ଜାତୀୟ କ୍ରୀଡ଼ାର ୩୮ତମ ସଂସ୍କରଣ, ଭାଗ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ୫୦ ରୁ ଅଧିକ ଆଥଲେଟ୍

ଡେରାଡୁନ୍: ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡ଼ାର ୩୮ତମ ସଂସ୍କରଣରେ ଅଂଶଗ୍ରହଣ କରିବେ ରିଲାଏନ୍ସ ଫାଉଣ୍ଡେସନ୍ ସହିତ ଜଡ଼ିତ ୫୦ରୁ ଅଧିକ ଆଥଲେଟ୍ । ଫାଉଣ୍ଡେସନର ଆଥଲେଟମାନେ ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ୍, ଶୁଟିଂ, ଜୁଡୋ, ଭାରୋତ୍ତୋଳନ, କୁସ୍ତି ଏବଂ ଟେବୁଲ୍ ଟେନିସ୍ ସହିତ ଆଠଟି କ୍ରୀଡା ପ୍ରତିଯୋଗିତାରେ ପଦକ ଜିତିବାକୁ ପ୍ରଚେଷ୍ଟା କରିବେ। ୨୮ ଜାନୁଆରୀରୁ ୧୪ ଫେବୃଆରୀ ମଧ୍ୟରେ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅନେକ ଜାତୀୟ ରେକର୍ଡ ଭଙ୍ଗ ହେବା ଆଶା କରାଯାଉଛି।ରିଲାଏନ୍ସ ଫାଉଣ୍ଡେସନ ସହିତ ଯୋଡି ହୋଇଥିବା ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲିନା ବୋର୍ଗୋହେନ, ପ୍ୟାରିସ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ତାଙ୍କ ସହ ଉଦୀୟମାନ ଜୁଡୋ ତାରକା ହିମାଂଶୀ ଟୋକସ୍ ମଧ୍ୟ ପଦକ ଦୌଡ଼ରେ ରହିବେ, ଯିଏକି ଆଫ୍ରିକୀୟ କପରେ ଚମତ୍କାର ବିଜୟ ହାସଲ କରିଥିଲେ। ସେ ବିଶ୍ୱ ଜୁନିୟର ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫ ରେ ପହଞ୍ଚିଛନ୍ତି।ରିଲାଏନ୍ସ ଫାଉଣ୍ଡେସନର ଅନେକ ଜାତୀୟ ରେକର୍ଡଧାରୀ ଆଥଲେଟ ଜ୍ୟୋତି ୟାରାଜୀ (୧୦୦ ମିଟର ବାଧାଦୌଡ), ତେଜସ ସିରସେ (୧୧୦ ମିଟର ବାଧାଦୌଡ଼), ମଣିକାନ୍ତା ହୋବଲିଧର (୧୦୦ ମିଟର), ଅମ୍ଲାନ ବୋର୍ଗୋହେନ (୨୦୦ ମିଟର) ଏବଂ ରୋଜି ମୀନା ପାଲରାଜ (ପୋଲଭୋଲ୍ଟ ) ସାମିଲ ରହିଛନ୍ତି। ଏଥିସହିତ ୨୦୨୪ ରେ ଭାରତର ଦ୍ରୁତତମ ଧା

ଜାତୀୟ କ୍ରୀଡ଼ାର ୩୮ତମ ସଂସ୍କରଣ, ଭାଗ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ୫୦ ରୁ ଅଧିକ ଆଥଲେଟ୍

ଡେରାଡୁନ୍: ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡ଼ାର ୩୮ତମ ସଂସ୍କରଣରେ ଅଂଶଗ୍ରହଣ କରିବେ ରିଲାଏନ୍ସ ଫାଉଣ୍ଡେସନ୍ ସହିତ ଜଡ଼ିତ ୫୦ରୁ ଅଧିକ ଆଥଲେଟ୍ । ଫାଉଣ୍ଡେସନର ଆଥଲେଟମାନେ ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ୍, ଶୁଟିଂ, ଜୁଡୋ, ଭାରୋତ୍ତୋଳନ, କୁସ୍ତି ଏବଂ ଟେବୁଲ୍ ଟେନିସ୍ ସହିତ ଆଠଟି କ୍ରୀଡା ପ୍ରତିଯୋଗିତାରେ ପଦକ ଜିତିବାକୁ ପ୍ରଚେଷ୍ଟା କରିବେ। ୨୮ ଜାନୁଆରୀରୁ ୧୪ ଫେବୃଆରୀ ମଧ୍ୟରେ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅନେକ ଜାତୀୟ ରେକର୍ଡ ଭଙ୍ଗ ହେବା ଆଶା କରାଯାଉଛି।

ରିଲାଏନ୍ସ ଫାଉଣ୍ଡେସନ ସହିତ ଯୋଡି ହୋଇଥିବା ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲିନା ବୋର୍ଗୋହେନ, ପ୍ୟାରିସ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ତାଙ୍କ ସହ ଉଦୀୟମାନ ଜୁଡୋ ତାରକା ହିମାଂଶୀ ଟୋକସ୍ ମଧ୍ୟ ପଦକ ଦୌଡ଼ରେ ରହିବେ, ଯିଏକି ଆଫ୍ରିକୀୟ କପରେ ଚମତ୍କାର ବିଜୟ ହାସଲ କରିଥିଲେ। ସେ ବିଶ୍ୱ ଜୁନିୟର ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫ ରେ ପହଞ୍ଚିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନର ଅନେକ ଜାତୀୟ ରେକର୍ଡଧାରୀ ଆଥଲେଟ ଜ୍ୟୋତି ୟାରାଜୀ (୧୦୦ ମିଟର ବାଧାଦୌଡ), ତେଜସ ସିରସେ (୧୧୦ ମିଟର ବାଧାଦୌଡ଼), ମଣିକାନ୍ତା ହୋବଲିଧର (୧୦୦ ମିଟର), ଅମ୍ଲାନ ବୋର୍ଗୋହେନ (୨୦୦ ମିଟର) ଏବଂ ରୋଜି ମୀନା ପାଲରାଜ (ପୋଲଭୋଲ୍ଟ ) ସାମିଲ ରହିଛନ୍ତି। ଏଥିସହିତ ୨୦୨୪ ରେ ଭାରତର ଦ୍ରୁତତମ ଧାବକ ଅନିମେଶ କୁଜୁର, ଡିଏମ୍ ଜୟରାମ, ବାପି ହାଁସଦା ଏବଂ ସାକ୍ଷୀ ଚଭନଙ୍କ ଭଳି ଉଦୀୟମାନ ତାରକାଙ୍କ ପ୍ରଦର୍ଶନ ମଧ୍ୟ ଦେଖିବା ଯୋଗ୍ୟ ହେବ।

ବ୍ୟାଡମିଣ୍ଟନରେ ଅନୁପମା ଉପାଧ୍ୟାୟ, ଉନ୍ନତି ହୁଡା ଏବଂ ଶ୍ରୀୟାଂସି ବଲିସେଟ୍ଟୀ ମହିଳା ସିଙ୍ଗଲ୍ସ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୁରୁଷ ଏକକ ଇଭେଣ୍ଟରେ ଟେବୁଲ୍ ଟେନିସ୍ ତାରକା ଜି ସାଥିୟାନ୍ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୁଟିଂରେ ଡବଲ୍ ଏସିଆନ୍ ଗେମ୍ସ ପଦକ ବିଜେତା ପଲକ ଗୁଲିଆ (୧୦ ମିଟର ଏୟାର ପିସ୍ତଲ) ଏବଂ ଡିଫେଣ୍ଡିଂ ଜାତୀୟ ଚାମ୍ପିଅନ୍ ଆଶୀ ଚୌକସେ (୧୦ ମିଟର ଏୟାର ରାଇଫଲ ଏବଂ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ) ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ।