ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧।୬: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ସମ୍ପର୍କରେ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଶନିବାର ସକାଳେ ମୁମ୍ବାଇ ଯିବାକୁଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା। ବିମାନ 6E 5314 ସକାଳ ପ୍ରାୟ ୭ଟାରେ ଚେନ୍ନାଇରୁ ଉଡ଼ିଗଲା। ଏହା ମୁମ୍ବାଇ ବିମାନବନ୍ଦରରେ ସକାଳ ପ୍ରାୟ ସାଢେ ନଅଟାରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ବର୍ତ୍ତମାନ ସମଗ୍ର ବିମାନକୁ […] The post ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ appeared first on Dharitri Odia News.

ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧।୬: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ସମ୍ପର୍କରେ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଶନିବାର ସକାଳେ ମୁମ୍ବାଇ ଯିବାକୁଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା। ବିମାନ 6E 5314 ସକାଳ ପ୍ରାୟ ୭ଟାରେ ଚେନ୍ନାଇରୁ ଉଡ଼ିଗଲା। ଏହା ମୁମ୍ବାଇ ବିମାନବନ୍ଦରରେ ସକାଳ ପ୍ରାୟ ସାଢେ ନଅଟାରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ବର୍ତ୍ତମାନ ସମଗ୍ର ବିମାନକୁ ଯାଞ୍ଚ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ ବିମାନରେ ୧୭୨ ଜଣ ଯାତ୍ରୀ ଥିଲେ।

ଇଣ୍ଡିଗୋ ଏକ ବୟାନି ଜାରି କରି କହିଛି ଯେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E 5314 ଉପରେ ବୋମା ଧମକ ଆସିଛି। ମୁମ୍ବାଇରେ ଅବତରଣ କରିବା ପରେ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ। ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶରେ ବିମାନଟି ଏକ ନିଛାଟିଆ ସ୍ଥାନକୁ ନିଆଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି। ବର୍ତ୍ତମାନ ବିମାନର ଯାଞ୍ଚ ଚାଲିଛି। ସମସ୍ତ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନଟି ଟର୍ମିନାଲ ଅଞ୍ଚଳକୁ ଫେରାଇ ନିଆଯିବ।

The post ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ appeared first on Dharitri Odia News.