ଜିଦ୍ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଜିଦ ଧରିଛି। ଯଦିଓ ବିସିସିଆଇ ହାଇବ୍ରିଡ ମଡେଲ ଖୋଳିବାକୁ କହିଛି, କିନ୍ତୁ ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ନାହିଁ। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିସିବି ସ୍ପଷ୍ଟ ଭାବେ ଆଇସିସିକୁ କହିବ ଯେ, ଭବିଷ୍ୟତରେ ଭାରତ ଏବଂ ପାକିସ୍ତାନକୁ […] The post ଜିଦ୍ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍ଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଜିଦ ଧରିଛି। ଯଦିଓ ବିସିସିଆଇ ହାଇବ୍ରିଡ ମଡେଲ ଖୋଳିବାକୁ କହିଛି, କିନ୍ତୁ ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ନାହିଁ।
ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିସିବି ସ୍ପଷ୍ଟ ଭାବେ ଆଇସିସିକୁ କହିବ ଯେ, ଭବିଷ୍ୟତରେ ଭାରତ ଏବଂ ପାକିସ୍ତାନକୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମେତ କୌଣସି ଆଇସିସି ଟୁର୍ନାମେଣ୍ଟ ପାଇଁ ସମାନ ଦଳରେ ରଖାଯିବା ଉଚିତ୍ ନୁହେଁ। ଯଦି ଭାରତ ପାକିସ୍ତାନ ଗସ୍ତରେ ରାଜି ନ ହୁଏ, ତେବେ ପାକିସ୍ତାନ ଭାରତ ବିପକ୍ଷରେ ଖେଳିବାକୁ ଚାହୁଁନାହିଁ।
ଏକ ରିପୋର୍ଟରେ ଦାବି କରାଯାଇଛି, ଯଦି ପିସିବି ହାଇବ୍ରିଡ ମଡେଲର ଅଫରକୁ ପ୍ରତ୍ୟାଖ୍ୟାନ କରେ, ତେବେ ପାକିସ୍ତାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ହୋଷ୍ଟିଂ ହରାଇବ। ଏଭଳି ପରିସ୍ଥିତିରେ ସମଗ୍ର ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ। ଯଦି ପିସିବି ହାଇବ୍ରିଡ ମଡେଲ ଗ୍ରହଣ କରେ ତେବେ ଟିମ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ ଖେଳିବ।
୨୦୨୫ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହାର ଫାଇନାଲ୍ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ। ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ପିସିବି ଡ୍ରାଫ୍ଟ ସୂଚୀକୁ ଆଇସିସି ପଠାଇଛି।
The post ଜିଦ୍ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍ଡେଟ୍ appeared first on Dharitri Odia News.