ଇଣ୍ଡୋ-ପାକ୍ ସୀମାରେ ଟେନ୍‌ସନ୍‌, ସାମରିକ ସତର୍କତା ଜାରି କଲେ ଉଭୟ ଦେଶ

ନୂଆଦିଲ୍ଲୀ ୨୩।୦୭ : ଭାରତ ଓ ପାକିସ୍ତାନ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୀମାରେ ନିଜ ନିଜ ଆକାଶପଥକୁ କଡ଼ାକଡ଼ି କରିଛନ୍ତି। ମେ ମାସ ଆରମ୍ଭରୁ ଗମ୍ଭୀର ଉତ୍ତେଜନା ସୃଷ୍ଟି ହେବାର ୩ମାସରୁ କମ୍‌ ସମୟ ପରେ ଉଭୟ ଦେଶ ଏୟାର୍‌ମ୍ୟାନ୍‌ମାନଙ୍କୁ ନୂଆ ନୋଟାମ୍‌ ଜାରି କରିଛନ୍ତି।ଯେଉଁଥିରେ ସାମରିକ ସତର୍କତା ଜାରି ରହିବ ବୋଲି ସଙ୍କେତ ଦିଆଯାଇଛି।ଭାରତୀୟ ବାୟୁସେନାର ଦକ୍ଷିଣ-ପଶ୍ଚିମ ବାୟୁସେନା କମାଣ୍ଡ ଜୁଲାଇ ୨୩ରୁ ଅର୍ଥାତ୍‌ ଆଜିଠୁ ୨୫ ପର୍ଯ୍ୟନ୍ତ ଏକ ବାୟୁଯୁଦ୍ଧ ଅଭ୍ୟାସ କରିବ। ଅନ୍ତର୍ଜାତୀୟ ସୀମାଠାରୁ ଅଳ୍ପ ଦୂରରେ ରାଜସ୍ଥାନ-ଗୁଜରାଟ ଅଞ୍ଚଳରେ ଏହି ଅଭ୍ୟାସ କରାଯିବ। ସେପଟେ ପାକିସ୍ତାନ ତାର କେନ୍ଦ୍ରୀୟ ଓ ଦକ୍ଷିଣ ଆକାଶମାର୍ଗକୁ ଅବରୋଧ କରିଛି । କେନ୍ଦ୍ରୀୟ ଅଞ୍ଚଳକୁ ନିଷିଦ୍ଧ କରାଯିବା ସହ ଦକ୍ଷିଣ ସେକ୍ଟର ବନ୍ଦ ରଖିବା ଉପରେ ଫୋକସ୍‌ କରାଯାଉଛି ।ମେ ୭ରେ ଭାରତ ପହଲଗାମ ପ୍ରତିଶୋଧ ନେଇ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଆକ୍ରମଣ କରିଥିଲା। ଏଥିରେ ୯ଟି ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରାଯାଇ ଥିଲା । ଭାରତର ଏକମାତ୍ର ଲକ୍ଷ୍ୟ ଥିଲା କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ନିଷ୍କ୍ରିୟ କରିବା, ଅଧିକ ଉତ୍ତେଜନା ସୃଷ୍ଟି କରିବା ନୁହେଁ । କିନ୍ତୁ ପାକିସ୍ତାନ ଏହାର ଜବାବ୍‌ ଦେଇଥିଲା । ଭାରତୀୟ ଏସାରବେସ୍‌, ସାମରିକ ପ୍ରତିଷ୍ଠାନ, ଏପରିକି ବେସାମରିକ ଅଞ୍ଚଳକୁ ଟାର୍ଗେଟ୍‌ କରି କମ୍ରାଗତ ଭାବେ

ଇଣ୍ଡୋ-ପାକ୍ ସୀମାରେ ଟେନ୍‌ସନ୍‌, ସାମରିକ ସତର୍କତା ଜାରି କଲେ ଉଭୟ ଦେଶ

ନୂଆଦିଲ୍ଲୀ ୨୩।୦୭ : ଭାରତ ଓ ପାକିସ୍ତାନ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୀମାରେ ନିଜ ନିଜ ଆକାଶପଥକୁ କଡ଼ାକଡ଼ି କରିଛନ୍ତି। ମେ ମାସ ଆରମ୍ଭରୁ ଗମ୍ଭୀର ଉତ୍ତେଜନା ସୃଷ୍ଟି ହେବାର ୩ମାସରୁ କମ୍‌ ସମୟ ପରେ ଉଭୟ ଦେଶ ଏୟାର୍‌ମ୍ୟାନ୍‌ମାନଙ୍କୁ ନୂଆ ନୋଟାମ୍‌ ଜାରି କରିଛନ୍ତି।ଯେଉଁଥିରେ ସାମରିକ ସତର୍କତା ଜାରି ରହିବ ବୋଲି ସଙ୍କେତ ଦିଆଯାଇଛି।

ଭାରତୀୟ ବାୟୁସେନାର ଦକ୍ଷିଣ-ପଶ୍ଚିମ ବାୟୁସେନା କମାଣ୍ଡ ଜୁଲାଇ ୨୩ରୁ ଅର୍ଥାତ୍‌ ଆଜିଠୁ ୨୫ ପର୍ଯ୍ୟନ୍ତ ଏକ ବାୟୁଯୁଦ୍ଧ ଅଭ୍ୟାସ କରିବ। ଅନ୍ତର୍ଜାତୀୟ ସୀମାଠାରୁ ଅଳ୍ପ ଦୂରରେ ରାଜସ୍ଥାନ-ଗୁଜରାଟ ଅଞ୍ଚଳରେ ଏହି ଅଭ୍ୟାସ କରାଯିବ। ସେପଟେ ପାକିସ୍ତାନ ତାର କେନ୍ଦ୍ରୀୟ ଓ ଦକ୍ଷିଣ ଆକାଶମାର୍ଗକୁ ଅବରୋଧ କରିଛି । କେନ୍ଦ୍ରୀୟ ଅଞ୍ଚଳକୁ ନିଷିଦ୍ଧ କରାଯିବା ସହ ଦକ୍ଷିଣ ସେକ୍ଟର ବନ୍ଦ ରଖିବା ଉପରେ ଫୋକସ୍‌ କରାଯାଉଛି ।

ମେ ୭ରେ ଭାରତ ପହଲଗାମ ପ୍ରତିଶୋଧ ନେଇ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଆକ୍ରମଣ କରିଥିଲା। ଏଥିରେ ୯ଟି ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରାଯାଇ ଥିଲା । ଭାରତର ଏକମାତ୍ର ଲକ୍ଷ୍ୟ ଥିଲା କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ନିଷ୍କ୍ରିୟ କରିବା, ଅଧିକ ଉତ୍ତେଜନା ସୃଷ୍ଟି କରିବା ନୁହେଁ । କିନ୍ତୁ ପାକିସ୍ତାନ ଏହାର ଜବାବ୍‌ ଦେଇଥିଲା । ଭାରତୀୟ ଏସାରବେସ୍‌, ସାମରିକ ପ୍ରତିଷ୍ଠାନ, ଏପରିକି ବେସାମରିକ ଅଞ୍ଚଳକୁ ଟାର୍ଗେଟ୍‌ କରି କମ୍ରାଗତ ଭାବେ ଡ୍ରୋନ୍‌ ଓ ଏୟାଷ୍ଟ୍ରାଇକ୍‌ କରିଥିଲା । ଏହାପରେ ମେ ୭ରୁ ୧୦ ଯାଏ ଚାଲିଥିବା ଯୁଦ୍ଧରେ ଭାରତୀୟ ବାୟୁସେନା ପାକିସ୍ତାନର ୯ଟି ଏୟାରବେସ୍‌ ଓ ୩ଟି ରାଡ଼ାର ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଥିଲା । ଏମାନଙ୍କ ମଧ୍ୟରୁ କେତେକ ସମ୍ବେଦନଶୀଳ ଅଞ୍ଚଳ, ପରମାଣୁ ସ୍ଥଳ ଓ ପ୍ରମୁଖ କମାଣ୍ଡ ଢାଞ୍ଚା ନିକଟରେ ଥିଲା । ବିଶେଷ କରି ସୀମା ନିକଟରେ ସାମରିକ ଅଭ୍ୟାସ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ୱାଭାବିକ ନୁହେଁ । ମେ ୧୦ରେ ଲଢେଇ ଶେଷ ହେବା ରେ ବି ଛାୟା ଉତ୍ତେଜନା ଲାଗି ରହିଛି । ଅଭ୍ୟାସର ନୂଆ  ଲହର ଦର୍ଶାଉଛି ଯେ ଉଭୟ ପକ୍ଷ ପ୍ରସ୍ତୁତ ଚଳାଇଛନ୍ତି ।