ଗମ୍ଭୀରଙ୍କୁ ମିଳିଲା ଅଲ୍ଟିମେଟମ୍‌! ଏବେ ହାତରେ ମାତ୍ର ୬୮ ଦିନ, ଟିମ୍‌ ଇଣ୍ଡିଆ ଖେଳରେ ସୁଧାର ନ ହେଲେ…

ନୂଆଦିଲ୍ଲୀ,୧।୧: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଅଡ଼ୁଆରେ ଫସଛନ୍ତି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଦଳ ଖରାପ ପ୍ରଦର୍ଶନ କରୁଛି। ନିକଟରେ ମେଲବର୍ନ ଟେଷ୍ଟ ଶେଷ ହେବା ପରେ କୋଚ୍‌ ଗମ୍ଭୀର ପୁରା ଟିମ୍‌ ଉପରେ ରାଗିଥିବା ଖବର ଆସିଥିଲା। ଏବେ ଏକ ନୂଆ ଦାବି ନେଇ ଚର୍ଚ୍ଚା ବଢ଼ୁଛି। ବିସିସିଆଇର ଅଧିକାରୀଙ୍କ ତରଫରୁ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଟିମ୍‌ ଇଣ୍ଡିଆର ପ୍ରଦର୍ଶନରେ ସୁଧାର […] The post ଗମ୍ଭୀରଙ୍କୁ ମିଳିଲା ଅଲ୍ଟିମେଟମ୍‌! ଏବେ ହାତରେ ମାତ୍ର ୬୮ ଦିନ, ଟିମ୍‌ ଇଣ୍ଡିଆ ଖେଳରେ ସୁଧାର ନ ହେଲେ… appeared first on Dharitri Odia News.

ଗମ୍ଭୀରଙ୍କୁ ମିଳିଲା ଅଲ୍ଟିମେଟମ୍‌! ଏବେ ହାତରେ ମାତ୍ର ୬୮ ଦିନ, ଟିମ୍‌ ଇଣ୍ଡିଆ ଖେଳରେ ସୁଧାର ନ ହେଲେ…

ନୂଆଦିଲ୍ଲୀ,୧।୧: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଅଡ଼ୁଆରେ ଫସଛନ୍ତି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଦଳ ଖରାପ ପ୍ରଦର୍ଶନ କରୁଛି। ନିକଟରେ ମେଲବର୍ନ ଟେଷ୍ଟ ଶେଷ ହେବା ପରେ କୋଚ୍‌ ଗମ୍ଭୀର ପୁରା ଟିମ୍‌ ଉପରେ ରାଗିଥିବା ଖବର ଆସିଥିଲା। ଏବେ ଏକ ନୂଆ ଦାବି ନେଇ ଚର୍ଚ୍ଚା ବଢ଼ୁଛି। ବିସିସିଆଇର ଅଧିକାରୀଙ୍କ ତରଫରୁ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଟିମ୍‌ ଇଣ୍ଡିଆର ପ୍ରଦର୍ଶନରେ ସୁଧାର ନ ହୁଏ ତେବେ ଗମ୍ଭୀରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ୧୮୪ ରନ୍‌ର ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବିଶେଷକରି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଖରାପ ପ୍ରଦର୍ଶନ କରୁଥିବାରୁ ଚିନ୍ତା ବଢ଼ିଛି। ଏହାକୁ ନେଇ ଗମ୍ଭୀର ବେଶ ଖପ୍ପା ଥିଲେ। ମ୍ୟାଚ୍‌ ଶେଷ ହେବା ପରେ ସେ ଟିମ୍‌ ଉପରେ ରାଗ ସୁଝାଇଥିଲେ। କେବଳ ଏତିକି ନୁହେଁ ଅଧିନାୟକତ୍ୱକୁ ନେଇ ମଧ୍ୟ ମତଭେଦ ଉପୁଜିଥିବା ଦାବି କରାଯାଇଥିଲା।

ଏବେ ଏକ ନୂଆ ରିପୋର୍ଟରେ କୋଚ୍‌ ଗମ୍ଭୀର ନିଜେ କାଠଗଡ଼ାକୁ ଆସିଛନ୍ତି। ପିଟିଆଇ ନିଜର ରିପୋର୍ଟରେ ଦାବି କରିଛି ଯେ ଗମ୍ଭୀରଙ୍କ ପାଖରେ ଏବେ ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ସମୟ ରହିଛି। ସିଡନୀ ଟେଷ୍ଟ ପରେ ଟିମ୍‌ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବ। ଯଦି ଦଳରେ କୌଣସି ସୁଧାର ପରିଲକ୍ଷିତ ନ ହୁଏ ତେବେ ଗମ୍ଭୀରଙ୍କ ପଦ ବିପଦକୁ ଆସିଯିବ।

ରିପୋର୍ଟ ମୁତାବକ, ବୋର୍ଡର ଅଧ୍ୟକ୍ଷ ରୋଜର ବିନ୍ନି କୌଣସି ନିଷ୍ପତ୍ତି ଏଯାବତ ନେଇ ନାହାନ୍ତି। ଯଦିଓ ଜୟ ଶାହା ପଦରୁ ଯିବା ପରେ ଏବେ ମାତ୍ର ଗୋଟିଏ ଅତରିକ୍ତ ସଚିବ ବୋର୍ଡର କାର୍ଯ୍ୟ ତୁଲାଉଛନ୍ତି। ଖୁବ୍‌ଶୀଘ୍ର ବୋର୍ଡକୁ ଏକ ସ୍ଥାୟୀ ସଚିବ ମିଳିଯିବ। ଯଦି ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଟିମ୍‌ର ପ୍ରଦର୍ଶନରେ ସୁଧାର ନ ଆସେ ତେବେ ଗମ୍ଭୀର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଚାମ୍ପିଅନ୍ସ ଟ୍ରଫି ଫେବଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ। ଅର୍ଥାତ ଜାନୁଆରୀ ପହିଲାରୁ ୯ ମାର୍ଚ୍ଚ ଯାଏ ଗମ୍ଭୀରଙ୍କ ନିକଟରେ ଦଳର ସ୍ଥିତି ବଦଳାଇବା ଲାଗି ମାତ୍ର ୬୮ ଦିନ ରହିଛି।

କେବଳ ଏତିକି ନୁହେଁ ଗମ୍ଭୀର ଏବଂ ଭାରତୀୟ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ମତାନ୍ତର ଦେଖାଯାଉଛି। ଟିମ୍‌ର କିଛି ଅନୁଭବୀ ଖେଳାଳିଙ୍କୁ କୋଚ୍‌ଙ୍କ ଉପରେ ଭରସା ନାହିଁ। ଯେଉଁଭଳି ଭାବେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଏବଂ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସମୟରେ ଖେଳାଳିଙ୍କୁ ସମସ୍ତ ବିଷୟରେ ସ୍ପଷ୍ଟ ସୂଚନା ଦିଆଯାଉଥିଲା, ତାହା ଗମ୍ଭୀରଙ୍କ କାର୍ଯ୍ୟକାଳରେ ହେଉ ନାହିଁ।

ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ଟିମ୍‌ ଅଥବା ଏକାଦଶ ଚୟନ ପ୍ରସଙ୍ଗରେ ରୋହିତ ଖେଳାଳିଙ୍କ ସହ ସ୍ପଷ୍ଟ ଭାବେ କଥା ହୋଇପାରୁନାହାନ୍ତି। କେବଳ ଏତିକି ନୁହେଁ ଟିମ୍‌ର ଅନେକ ଖେଳାଳିଙ୍କ ମଧ୍ୟରେ ଅସୁରକ୍ଷିତର ଭାବନା ବଢ଼ିଯାଇଛି। କାରଣ କୋଚ୍‌ ଗମ୍ଭୀର ଏକାଦଶକୁ ନେଇ ଲଗାତାର ଏକ୍ସପେରିମେଣ୍ଟ କରୁଛନ୍ତି। ବିଶେଷକରି ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ହଠାତ ଚତୁର୍ଥ ଟେଷ୍ଟରୁ ଡ୍ରପ୍‌ କରିବା ନିଷ୍ପତ୍ତିକୁ ଅନେକ ପସନ୍ଦ କରୁନାହାନ୍ତି।

The post ଗମ୍ଭୀରଙ୍କୁ ମିଳିଲା ଅଲ୍ଟିମେଟମ୍‌! ଏବେ ହାତରେ ମାତ୍ର ୬୮ ଦିନ, ଟିମ୍‌ ଇଣ୍ଡିଆ ଖେଳରେ ସୁଧାର ନ ହେଲେ… appeared first on Dharitri Odia News.