୍ଷାତକାର ଦେଇ ଦିଦି କହିଛନ୍ତି, ଇଣ୍ଡିଆ ବ୍ଲକ୍ ତାଙ୍କ ନେତୃତ୍ବରେ ଗଠନ ହୋଇଛି । ଏହାକୁ ଯଦି ସେମାନେ ଠିକ୍ ଢଙ୍ଗରେ ପରିଚାଳନା କରିନପାରିବେ, ଏଥିରେ ତାଙ୍କର କିଛି ଭୁଲ୍ ନାହିଁ । ସମସ୍ତଙ୍କୁ ଏକସଙ୍ଗରେ ଧରି ‘ଇଣ୍ଡିଆ’ ମେଣ୍ଟକୁ ଚଲାଇବାକୁ ହେବ ।
ବିଜେପି ସହ ମୁକାବିଲା କରିବା ପାଇଁ ଇଣ୍ଡିଆ ବ୍ଲକ୍ ଗଠନ କରାଯାଇଥିଲା । ଦୁଇ ଡଜନରୁ ଅଧିକ ବିରୋଧୀ ଦଳ ଏଥିରେ ସାମିଲ୍ ହୋଇଥିଲେ । ମାତ୍ର ଆନ୍ତରିକତା, ମତଭେଦ ଏବଂ ତାଳମେଳ ଅଭାବକୁ ନେଇ ଅନେକ ସମୟରେ ଆଲୋଚନା ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ବୟାନ ପାର୍ଟି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ବାରା କଂଗ୍ରେସ ଏବଂ ଅନ୍ୟ ଇଣ୍ଡିଆ ବ୍ଲକ୍ର ଅନ୍ୟ ସହଯୋଗୀ ଦଳକୁ ନେଇ ଦେଇଥିବା ମନ୍ତବ୍ୟ ପରେ ସାମ୍ନାକୁ ଆସିଛି । କଲ୍ୟାଣ ବାନାର୍ଜୀ କହିଥିଲେ କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍କୁ ନିଜ ଅହଂକାରକୁ ଆଗରେ ରଖିବା ଦରକାର ଏବଂ ମମତା ବାନାର୍ଜୀଙ୍କୁ ‘ଇଣ୍ଡି’ ମେଣ୍ଟର ନେତା ଭାବେ ମାନ୍ୟତା ଦେବାର ଆବଶ୍ୟକତା ରହିଛି ।
ସୂଚନା ଅନୁଯାୟୀ, ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ ଦେଖାଇଛି । ଦେବେନ୍ଦ୍ର ଫଡନବିସଙ୍କ ନେତୃତ୍ବରେ ପାର୍ଟିକୁ ସର୍ବାଧିକ ଆସନ ମିଳିଛି । ଏପଟେ କଂଗ୍ରେସର ପ୍ରଦର୍ଶନ ଅତି ଶୋଚନୀୟ ରହିଛି । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମର ପାଇଁ ମେଣ୍ଟ ଇଣ୍ଡିଆ ସରକାରକୁ ଫେରିଛି । ମୋଟାମୋଟି ଭାବେ ଦେଖିବାକୁ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ବ୍ଲକ୍ର ନେତୃତ୍ବ ନେବା କଥା ଉଠାଇଛନ୍ତି ।..