ଦକ୍ଷିଣ ଆମେରିକାରେ UPI ପ୍ରଣାଳୀ ଗ୍ରହଣ କରିବାରେ ପେରୁ ହେଲା ପ୍ରଥମ ଦେଶ, NIPL କଲେ ସହଯୋଗ
ନୂଆଦିଲ୍ଲୀ ୫।୬: ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ ଲମିଟେଡ (ଏନଆଇପିଏଲ) ଓ ରିଜର୍ଭ ବ୍ୟାଙ୍କ ଅଫ ପେରୁ ମଧ୍ୟରେ ୟୁପିଆଇ ଭଳି ପେମେଣ୍ଟ ସିଷ୍ଟମ ଲାଗୁ କରିବା ପାଇଁ ସହଯୋଗୀ ହୋଇଛନ୍ତି। ଏନଆଇପିଏଲ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ପୂର୍ଣ୍ଣମାଲିକାନାଧୀନ ଅନୁଷଙ୍ଗି କମ୍ପାନୀ। ଏନଆଇପିଏଲ ଏକ ବୟାନରେ କହିଛନ୍ତି ଯେ ଏହି ସହଯୋଗ ଏକ ମାଇଲ ଖୁଣ୍ଟି, ଯାହା ଦ୍ୱାରା ପେରୁ ଦକ୍ଷିଣ ଆମେରିକାରେ ୟୁପିଆଇ ଆପଣାଇବାରେ ପ୍ରଥମ ଦେଶ ପାଲଟିଛି। ଏଥିରେ କୁହାଯାଇଛି ଯେ ଏନଆଇପିଏଲ ଓ ପେରୁ କେନ୍ଦ୍ରୀୟ ବ୍ୟାଙ୍କ (ବିସିଆରପି) ପେରୁରେ ୟୁପିଆଇ ଭଳି ତତ୍କାଳ ସମୟରେ ପୈଠ ପ୍ରଣାଳୀକୁ ସକ୍ଷମ କରିବା ଲାଗି ଏକ ଭାଗିଦାରୀ ଘୋଷଣା କରିଛନ୍ତି। ଏହି ରଣନୈତିକ ଭାଗିଦାରୀ ବିସିଆରପିକୁ ଦେଶ ଭିତରେ ଏକ କୁଶଳ ପୈଠ ମଞ୍ଚ ସ୍ଥାପିତ କରିବା ଓ ବ୍ୟକ୍ତି ତଥା କାରବାର କ୍ଷେତ୍ରଙ୍କ ମଧ୍ୟରେ ତତ୍କାଳ ପୈଠର ସୁବିଧା ପ୍ରଦାନ କରିବାରେ ସକ୍ଷମ କରିବ। ଏନପିସିଆଇ ଇଣ୍ଟରନ୍ୟାସନାଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ରିତେଶ ଶୁକ୍ଳା କହିଛନ୍ତି ଯେ ଏହି ଭାଗିଦାରୀର ଉଦ୍ଦେଶ୍ୟ ପେରୁର ଆର୍ଥିକ ଭିତ୍ତିଭୂମିକୁ ମଜଭୁତ କରିବା ଓ ଆର୍ଥିକ ବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଭାରତ ବାହାରେ ଏପରି ପୈଠ ପ୍ରଣାଳୀ କାର୍ଯ୍ୟକ୍ଷମ କରିବାରେ ବିଶ୍ୱରେ ପେରୁ ଭାରତ ପରେ ଦ୍ୱିତୀୟ ଦେଶରେ ପରିଣତ ହୋଇଛି।
ନୂଆଦିଲ୍ଲୀ ୫।୬: ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ ଲମିଟେଡ (ଏନଆଇପିଏଲ) ଓ ରିଜର୍ଭ ବ୍ୟାଙ୍କ ଅଫ ପେରୁ ମଧ୍ୟରେ ୟୁପିଆଇ ଭଳି ପେମେଣ୍ଟ ସିଷ୍ଟମ ଲାଗୁ କରିବା ପାଇଁ ସହଯୋଗୀ ହୋଇଛନ୍ତି। ଏନଆଇପିଏଲ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ପୂର୍ଣ୍ଣମାଲିକାନାଧୀନ ଅନୁଷଙ୍ଗି କମ୍ପାନୀ। ଏନଆଇପିଏଲ ଏକ ବୟାନରେ କହିଛନ୍ତି ଯେ ଏହି ସହଯୋଗ ଏକ ମାଇଲ ଖୁଣ୍ଟି, ଯାହା ଦ୍ୱାରା ପେରୁ ଦକ୍ଷିଣ ଆମେରିକାରେ ୟୁପିଆଇ ଆପଣାଇବାରେ ପ୍ରଥମ ଦେଶ ପାଲଟିଛି।
ଏଥିରେ କୁହାଯାଇଛି ଯେ ଏନଆଇପିଏଲ ଓ ପେରୁ କେନ୍ଦ୍ରୀୟ ବ୍ୟାଙ୍କ (ବିସିଆରପି) ପେରୁରେ ୟୁପିଆଇ ଭଳି ତତ୍କାଳ ସମୟରେ ପୈଠ ପ୍ରଣାଳୀକୁ ସକ୍ଷମ କରିବା ଲାଗି ଏକ ଭାଗିଦାରୀ ଘୋଷଣା କରିଛନ୍ତି। ଏହି ରଣନୈତିକ ଭାଗିଦାରୀ ବିସିଆରପିକୁ ଦେଶ ଭିତରେ ଏକ କୁଶଳ ପୈଠ ମଞ୍ଚ ସ୍ଥାପିତ କରିବା ଓ ବ୍ୟକ୍ତି ତଥା କାରବାର କ୍ଷେତ୍ରଙ୍କ ମଧ୍ୟରେ ତତ୍କାଳ ପୈଠର ସୁବିଧା ପ୍ରଦାନ କରିବାରେ ସକ୍ଷମ କରିବ।
ଏନପିସିଆଇ ଇଣ୍ଟରନ୍ୟାସନାଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ରିତେଶ ଶୁକ୍ଳା କହିଛନ୍ତି ଯେ ଏହି ଭାଗିଦାରୀର ଉଦ୍ଦେଶ୍ୟ ପେରୁର ଆର୍ଥିକ ଭିତ୍ତିଭୂମିକୁ ମଜଭୁତ କରିବା ଓ ଆର୍ଥିକ ବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଭାରତ ବାହାରେ ଏପରି ପୈଠ ପ୍ରଣାଳୀ କାର୍ଯ୍ୟକ୍ଷମ କରିବାରେ ବିଶ୍ୱରେ ପେରୁ ଭାରତ ପରେ ଦ୍ୱିତୀୟ ଦେଶରେ ପରିଣତ ହୋଇଛି।