ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି

ନୂଆଦିଲ୍ଲୀ,୨।୧୨: ଇଣ୍ଡିଆ ମେଣ୍ଟରେ ଫାଟ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅନେକ ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଭିତରେ କୌଣସି ସହମତି ହୋଇପାରିନାହିଁ। ଗୋଟିଏ ପଟେ କଂଗ୍ରେସ ଚାହୁଁଛି ଯେ ଗୃହରେ ଗୌତମ ଆଦାନୀ ଏବଂ ଇଭିଏମ ପ୍ରସଙ୍ଗ ଉଠାଯିବା ଉଚିତ୍‌। ଅନ୍ୟପକ୍ଷରେ ଅନେକ ଦଳ ଚାହୁଁଛନ୍ତି ଯେ ଗୃହରେ ଏଭଳି ପ୍ରସଙ୍ଗ ଉଠାଯାଉ ଯେପରି ସାଧାରଣ ଜନତାଙ୍କ ସହ ସିଧାସଳଖ ପ୍ରାସଙ୍ଗିକତା ଥିବ। ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଇଣ୍ଡିଆ ମେଣ୍ଟର ଏକ ବୈଠକ […] The post ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି appeared first on Dharitri Odia News.

ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି

ନୂଆଦିଲ୍ଲୀ,୨।୧୨: ଇଣ୍ଡିଆ ମେଣ୍ଟରେ ଫାଟ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅନେକ ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଭିତରେ କୌଣସି ସହମତି ହୋଇପାରିନାହିଁ। ଗୋଟିଏ ପଟେ କଂଗ୍ରେସ ଚାହୁଁଛି ଯେ ଗୃହରେ ଗୌତମ ଆଦାନୀ ଏବଂ ଇଭିଏମ ପ୍ରସଙ୍ଗ ଉଠାଯିବା ଉଚିତ୍‌। ଅନ୍ୟପକ୍ଷରେ ଅନେକ ଦଳ ଚାହୁଁଛନ୍ତି ଯେ ଗୃହରେ ଏଭଳି ପ୍ରସଙ୍ଗ ଉଠାଯାଉ ଯେପରି ସାଧାରଣ ଜନତାଙ୍କ ସହ ସିଧାସଳଖ ପ୍ରାସଙ୍ଗିକତା ଥିବ।

ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଇଣ୍ଡିଆ ମେଣ୍ଟର ଏକ ବୈଠକ ଡାକିଥିଲେ, ଯେଉଁଥିରେ ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ ଏବଂ ଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଏହି ସଭାରେ ଉପସ୍ଥିତ ଲୋକଙ୍କୁ କହିଥିଲେ ଯେ କ୍ରୋନି ପୁଞ୍ଜିବାଦ ଏବଂ ଇଭିଏମ ହେଉଛି ଲୋକଙ୍କ ସମସ୍ୟା।

ହେଲେ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ପ୍ରତିଷ୍ଠାତା ସଦସ୍ୟ ତୃଳମୂଳ କଂଗ୍ରେସ (ଟିଏମସି) ଅଂଶଗ୍ରହଣ କରି ନାହିଁ। ତୃତୀୟ ଥର ପାଇଁ ବୈଠକରେ ସାମିଲ ନ ହେବା ଦଳ କହିଛି ଯେ ଲୋକଙ୍କ ପ୍ରସଙ୍ଗରେ ଆମେ ମୋଦି ସରକାରଙ୍କ ସହ ମୁହାଁମୁହିଁ ହେବାକୁ ଚାହୁଁଛୁ। ଟିଏମସି ଅନୁଯାୟୀ, ଲୋକମାନେ କ୍ରୋନି ପୁଞ୍ଜିବାଦ ଏବଂ ଇଭିଏମ ଭଳି ପ୍ରସଙ୍ଗ ପସନ୍ଦ କରନ୍ତି ନାହିଁ ।

 

The post ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି appeared first on Dharitri Odia News.