ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଠବିଂଶତମ ବାର୍ଷିକ ଉତ୍ସବ

ଜମନକିରା : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସଦର ମହକୁମାରେ ଅବସ୍ଥିତ ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଠବିଂଶତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ସଭାରେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ମନୋଜ କୁମାର ମାଝୀ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡ଼ିଶା ସମ୍ଭାଗ ଶିକ୍ଷା ବିକାଶ ସମିତି ର ସମ୍ପାଦକ ତ୍ରିବିକ୍ରମ ଶତପଥୀ ଯୋଗଦେଇ ପୂର୍ବରୁ […] The post ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଠବିଂଶତମ ବାର୍ଷିକ ଉତ୍ସବ appeared first on Odisha.News.

ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଠବିଂଶତମ ବାର୍ଷିକ ଉତ୍ସବ

ଜମନକିରା : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସଦର ମହକୁମାରେ ଅବସ୍ଥିତ ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଠବିଂଶତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ସଭାରେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ମନୋଜ କୁମାର ମାଝୀ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡ଼ିଶା ସମ୍ଭାଗ ଶିକ୍ଷା ବିକାଶ ସମିତି ର ସମ୍ପାଦକ ତ୍ରିବିକ୍ରମ ଶତପଥୀ ଯୋଗଦେଇ ପୂର୍ବରୁ ଚାଲୁଥିବା ଗୁରୁକୂଳ ଆଶ୍ରମ ର ପାଠ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ସମ୍ମାନୀୟ ଅତିଥି ଭାବେ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ରତିକାନ୍ତ କିଶାନ, କୁଚିଣ୍ଡା ସଙ୍କୁଳ ପ୍ରମୁଖ ପ୍ରଫୁଲ୍ଲ ସାହୁ ପ୍ରମୁଖ ମଞ୍ଚଷିନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ବଳନ, ପୂଜାର୍ଚ୍ଚନା କରାଯାଇଥିଲା। ଛାତ୍ରୀଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୁ ସା, ପ୍ରେମଜି ସାହୁ, ମଞ୍ଜୁଲତା ବାରିକ, ସରିତା ବହିଦାର, ଉଷାରାଣୀ ପାଣ୍ଡେ, ରଜନୀ ସିଂ, ବନ୍ଦିତା ବେହେରା, ନିର୍ମଳା କିସାନ, ସିମନ୍ତିନି ପୂଜାରୀ, ସଂଯୁକ୍ତା ନାୟକ, ବୈଦେହି ବେହେରା, ସଞ୍ଜୟ ବେହେରା ଏବଂ ଚନ୍ଦନ ସାହୁ ପ୍ରମୁଖ ଆଚାର୍ଯ୍ୟ ଅଚର୍ଯ୍ୟା ପରିଚାଳନା ଓ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଶେଷରେ ପରିଚାଳନା କମିଟି ର ଉପ ସଭାପତି ସୁପ୍ରଭା ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

The post ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଠବିଂଶତମ ବାର୍ଷିକ ଉତ୍ସବ appeared first on Odisha.News.