ଇଣ୍ଡିଆନ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଲୀ,୧୮।୮: ଇଣ୍ଡିଆନ କୋଷ୍ଟଗାର୍ଡ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାକେଶ ପାଲଙ୍କୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଚେନ୍ନାଇରେ ହୃଦଘାତରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି ବୋଲି ନୂଆଦିଲ୍ଲୀର ଜଣେ ଅଧିକାରୀ କହିଛନ୍ତି ଯେ ରାକେଶ ପାଲଙ୍କ ମୃତଦେହକୁ ଦିଲ୍ଲୀକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ପାଲଙ୍କ ଦେହାନ୍ତ ଖବର ଶୁଣି ରାଜନାଥ ସିଂ […] The post ଇଣ୍ଡିଆନ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ହୃଦଘାତରେ ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୮: ଇଣ୍ଡିଆନ କୋଷ୍ଟଗାର୍ଡ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାକେଶ ପାଲଙ୍କୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଚେନ୍ନାଇରେ ହୃଦଘାତରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି ବୋଲି ନୂଆଦିଲ୍ଲୀର ଜଣେ ଅଧିକାରୀ କହିଛନ୍ତି ଯେ ରାକେଶ ପାଲଙ୍କ ମୃତଦେହକୁ ଦିଲ୍ଲୀକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ପାଲଙ୍କ ଦେହାନ୍ତ ଖବର ଶୁଣି ରାଜନାଥ ସିଂ ଡାକ୍ତରଖାନାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାକେଶ ପାଲଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ରାଜନାଥ ସିଂ ସୋସିଆଲ ମିଡିଆ ପ୍ଳାର୍ଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ଅକାଳ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ। ସେ ଜଣେ ଦକ୍ଷ ତଥା ପ୍ରତିବଦ୍ଧ ଅଧିକାରୀ ଥିଲେ ଯାହାର ନେତୃତ୍ୱରେ ଆଇସିଜି ଭାରତର ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବାରେ ବହୁତ ଅଗ୍ରଗତି କରିଥିଲା। ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ହୃଦୟରୁ ସମବେଦନା।
ରାକେଶ ପାଲ ୩ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ନୌସେନାରଟେ କାର୍ଯ୍ୟ କରୁଥିଲେ। ୩୫ ବର୍ଷରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ଅନେକ ଦାୟିତ୍ୱ ତୁଲାଇଥିଲେ। ଫେବୃଆରୀ ୨୦୨୨ ରେ ତାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ କରାଯାଇଥିଲା। ୨୦୧୩ ମସିହାରେ, ସେ ଟାଟ୍ରାକ୍ଷକ ପଦକ ଏବଂ ୨୦୧୮ ରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ।
Deeply saddened at the untimely demise of Shri Rakesh Pal, DG, Indian Coast Guard in Chennai today. He was an able and committed officer under whose leadership ICG was making big strides in strengthening India’s maritime security. My heartfelt condolences to his bereaved family.
— Rajnath Singh (@rajnathsingh) August 18, 2024
The post ଇଣ୍ଡିଆନ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ହୃଦଘାତରେ ମୃତ୍ୟୁ appeared first on Dharitri Odia News.