ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନ୍ସର ସେଣ୍ଟର
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍ଥ ସିଟିଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଏହି ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ପ୍ରତିଷ୍ଠାନକୁ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଉଦ୍ଘାଟନ କରିଥିଲାବେଳେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଓ୍ବାଇ. ସତ୍ୟ […] The post ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନ୍ସର ସେଣ୍ଟର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍ଥ ସିଟିଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଏହି ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ପ୍ରତିଷ୍ଠାନକୁ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଉଦ୍ଘାଟନ କରିଥିଲାବେଳେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଓ୍ବାଇ. ସତ୍ୟ କୁମାର ଯାଦବଙ୍କ ସମେତ ମେଡିକୋଭର ହସ୍ପିଟାଲ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି ଅନିଲ କ୍ରିଷ୍ଣା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଏ ସାରଥ ରେଡ୍ଡୀ ଏବଂ ପି. ହରକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ମେଡିକୋଭର ହସ୍ପିଟାଲ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି ଅନିଲ କ୍ରିଷ୍ଣା କହିଥିଲେ, ଆମେ ଆମର ନୂତନ ସେଣ୍ଟରର ଶୁଭାରମ୍ଭ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଲକ୍ଷ ଲକ୍ଷ ଲୋକଙ୍କୁ ଠିକ୍ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆମର ଏହି ପ୍ରତିବଦ୍ଧତାକୁ ଏହା ପ୍ରତିପାଦିତ କରୁଛି। ବିଶେଷକରି ୪୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆମେ ସମ୍ପୃକ୍ତ ଅଞ୍ଚଳରେ କର୍କଟ ଚିକିତ୍ସାର ମାନ ବୃଦ୍ଧି କରୁଛୁ।
The post ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନ୍ସର ସେଣ୍ଟର appeared first on Dharitri Odia News.