ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ: ଏଥିରେ ବି ନାହିଁ ବାହିନୀପତିଙ୍କ ନାଁ
ଭୁବନେଶ୍ୱରଳ,୨୩।୮: ପିସିସି ଭଙ୍ଗ ହେବା ପରେ ଘୋଷଣା ହୋଇଥିଲା ଷ୍ଟିୟରିଂ କମିଟି। ଏହି ଷ୍ଟିୟରିଂ କମିଟି ପିସିସି ସଭାପତି ବାଛିବ।ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟି ସଦସ୍ୟଙ୍କ ନାଁ ଘୋଷଣା ହୋଇଥିଲା। ଏହି ୧୪ ଜଣିଆ ଷ୍ଟିୟରିଂ କମିଟି ପିସିସି ଚଳାଇବ ବୋଲି ଘୋଷଣା ହୋଇଥିବା ବେଳେ ଏଥିରୁ କେତେକ ଟାଣୁଆ ନେତାଙ୍କୁ ବାଦ୍ ଦିଆଯାଇଥିଲା। ଯେଉଁଥିରେ ଥିଲେ ନିରଞ୍ଜନ, ଶରତ ଓ ତାରା। ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶୁକ୍ରବାର […] The post ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ: ଏଥିରେ ବି ନାହିଁ ବାହିନୀପତିଙ୍କ ନାଁ appeared first on Dharitri Odia News.
ଅନ୍ୟପକ୍ଷେ ପିସିସି ସଭାପତି ଚୟନ ଆସନ୍ତା ୨ ମାସ ମଧ୍ୟରେ କରାଯିବ। ଦିଲ୍ଲୀରୁ କେତେଜଣ ନେତା ଆସି ଦଳର କେତେଜଣ ନେତାଙ୍କ ସହ ଆଲୋଚନାକରି ମତାମତ ନେବେ। ଏହା ସହ ବିଭିନ୍ନ ଉପାୟରେ ସର୍ଭେ କରାଯାଇ କାହାକୁ ସଭାପତି କଲେ ଠିକ୍ ହେବ, ସେନେଇ ମଧ୍ୟ ମତ ସଂଗ୍ରହ କରାଯିବ ବୋଲି ଷ୍ଟିୟରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିବା ଜଣାପଡ଼ିଛି।
କଂଗ୍ରେସ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଗୁରୁବାର ଅଜୟ କୁମାରଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ୧୩ ଜଣ ବିଧାୟକ ଏବଂ ଷ୍ଟିୟରିଂ କମିଟି ସଦସ୍ୟଙ୍କ ମତାମତ ଲୋଡ଼ା ଯାଇଛି। ପ୍ରତି ୧୫ ଦିନରେ ଥରେ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ସଭାପତି ଚୟନ ନେଇ ଅଜୟ ନିର୍ଦ୍ଦିଷ୍ଟ ସମୟ ଦେବା ପରେ ଦଳରେ ଆଶ୍ୱସ୍ତ ପ୍ରକାଶ ପାଇଛି।
The post ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ: ଏଥିରେ ବି ନାହିଁ ବାହିନୀପତିଙ୍କ ନାଁ appeared first on Dharitri Odia News.