‘ବେବି ଜନ୍’ ଟିଜର ଆଉଟ
ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍ ହେବାକୁ ଯାଉଛି। ଶନିବାର ‘ବେବି ଜନ୍’ର ନିର୍ମାତାଙ୍କ ପକ୍ଷରୁ ଏହାର ଟିଜରକୁ ଜାରି କରାଯାଇଛି। ବରୁଣ ମଧ୍ୟ ଏହି ଟିଜରକୁ ନିଜ ଇନ୍ଷ୍ଟାଗ୍ରାମ ଆଇଡିରେ ଶେୟାର କରିଛନ୍ତି। ଏହି ଟିଜରରେ କମେଡି ବ୍ୟତୀତ ବରୁଣଙ୍କର ଆକ୍ସନ ଦୃଶ୍ୟ ମଧ୍ୟ ରହିଛି। ଏଥିରେ ବରୁଣ ଖାକି ୟୁନିଫର୍ମ ପିନ୍ଧିଥିବାର ନଜରକୁ ଆସିଛନ୍ତି। ଟିଜରରେ ବରୁଣଙ୍କର ୨ଟି ଲୁକ୍ ଦେଖିବାକୁ ମିଳୁଛି। […] The post ‘ବେବି ଜନ୍’ ଟିଜର ଆଉଟ appeared first on Dharitri Odia News.
ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍ ହେବାକୁ ଯାଉଛି। ଶନିବାର ‘ବେବି ଜନ୍’ର ନିର୍ମାତାଙ୍କ ପକ୍ଷରୁ ଏହାର ଟିଜରକୁ ଜାରି କରାଯାଇଛି। ବରୁଣ ମଧ୍ୟ ଏହି ଟିଜରକୁ ନିଜ ଇନ୍ଷ୍ଟାଗ୍ରାମ ଆଇଡିରେ ଶେୟାର କରିଛନ୍ତି। ଏହି ଟିଜରରେ କମେଡି ବ୍ୟତୀତ ବରୁଣଙ୍କର ଆକ୍ସନ ଦୃଶ୍ୟ ମଧ୍ୟ ରହିଛି। ଏଥିରେ ବରୁଣ ଖାକି ୟୁନିଫର୍ମ ପିନ୍ଧିଥିବାର ନଜରକୁ ଆସିଛନ୍ତି। ଟିଜରରେ ବରୁଣଙ୍କର ୨ଟି ଲୁକ୍ ଦେଖିବାକୁ ମିଳୁଛି। ଗୋଟିଏ ଲୁକ୍ରେ ସେ କ୍ଲିନ୍ ଶେଭ୍ ଥିବା ସହ ପୋଲିସ ୟୁନିଫର୍ମରେ ଦେଖାଯାଉଛନ୍ତି। ସେହିପରି ଅନ୍ୟ ଲୁକ୍ରେ ତାଙ୍କୁ ଲମ୍ବା କେଶ ଓ ଦାଢ଼ି ସହ ଦେଖିବାକୁ ମିଳିଛି। ‘ବେବି ଜନ୍’ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ଅଭିନେତ୍ରୀ କୀର୍ତ୍ତି ସୁରେଶ ଏବଂ ୱାମିକା ଗବ୍ବିଙ୍କୁ ଦେଖିବାକୁ ମିଳିବ। ସେହିପରି ଫିଲ୍ମରେ ଅନ୍ୟ ଏକ ଭୂମିକାରେ ଅଭିନେତା ଜ୍ୟାକି ଶ୍ରଫ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପ୍ରକାଶ ଯେ, ‘ବେବି ଜନ୍’ହେଉଛି ତାମିଲ ଚଳଚ୍ଚିତ୍ର ‘ଥେରି’ର ରିମେକ୍। ‘ଥେରି’ ଫିଲ୍ମରେ ଅଭିନେତା ଥାଲାପଥି ବିଜୟ, ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଓ ଆମି ଜ୍ୟାକ୍ସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିଥିଲେ। ‘ଥେରି’ର ନିର୍ଦ୍ଦେଶକ ଏଟଲି କୁମାର ‘ବେବି ଜନ୍’ ଫିଲ୍ମ ନିର୍ମାଣ କରିଛନ୍ତି। ତେବେ ‘ଥେରି’ର କାହାଣୀ ତୁଳନାରେ ‘ବେବି ଜନ୍’ କାହାଣୀରେ ଏକ ଟୁଇଷ୍ଟ ଯୋଡ଼ା ଯାଇଥିବା ସେ ସୂଚନା ଦେଇଛନ୍ତି। କ୍ଲିସ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି।
The post ‘ବେବି ଜନ୍’ ଟିଜର ଆଉଟ appeared first on Dharitri Odia News.