ବଙ୍କିମହାମ ପ୍ୟାଲେସ୍‌ରେ ଚୀନ୍ ଗୁପ୍ତଚର; ଖୁଲାସା ପରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ବ୍ରିଟେନ ରାଜନୀତିରେ ଚୀନ୍ ଗୁପ୍ତଚର ଚର୍ଚ୍ଚା । ବନ୍ଧୁତ୍ବ କରି ବଙ୍କିମହାମ ପ୍ୟାଲେସ୍ ରେ ପଶିଲା ଗୁପ୍ତଚର । ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ ଏବଂ ଥେରସାଙ୍କ ସହ ସାକ୍ଷାତ । ଚୀନ୍ ଗୁଇନ୍ଦା ବିଭାଗର ଗୁପ୍ତଚରକୁ ନେଇ ଏବେ ଉଠୁଛି ପଡ଼ୁଛି ବ୍ରିଟେନ ରାଜନୀତି । ବଙ୍କିମହାମ୍ ପ୍ୟାଲେସରେ କେମିତି ଏବଂ କାହିଁକି ପଶିଥିଲା ଚୀନ୍ ଗୁପ୍ତଚର ତାକୁ ନେଇ ଚର୍ଚ୍ଚା ଜୋର୍ । ସୂଚନା ଅନୁଯାୟୀ, ଚୀନ୍ ଗୁପ୍ତଚର କିଙ୍ଗ୍ ଚାର୍ଲ୍‌ସ ତୃତୀୟଙ୍କ ସାନ ଭାଇ ପ୍ରିନ୍ସ ଆଣ୍ଡ୍ରିୟୁ ବନ୍ଧୁ ଭାବେ ପ୍ୟାଲେସ୍ ରେ ପ୍ରବେଶ କରିଥିଲା । ସେଠାରେ ବିଟ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ୍ ଏବଂ ଥେରସାଙ୍କୁ ସାକ୍ଷାତ କରି ଫେରିଥିଲେ ।ଚୀନର ଏହି ଗୁପ୍ତଚରଙ୍କ ପରିଚୟ ଏଯାଏ ମିଳିପାରିନାହିଁ । କୁହାଯାଉଛି, ଡେଭିଡ୍ କ୍ୟାମରୁନ୍ ଏବଂ ଥେରସାଙ୍କୁ ସାକ୍ଷାତ କରିଥିବା ବ୍ୟକ୍ତି ଜଣେ ବ୍ୟବସାୟୀ । ଯାହାକୁ H6 ନାଁରେ ଜଣାଯାଏ । ଏହା ପୂର୍ବରୁ ଡ୍ୟୁକ୍ ଅଫ୍ ୟାର୍କ ପ୍ରିନ୍ସ ଆଣ୍ଡ୍ରିୟୁ ନିଜ ବୟାନରେ କହିଛନ୍ତି, ସେ ଚୀନ୍ ଗୁପ୍ତଚର ସହିତ ସବୁ ସମ୍ପର୍କ ଶେଷ କରିଦେଇଛନ୍ତି । ବ୍ରିଟେନର ତତ୍‌କାଳୀନ ଗୃହମନ୍ତ୍ରୀ ସୁଏଲା ବ୍ରେବରମ୍ୟାନ ୨୦୨୩ରେ ପ୍ରଥମେ H6ର ବ୍ରିଟେନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ କୁହାଯାଇଥିବା H6 ଚୀନର କମ୍ୟୁନିଷ୍ଟ ପାର୍ଟି ଏଜେଣ୍ଡା ସହିତ ଜଡ଼ିତ । ମାତ୍ର ଏହି ନିଷ୍ପତ୍ତି

ବଙ୍କିମହାମ ପ୍ୟାଲେସ୍‌ରେ ଚୀନ୍ ଗୁପ୍ତଚର; ଖୁଲାସା ପରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ବ୍ରିଟେନ ରାଜନୀତିରେ ଚୀନ୍ ଗୁପ୍ତଚର ଚର୍ଚ୍ଚା । ବନ୍ଧୁତ୍ବ କରି ବଙ୍କିମହାମ ପ୍ୟାଲେସ୍ ରେ ପଶିଲା ଗୁପ୍ତଚର । ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ ଏବଂ ଥେରସାଙ୍କ ସହ ସାକ୍ଷାତ । ଚୀନ୍ ଗୁଇନ୍ଦା ବିଭାଗର ଗୁପ୍ତଚରକୁ ନେଇ ଏବେ ଉଠୁଛି ପଡ଼ୁଛି ବ୍ରିଟେନ ରାଜନୀତି । ବଙ୍କିମହାମ୍ ପ୍ୟାଲେସରେ କେମିତି ଏବଂ କାହିଁକି ପଶିଥିଲା ଚୀନ୍ ଗୁପ୍ତଚର ତାକୁ ନେଇ ଚର୍ଚ୍ଚା ଜୋର୍ । ସୂଚନା ଅନୁଯାୟୀ, ଚୀନ୍ ଗୁପ୍ତଚର କିଙ୍ଗ୍ ଚାର୍ଲ୍‌ସ ତୃତୀୟଙ୍କ ସାନ ଭାଇ ପ୍ରିନ୍ସ ଆଣ୍ଡ୍ରିୟୁ ବନ୍ଧୁ ଭାବେ ପ୍ୟାଲେସ୍ ରେ ପ୍ରବେଶ କରିଥିଲା । ସେଠାରେ ବିଟ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ୍ ଏବଂ ଥେରସାଙ୍କୁ ସାକ୍ଷାତ କରି ଫେରିଥିଲେ ।

ଚୀନର ଏହି ଗୁପ୍ତଚରଙ୍କ ପରିଚୟ ଏଯାଏ ମିଳିପାରିନାହିଁ । କୁହାଯାଉଛି, ଡେଭିଡ୍ କ୍ୟାମରୁନ୍ ଏବଂ ଥେରସାଙ୍କୁ ସାକ୍ଷାତ କରିଥିବା ବ୍ୟକ୍ତି ଜଣେ ବ୍ୟବସାୟୀ । ଯାହାକୁ H6 ନାଁରେ ଜଣାଯାଏ । ଏହା ପୂର୍ବରୁ ଡ୍ୟୁକ୍ ଅଫ୍ ୟାର୍କ ପ୍ରିନ୍ସ ଆଣ୍ଡ୍ରିୟୁ ନିଜ ବୟାନରେ କହିଛନ୍ତି, ସେ ଚୀନ୍ ଗୁପ୍ତଚର ସହିତ ସବୁ ସମ୍ପର୍କ ଶେଷ କରିଦେଇଛନ୍ତି । ବ୍ରିଟେନର ତତ୍‌କାଳୀନ ଗୃହମନ୍ତ୍ରୀ ସୁଏଲା ବ୍ରେବରମ୍ୟାନ ୨୦୨୩ରେ ପ୍ରଥମେ H6ର ବ୍ରିଟେନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ କୁହାଯାଇଥିବା H6 ଚୀନର କମ୍ୟୁନିଷ୍ଟ ପାର୍ଟି ଏଜେଣ୍ଡା ସହିତ ଜଡ଼ିତ । ମାତ୍ର ଏହି ନିଷ୍ପତ୍ତିକୁ H6 ବିରୋଧ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ଏହାକୁ ବେଆଇନ କହିଥିଲେ ।

ଲଣ୍ଡନ ଟ୍ରିବ୍ୟୁନାଲ୍ ଶୁଣାଣିରେ H6 କହିଥିଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇସାରିଛନ୍ତି । ତାଙ୍କ ପ୍ରତିନିଧି ଟ୍ରିବ୍ୟୁନାଲକୁ ଜଣାଇଥିଲେ, ସେ ସିସିପିର ଆଉ ବରିଷ୍ଠ ସଦସ୍ୟ ନାହାନ୍ତି । ସୂଚନା ଅନୁଯାୟୀ, ଚଳିତ ସପ୍ତାହର ଆରମ୍ଭରେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ H6ଙ୍କ ବ୍ରିଟେନ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଯାଇଥିଲା । ସ୍ବତନ୍ତ୍ର ଇମିଗ୍ରେସନ ଅପିଲ୍ସ କମିଶନ ଚଳିତ ବର୍ଷ ଜୁଲାଇ ମାସରେ କହିଥିଲେ ପ୍ରିନ୍ସ ଆଣ୍ଡ୍ରିୟୁଙ୍କ ୨୦୨୦ ଜନ୍ମଦିନ ପାର୍ଟି ପାଇଁ H6ଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା  ।...