ଇଣ୍ଡିଗୋ ବିମାନକୁ ବମ୍ରେ ଉଡାଇ ଦେବାକୁ ଧମକ, ଦିଲ୍ଲୀରୁ ବାରାଣସୀ ଯାଉଥିଲା ଫ୍ଲାଇଟ୍
ନୂଆଦିଲ୍ଲୀ ୨୮/୦୫: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଧମକ ଆସିବା ପରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକି ଯାଇଥିଲା । ଲୋକେ ଭୟରେ ଓହ୍ଲାଇପଡିଥିଲେ । ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଏହି ବୋମା ଧମକ ଆସିଛି । ଏହା ପରେ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ଦିଲ୍ଲୀର T2 ଟର୍ମିନାଲରୁ ବନାରସ ଅଭିମୁଖେ ଯାତ୍ରା କରିବାକୁ ଥିଲା । କିନ୍ତୁ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା । ଏହା ବ୍ୟତୀତ ୫ ସିଏସ୍ଏଫ୍ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । #WATCH | Passengers of the IndiGo flight 6E2211 operating from Delhi to Varanasi were evacuated through the emergency door after a bomb threat was reported on the flight. All passengers are safe, flight is being inspected.(Viral video confirmed by Aviation authorities) https://t.co/el2q5jCatx pic.twitter.com/ahVc0MSiXz— ANI (@ANI) May 28, 2024ଏହି ସମୟରେ ଇଣ୍ଡିଗୋ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଇଣ୍ଡିଗୋ ବିମାନରୁ ବାହାରୁଥିବା
ନୂଆଦିଲ୍ଲୀ ୨୮/୦୫: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଧମକ ଆସିବା ପରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକି ଯାଇଥିଲା । ଲୋକେ ଭୟରେ ଓହ୍ଲାଇପଡିଥିଲେ । ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଏହି ବୋମା ଧମକ ଆସିଛି ।
ଏହା ପରେ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ଦିଲ୍ଲୀର T2 ଟର୍ମିନାଲରୁ ବନାରସ ଅଭିମୁଖେ ଯାତ୍ରା କରିବାକୁ ଥିଲା । କିନ୍ତୁ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା । ଏହା ବ୍ୟତୀତ ୫ ସିଏସ୍ଏଫ୍ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।
#WATCH | Passengers of the IndiGo flight 6E2211 operating from Delhi to Varanasi were evacuated through the emergency door after a bomb threat was reported on the flight. All passengers are safe, flight is being inspected.
(Viral video confirmed by Aviation authorities) https://t.co/el2q5jCatx pic.twitter.com/ahVc0MSiXz— ANI (@ANI) May 28, 2024
ଏହି ସମୟରେ ଇଣ୍ଡିଗୋ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଇଣ୍ଡିଗୋ ବିମାନରୁ ବାହାରୁଥିବା ଯାତ୍ରୀଙ୍କ ଭିଡିଓରେ ଦେଖିଲେ ଆପଣ ବି ହୋଇଯିବେ ତାଜୁବ । ଏମର୍ଜେନ୍ସିଂ ଫାଟକ ଦେଇ ଲୋକେ ବାହାରକୁ ଚାଲିଯାଉଛନ୍ତି । ଏଥିରୁ ଜଣାପଡିଛି ଯେ ଯାତ୍ରୀମାନ ବୋମା ଖବର ଶୁଣିବା ପରେ ସେମାନଙ୍କୁ ବିମାନରୁ ଶୀଘ୍ର ସ୍ଥାନାନ୍ତର କରାଯାଉଛି ।