ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ଆସାମରେ ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଏଏପି

ନୂଆଦିଲ୍ଲୀ,୮।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସମସ୍ୟା ଆହୁରି ବଢୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଆମ ଆଦମୀ ପାର୍ଟି ଲୋକ ସଭା ର୍ନିବାଚନ ପାଇଁ ଆସାମରେ ନିଜର ପ୍ରାର୍ଥୀ ନାମ ଘୋଷଣା କରିଛି। ପ୍ରକାଶ ଯେ, ପୂର୍ବରୁ ଆମ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ସୂଚନାନୁସାରେ, ଆସାମରେ ଆସନ ବାଣ୍ଟିବା ନେଇ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ କଥାବାର୍ତ୍ତାର ଖବର କିଛି ଦିନ […] The post ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ଆସାମରେ ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଏଏପି appeared first on Dharitri Odia News.

ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ଆସାମରେ ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଏଏପି

ନୂଆଦିଲ୍ଲୀ,୮।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସମସ୍ୟା ଆହୁରି ବଢୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଆମ ଆଦମୀ ପାର୍ଟି ଲୋକ ସଭା ର୍ନିବାଚନ ପାଇଁ ଆସାମରେ ନିଜର ପ୍ରାର୍ଥୀ ନାମ ଘୋଷଣା କରିଛି। ପ୍ରକାଶ ଯେ, ପୂର୍ବରୁ ଆମ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା।
ସୂଚନାନୁସାରେ, ଆସାମରେ ଆସନ ବାଣ୍ଟିବା ନେଇ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ କଥାବାର୍ତ୍ତାର ଖବର କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଆମ ଆଦମୀ ପାର୍ଟି ଦ୍ୱାରା ତିନିଜଣ ପ୍ରାର୍ଥୀଙ୍କ ନାମ କିପରି ଘୋଷଣା କରାଯାଇଛି, ତାହା କଂଗ୍ରେସ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଲୋକ ସଭା ନିର୍ବାଚନ ପାଇଁ ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ସମ୍ପର୍କରେ ଆମ ଆଦମୀ ପାର୍ଟି ଏହାର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରିଛି। କିଛି ଦିନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଘୋଷଣା କରିଥିଲେ ଯେ, ସେ କଂଗ୍ରେସ (ଏଏପି-କଂଗ୍ରେସ) ସହ ମେଣ୍ଟ କରିବେ ନାହିଁ। ଦଳ ୧୩ ଟି ଆସନରେ ନିର୍ବାଚନ ଲଢିବ। ୧୩ଟି ଆସନ ପାଇଁ ୪୦ ନାମ ବିଚାର କରାଯାଉଛି।

 

The post ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ଆସାମରେ ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଏଏପି appeared first on Dharitri Odia News.