ବସ୍‌ ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ, ବୃଦ୍ଧା ଗୁରୁତର

କାମାକ୍ଷାନଗର: ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌। ଏଥିରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ତେବେ ଗୁରୁତର ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ନନ୍ଦୁ ନାମକ ଯାତ୍ରୀବାହୀ ବସ୍‌ ଢେଙ୍କାନାଳରୁ କାଠପାଳ ଯାଉଥିବାବେଳେ ମହୁଲପାଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ବସ୍‌ ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ, ବୃଦ୍ଧା ଗୁରୁତର

କାମାକ୍ଷାନଗର: ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌। ଏଥିରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ତେବେ ଗୁରୁତର ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ନନ୍ଦୁ ନାମକ ଯାତ୍ରୀବାହୀ ବସ୍‌ ଢେଙ୍କାନାଳରୁ କାଠପାଳ ଯାଉଥିବାବେଳେ ମହୁଲପାଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।