ଲକ୍ଷ୍ମୀପୁର ରେ ଘରେ ଘରେ ପହଂଚି ବାଣ୍ଟିଲେ ବର୍ଦ୍ଧିତ ଭତ୍ତା
ଲକ୍ଷ୍ମୀପୁର ୧୫/୦୧ . ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ର କିଛି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଙ୍କ ପାଖରେ ସରକାରୀ ଅଧିକାରୀ ଓ ବିଧାୟକ ମିଶି ଘରେ ଘରେ ପହଂଚି ବର୍ଦ୍ଧିତ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି।ରାଜ୍ୟ ସରକାର ୮୦ ବର୍ଷ ରୁ ଉର୍ଧ୍ଵ ଓ ୮୦ ପ୍ରତିଶତ ରୁ ଉର୍ଧ୍ଵ ବିକଳାଙ୍ଗ ମାନଙ୍କୁ ୧ ହଜାର ଟଙ୍କା ରୁ ୩୫୦୦ ଟଙ୍କା ଭତ୍ତା ରାଶି ବଢ଼ାଇଥିବା ବେଳେ ଏହି ବର୍ଦ୍ଧିତ ରାଶି ୩୫୦୦ ଟଙ୍କା ପ୍ରଦାନ […] The post ଲକ୍ଷ୍ମୀପୁର ରେ ଘରେ ଘରେ ପହଂଚି ବାଣ୍ଟିଲେ ବର୍ଦ୍ଧିତ ଭତ୍ତା appeared first on Odisha.News.

ଲକ୍ଷ୍ମୀପୁର ୧୫/୦୧ . ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ର କିଛି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଙ୍କ ପାଖରେ ସରକାରୀ ଅଧିକାରୀ ଓ ବିଧାୟକ ମିଶି ଘରେ ଘରେ ପହଂଚି ବର୍ଦ୍ଧିତ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି।ରାଜ୍ୟ ସରକାର ୮୦ ବର୍ଷ ରୁ ଉର୍ଧ୍ଵ ଓ ୮୦ ପ୍ରତିଶତ ରୁ ଉର୍ଧ୍ଵ ବିକଳାଙ୍ଗ ମାନଙ୍କୁ ୧ ହଜାର ଟଙ୍କା ରୁ ୩୫୦୦ ଟଙ୍କା ଭତ୍ତା ରାଶି ବଢ଼ାଇଥିବା ବେଳେ ଏହି ବର୍ଦ୍ଧିତ ରାଶି ୩୫୦୦ ଟଙ୍କା ପ୍ରଦାନ କରିବା ସକାଶେ ବିଧାୟକ ପବିତ୍ର ସାଉଁତା ଙ୍କ ସହ ଗୋଷ୍ଠୀ ଉନୟନ୍ନ ଅଧିକାରୀ ଗୁରେଶ୍ୱର ଭୋଇ, ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି, ପିଈଓ ରମେଶ ସାହୁ, ବିଏସ ଏସଓ ଅଂଶୁମାନ ବେହେରା ପ୍ରମୁଖ ଉପସ୍ଥିତ ରହି ଟଙ୍କା ହିତାଧିକାରୀ ଙ୍କୁ ପ୍ରଦାନ କରିଥିଲେ। ବ୍ଳକ ରେ ୨୯୬ ଜଣ ୮୦ ବର୍ଷ ରୁ ଉର୍ଧ୍ଵ ବୟସ୍କା ବ୍ୟକ୍ତି ଚି଼ହ୍ନଟ କରାଯାଇଥିବା ବେଳେ ପ୍ରତ୍ୟକ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଓ ପି ଈଓ ମାନେ ଉପସ୍ଥିତ ରହି ଘରେ ଘରେ ବାର୍ଦ୍ଧକ୍ୟ ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରିବେ ବୋଲି ବିଡ଼ିଓ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।
The post ଲକ୍ଷ୍ମୀପୁର ରେ ଘରେ ଘରେ ପହଂଚି ବାଣ୍ଟିଲେ ବର୍ଦ୍ଧିତ ଭତ୍ତା appeared first on Odisha.News.