ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର; ସାରା ଦେଶରେ ପ୍ରଥମ
ଭୁବନେଶ୍ୱର,୧୦ା୭: ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର ସଫଳତା। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କୁ ସମେତ ଓଡିଶାର ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ ଜେନା କହିଛନ୍ତି ଯେ ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି […] The post ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର; ସାରା ଦେଶରେ ପ୍ରଥମ appeared first on Dharitri Odia News.
ଭୁବନେଶ୍ୱର,୧୦ା୭: ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର ସଫଳତା। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କୁ ସମେତ ଓଡିଶାର ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀ ଜେନା କହିଛନ୍ତି ଯେ ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି ଓ ନିରାପତ୍ତା ଯାନଚାଳକମାନଙ୍କର ଆଦର୍ଶ ହେବା ଉଚିତ । ସେମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଜାପାନ ଯିବା ପୂର୍ବରୁ ଏହି ଯାନଚାଳକମାନେ ବେଙ୍ଗାଲୁରୁରେ ଜାପାନୀ ଭାଷା, ସଂସ୍କୃତି ଏବଂ ନିୟମାବଳୀ ଉପରେ ତାଲିମ ନେବେ । ସେମାନଙ୍କ ପାଇଁ ପାସପୋର୍ଟ ଏବଂ ଭିସାର ମଧ୍ୟ ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟା ପାଇଁ ଯାନଚାଳକ ପିଛା ୨.୩ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । ମନ୍ତ୍ରୀ ଜେନା ନୂତନ ଯାନଚାଳକମାନଙ୍କୁ ବିଦେଶରେ ଓଡ଼ିଶାର ପରିଚୟ ଓ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଯାନଚାଳକ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯାଇଛି । ଯାନଚାଳକମାନଙ୍କ ପାଇଁ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ପ୍ରଥମ ପର୍ଯ୍ୟାୟରେ ଜାପାନରେ କାମ କରିବାର ସୁଯୋଗ ପାଇବା ପାଇଁ ଓଡିଶାର ୩୦ ଜଣ ଯାନଚାଳକଙ୍କୁ ଚୟନ କରାଯାଇଛି ।
ଜାପାନର ପ୍ରତିନିଧି ତଥା ନାଭିସ୍ଏଚ୍ଆର୍ ଦ୍ୱାରା ଆୟୋଜିତ ଏକ ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭାରୀଯାନ ତାଲିମ କେନ୍ଦ୍ରରୁ ୧୮୦ ଜଣ ଯାନଚାଳକ ଭାଗ ନେଇଥିଲେ। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାଜ୍ୟର ଚାରୋଟି ସ୍ଥାନରେ ଭାରୀଯାନ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି । ସରକାରୀ-ଘରୋଇ ଭାଗୀଦାରି ମାଧ୍ୟମରେ ପରିଚାଳିତ ଏହି କେନ୍ଦ୍ରଗୁଡିକ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ମାଗଣା ତାଲିମ, ରହିବା, ଭୋଜନ ସହ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସହାୟତା ଯୋଗାଇଥାଆନ୍ତି । ଏହା ବ୍ୟତୀତ ସଫଳ ପ୍ରଶିକ୍ଷାର୍ଥୀମାନେ ୩୦ ଦିନର ତାଲିମ ସମାପ୍ତ କରିବା ପରେ ୩୦୦୦ ଟଙ୍କାର ଷ୍ଟାଇପେଣ୍ଡ ପାଇଥାଆନ୍ତି । ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ତାଲିମ ସୁବିଧା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍, ଏସି ଶ୍ରେଣୀଗୃହ ଏବଂ ହଷ୍ଟେଲ ସୁବିଧା ରହିଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ, ବ୍ୟାୟାମ ସହ
ଲାଇବ୍ରେରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏଠାରେ ମଧ୍ୟ ପୂର୍ବରୁ ଲାଇସେନ୍ସପ୍ରାପ୍ତ ଯାନଚାଳକମାନଙ୍କୁ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତିନି ଦିନିଆ ରିଫ୍ରେସର ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।
The post ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର; ସାରା ଦେଶରେ ପ୍ରଥମ appeared first on Dharitri Odia News.