ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲ୍ରେ ତୀବ୍ରତା ୬ ରେକର୍ଡ
ନୂଆଦିଲ୍ଲୀ ୦୩।୦୪; ଭୂମିକମ୍ପର ଶକ୍ତିଶାଳୀ କମ୍ପନରେ ପୁଣି ଥରେ ଥରି ଉଠିଛି ପୃଥିବୀ । ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି। ଏହି ଭୂମିକମ୍ପରେ କୌଣସି ପ୍ରାଣ ହାନି ହେବା ନେଇ ଖବର ନାହିଁ। କିନ୍ତୁ ପ୍ରାୟ କୁହାଯାଉଛି ୬ ତୀବ୍ରତାର ଭୂମିକମ୍ପ ଦେଶବାସୀଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଟେର୍ନେଟ୍ ସହରରୁ ୧୬୧ କିଲୋମିଟର ଭୂତଳରେ ଅବସ୍ଥିତ ଥିଲା। ଲୋକମାନେ ଶୋଇଥିବା ସମୟରେ ରାତି ପ୍ରାୟ ୨:୩୩ ସମୟରେ ଭୂମିକମ୍ପ ହୋଇଥିଲା । କହିବାକୁ ଗଲେ ୫ ଦିନ ପୂର୍ବେ ମିଆଁମାରରେ ଘଟିଥିବା ପ୍ରାୟ ୭.୭ ତୀବ୍ରତାର ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେବେଠାରୁ, ଭୂମିକମ୍ପର ଝଟକା ନିରନ୍ତର ଘଟି ଚାଲିଛି। ମଙ୍ଗଳବାର, ଏପ୍ରିଲ ୧ ତାରିଖରେ ଦୁଇଟି ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ୪.୭ ଥିଲା। ହେଲେ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ହେଲେ ମିଆଁମାର ସରକାର ସତର୍କ ରହିବାକୁ କହିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ବୁଧବାର, ଏପ୍ରିଲ ୨ ତାରିଖରେ ମିଆଁମାରରେ ମଧ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା। EQ of M: 6.0, On: 02/04/2025 19:34:00
ନୂଆଦିଲ୍ଲୀ ୦୩।୦୪; ଭୂମିକମ୍ପର ଶକ୍ତିଶାଳୀ କମ୍ପନରେ ପୁଣି ଥରେ ଥରି ଉଠିଛି ପୃଥିବୀ । ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି। ଏହି ଭୂମିକମ୍ପରେ କୌଣସି ପ୍ରାଣ ହାନି ହେବା ନେଇ ଖବର ନାହିଁ। କିନ୍ତୁ ପ୍ରାୟ କୁହାଯାଉଛି ୬ ତୀବ୍ରତାର ଭୂମିକମ୍ପ ଦେଶବାସୀଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଟେର୍ନେଟ୍ ସହରରୁ ୧୬୧ କିଲୋମିଟର ଭୂତଳରେ ଅବସ୍ଥିତ ଥିଲା। ଲୋକମାନେ ଶୋଇଥିବା ସମୟରେ ରାତି ପ୍ରାୟ ୨:୩୩ ସମୟରେ ଭୂମିକମ୍ପ ହୋଇଥିଲା ।
କହିବାକୁ ଗଲେ ୫ ଦିନ ପୂର୍ବେ ମିଆଁମାରରେ ଘଟିଥିବା ପ୍ରାୟ ୭.୭ ତୀବ୍ରତାର ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେବେଠାରୁ, ଭୂମିକମ୍ପର ଝଟକା ନିରନ୍ତର ଘଟି ଚାଲିଛି। ମଙ୍ଗଳବାର, ଏପ୍ରିଲ ୧ ତାରିଖରେ ଦୁଇଟି ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ୪.୭ ଥିଲା। ହେଲେ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ହେଲେ ମିଆଁମାର ସରକାର ସତର୍କ ରହିବାକୁ କହିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ବୁଧବାର, ଏପ୍ରିଲ ୨ ତାରିଖରେ ମିଆଁମାରରେ ମଧ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା।
EQ of M: 6.0, On: 02/04/2025 19:34:00 IST, Lat: 31.09 N, Long: 131.47 E, Depth: 30 Km, Location: Kyushu, Japan.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/FmxYcrJlHW— National Center for Seismology (@NCS_Earthquake) April 2, 2025
ଭୂମିକମ୍ପର ଝଟରେ ଜାପାନ ମଧ୍ୟ ଥରି ଉଠିଥିଲା
ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁ ଏବଂ ଧ୍ୱଂସର ଦୃଶ୍ୟରୁ ଲୋକମାନେ ଏପର୍ଯ୍ୟନ୍ତ ବାହାରିପାରି ନାହାନ୍ତି। ୨ ଏପ୍ରିଲ ସନ୍ଧ୍ୟାରେ, ଜାପାନର କ୍ୟୁଶୁ ଅଞ୍ଚଳରେ ରିକ୍ଟର ସ୍କେଲରେ ୬ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ ଏବଂ ସୁନାମି ସତର୍କତା ଜାରି କରାଯାଇ ନାହିଁ, କିନ୍ତୁ ମିଆଁମାରରେ ଭୂମିକମ୍ପ ହେବାର ଗୋଟିଏ ଦିନ ପୂର୍ବରୁ, ଜାପାନ ସରକାର ନିଜ ଦେଶରେ ଭୂମିକମ୍ପ ସତର୍କତା ଜାରି କରିଥିଲେ। ଚେତାବନୀ ଅନୁଯାୟୀ, ପ୍ରଶାନ୍ତ ମହାସାଗର ଉପକୂଳ ନିକଟରେ ୯ ତୀବ୍ରତାର ଏକ ମେଗା ଭୂମିକମ୍ପ ହୋଇପାରେ। ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇପାରେ। ତେଣୁ ଜାପାନ ସରକାର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।