ଏବେ ବିବାହ ଋତୁ ଉପରେ ବ୍ୟବସାୟୀଙ୍କ ନଜର, ଦେଶରେ ହେବ ୪୮ଲକ୍ଷ ବାହାଘର, ଜାଣନ୍ତୁ କେତେ ଟଙ୍କାର ହେବ କାରବାର

ନୂଆଦିଲ୍ଲୀ  ୪।୧୧: ପାର୍ବଣରେ ଭଲ କାରବାର ପରେ ଏବେ ସାରା ଦେଶରେ ବ୍ୟବସାୟୀଙ୍କ ନଜର ବିବାହ ଋତୁ ଉପରେ। ଏଥି ପାଇଁ ବଡ଼ ବଡ଼ ବ୍ୟବସାୟୀ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି। ବିବାହ ଋତୁ ଦେବଉତ୍ଥାନ ଏକାଦଶୀ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବିବାହ ଋତୁରେ ଦେଶରେ ପାଖାପଖି ୪୮ ଲକ୍ଷ ବାହାଘର ହେବ ବୋଲି ଆକଳନ କରାଯାଉଛି। ଯେଉଁଥିରେ ୬ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି। କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଟି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ରିଟେଲ କ୍ଷେତ୍ର, ଯେଉଁଥିରେ ସେବା ଓ ସାମଗ୍ରୀ ଉଭୟ ସାମିଲ ଅନୁମାନିକ ଖର୍ଚ୍ଚରେ ବଡ଼ ଯୋଗଦାନ କରିବେ ବୋଲି ଆକଳନ କରାଯାଇଛି। ଗତବର୍ଷ ଏହି ସମୟରେ ଦେଶରେ ୩୫ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରୁ ୪.୨୫ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଏଥିର ଶୁଭ ବିବାହ ମୂହୁର୍ତ୍ତର ତିଥି ଅଧିକ ଥିବାରୁ ବ୍ୟବସାୟରେ ଖାସ ବୃଦ୍ଧି ଅନୁମାନ କରାଯାଉଛି। ୨୦୨୩ ବିବାହ ଋତୁରେ ମାତ୍ର ୧୧ଟି ବିବାହ ତିଥି ଥିଲା। ହେଲେ ଏ ବର୍ଷ ୧୮ଟି ବିବାହ ତିଥି ରହିଛି। ଏଣୁ ବ୍ୟବସାୟରେ ଢେର ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ କେବଳ ରାଜଧାନୀ ଦିଲ୍ଲୀରେ ଏ ବର୍ଷ ୪.୫ ଲକ୍ଷ ବିବାହ ଅନୁଷ୍ଠିତ ହେବ। ଏଥିରୁ ୧.୫ ଲକ୍ଷ କୋଟି ଟଙ୍କାର ବେପାର ଆଶା କରାଯାଉଛି। ସିଏଟି ବେଦ ଏବଂ ଆଧ୍ୟାତ୍ମ କମିଟି ସଂଯୋଜକ ଆଚାର୍ଯ୍ୟ ଦ

ଏବେ ବିବାହ ଋତୁ ଉପରେ ବ୍ୟବସାୟୀଙ୍କ ନଜର, ଦେଶରେ ହେବ ୪୮ଲକ୍ଷ ବାହାଘର, ଜାଣନ୍ତୁ କେତେ ଟଙ୍କାର ହେବ କାରବାର

ନୂଆଦିଲ୍ଲୀ  ୪।୧୧: ପାର୍ବଣରେ ଭଲ କାରବାର ପରେ ଏବେ ସାରା ଦେଶରେ ବ୍ୟବସାୟୀଙ୍କ ନଜର ବିବାହ ଋତୁ ଉପରେ। ଏଥି ପାଇଁ ବଡ଼ ବଡ଼ ବ୍ୟବସାୟୀ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି। ବିବାହ ଋତୁ ଦେବଉତ୍ଥାନ ଏକାଦଶୀ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବିବାହ ଋତୁରେ ଦେଶରେ ପାଖାପଖି ୪୮ ଲକ୍ଷ ବାହାଘର ହେବ ବୋଲି ଆକଳନ କରାଯାଉଛି। ଯେଉଁଥିରେ ୬ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି। 

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଟି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ରିଟେଲ କ୍ଷେତ୍ର, ଯେଉଁଥିରେ ସେବା ଓ ସାମଗ୍ରୀ ଉଭୟ ସାମିଲ ଅନୁମାନିକ ଖର୍ଚ୍ଚରେ ବଡ଼ ଯୋଗଦାନ କରିବେ ବୋଲି ଆକଳନ କରାଯାଇଛି। ଗତବର୍ଷ ଏହି ସମୟରେ ଦେଶରେ ୩୫ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରୁ ୪.୨୫ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଏଥିର ଶୁଭ ବିବାହ ମୂହୁର୍ତ୍ତର ତିଥି ଅଧିକ ଥିବାରୁ ବ୍ୟବସାୟରେ ଖାସ ବୃଦ୍ଧି ଅନୁମାନ କରାଯାଉଛି। 

୨୦୨୩ ବିବାହ ଋତୁରେ ମାତ୍ର ୧୧ଟି ବିବାହ ତିଥି ଥିଲା। ହେଲେ ଏ ବର୍ଷ ୧୮ଟି ବିବାହ ତିଥି ରହିଛି। ଏଣୁ ବ୍ୟବସାୟରେ ଢେର ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ କେବଳ ରାଜଧାନୀ ଦିଲ୍ଲୀରେ ଏ ବର୍ଷ ୪.୫ ଲକ୍ଷ ବିବାହ ଅନୁଷ୍ଠିତ ହେବ। ଏଥିରୁ ୧.୫ ଲକ୍ଷ କୋଟି ଟଙ୍କାର ବେପାର ଆଶା କରାଯାଉଛି। ସିଏଟି ବେଦ ଏବଂ ଆଧ୍ୟାତ୍ମ କମିଟି ସଂଯୋଜକ ଆଚାର୍ଯ୍ୟ ଦୁର୍ଗେଶ ତାରେଙ୍କ ଅନୁସାରେ ଏ ବର୍ଷ ବିବାହ ଋତୁରେ କେବଳ ନଭେମ୍ବରରେ ୧୨,୧୩,୧୭,୧୮,୨୨,୨୩,୨୫,୨୬,୨୮ ଓ ୨୯ ତାରିଖ ୧୦ ଦିନ ରହିଛି। ସେହି ପରି ଡିସେମ୍ବରରେ ୪,୫.୯.୧୦,୧୧,୧୪,୧୫ ଓ ୧୬ ତାରିଖ ୮ ଦିନ ରହିଛି। ଏହା ପରେ ପାଖାପାଖି ଏକ ମାସ ବିବାହ ବନ୍ଦ ରହିବ ୨୦୨୫ ମଧ୍ୟ ଜାନୁୟାରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପୁଣି ବିବାହ ଋତୁ ଆରମ୍ଭ ହେବ।