ଇଣ୍ଡିଆନ ଅଏଲ ଟର୍ମିନାଲ ପାଇପ୍ ଲାଇନରୁ ତେଲ ଲିକ୍, ଶହ ଶହ ଲିଟର ତେଲ ନଷ୍ଟ
ପାରାଦୀପ ୬।୯: ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପ୍ ଲାଇନରୁ ତେଲ ଲିକ୍ ହୋଇଥିବା ସୂଚନା ମିଳିଛି । ଶହ ଶହ ଲିଟର ତେଲ ନଷ୍ଟ ହୋଇଥିବା ଜଣାପଡିଛି । ବାଉରିଆପାଳନ୍ଦା ନିକଟରେ ଘଟିଛି ଏଭଳି ଘଟଣା । ଗୁରୁବାର ବିଳମ୍ବିତ ରାତିରେ ପାଇପ୍ ଲାଇନ୍ରୁ ତେଲ ଲିକ୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ତେଲ ବ୍ୟାରେଲ ସହିତ କିଛି ପାଇପ୍ ପଡିଥିବା ଦେଖାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଅସାଧୁ ବ୍ୟବସାୟୀ ଏଭଳି କରିଥାଇପାରନ୍ତେ ବୋଲି ସନ୍ଦେହ କରୁଛନ୍ତି । ଏଭଳି ବାରମ୍ବାର ଘଟୁଥିଲେ ବି ନା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଏହା ଉପରେ ଗୁରୁତ୍ବ ଦେଉନାହାନ୍ତି, କେବଳ ଲିକ୍ ସ୍ଥାନକୁ ମରାମତି କରି ଚୁପ୍ ହୋଇ ରହିଯାଉଛନ୍ତି । ଟର୍ମିନାଲ ନିକଟରେ ବସ୍ତି ରହୁଥିବାରୁ ଅଗ୍ନିକାଣ୍ଡକୁ ନେଇ ଅନେକ ସମୟରେ ଭୟଭୀତ ଅବସ୍ଥାରେ ବସ୍ତିବାସିନ୍ଦା ରହୁଛନ୍ତି । ତେବେ ତେଲକୁ ନିୟନ୍ତ୍ରଣ କରିଛନ୍ତି ଟର୍ମିନାଲ କର୍ତ୍ତୃପକ୍ଷ । ଜାହାଜରୁ ଇଣ୍ଡିଆନ ଅଏଲ ଟର୍ମିନାଲକୁ ପାଇପ ଯୋଗେ ଆସୁଥିଲା ଡିଜେଲ ।You Can Read:ଦୁଇ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ, ବୈତରଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ
ପାରାଦୀପ ୬।୯: ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପ୍ ଲାଇନରୁ ତେଲ ଲିକ୍ ହୋଇଥିବା ସୂଚନା ମିଳିଛି । ଶହ ଶହ ଲିଟର ତେଲ ନଷ୍ଟ ହୋଇଥିବା ଜଣାପଡିଛି । ବାଉରିଆପାଳନ୍ଦା ନିକଟରେ ଘଟିଛି ଏଭଳି ଘଟଣା ।
ଗୁରୁବାର ବିଳମ୍ବିତ ରାତିରେ ପାଇପ୍ ଲାଇନ୍ରୁ ତେଲ ଲିକ୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ତେଲ ବ୍ୟାରେଲ ସହିତ କିଛି ପାଇପ୍ ପଡିଥିବା ଦେଖାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଅସାଧୁ ବ୍ୟବସାୟୀ ଏଭଳି କରିଥାଇପାରନ୍ତେ ବୋଲି ସନ୍ଦେହ କରୁଛନ୍ତି । ଏଭଳି ବାରମ୍ବାର ଘଟୁଥିଲେ ବି ନା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଏହା ଉପରେ ଗୁରୁତ୍ବ ଦେଉନାହାନ୍ତି, କେବଳ ଲିକ୍ ସ୍ଥାନକୁ ମରାମତି କରି ଚୁପ୍ ହୋଇ ରହିଯାଉଛନ୍ତି । ଟର୍ମିନାଲ ନିକଟରେ ବସ୍ତି ରହୁଥିବାରୁ ଅଗ୍ନିକାଣ୍ଡକୁ ନେଇ ଅନେକ ସମୟରେ ଭୟଭୀତ ଅବସ୍ଥାରେ ବସ୍ତିବାସିନ୍ଦା ରହୁଛନ୍ତି । ତେବେ ତେଲକୁ ନିୟନ୍ତ୍ରଣ କରିଛନ୍ତି ଟର୍ମିନାଲ କର୍ତ୍ତୃପକ୍ଷ । ଜାହାଜରୁ ଇଣ୍ଡିଆନ ଅଏଲ ଟର୍ମିନାଲକୁ ପାଇପ ଯୋଗେ ଆସୁଥିଲା ଡିଜେଲ ।
You Can Read:
ଦୁଇ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ, ବୈତରଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ