ଇତିହାସ ରଚିବାକୁ ଯାଉଛି ଇସ୍ରୋ; ବୁଧବାର ଲଞ୍ଚ୍ ହେବ ପ୍ରୋବା-୦୩ ସାଟେଲାଇଟ୍
ବିଶାଖାପାଟଣା; ଡିସେମ୍ବର ୪ରେ ଇତିହାସ ରଚିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋ ଆସନ୍ତାକାଲି ପିଏସ୍ଏଲ୍ଭି-ଏକ୍ସଏଲ୍ ରକେଟ୍ରୁ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୦୩ ସାଟେଲାଇଟ୍ ଲଞ୍ଚ୍ କରିବ । ବିଶାଖାପାଟଣାର ଶ୍ରୀହରି କୋଟା ସ୍ପେସ୍ ଷ୍ଟେସନରୁ ଆସନ୍ତାକାଲି ୪ଟା ୮ମିନିଟରେ ଉତକ୍ଷେପଣ ହେବ । ଏହି ସାଟେଲାଇଟ୍ ପୃଥିବୀର ଅଣ୍ଡାକାର କକ୍ଷରେ ପରିକ୍ରମା କରିବ । ଉତ୍କ୍ଷେପଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟ କୋରୋନାର ଅଧ୍ୟୟନ ଏବଂ ଏକସଙ୍ଗେ ଅନେକ ସାଟେଲାଇଟ୍ ଲଞ୍ଚ୍ କରିବାର ନୂଆ କୌଶଳ ପ୍ରଦର୍ଶନ । ଏହା ସୂର୍ଯ୍ୟ ଚତୁଃପାର୍ଶ୍ୱର ବାୟୁମଣ୍ଡଳର ମଧ୍ୟ ଅଧ୍ୟୟନ କରିବ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ମୁତାବକ ସୂର୍ଯ୍ୟ ଚାରିପାଖ ଖୁବ୍ ଧୂଆଁଳିଆ । ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି । ଅନେକ ସାଟେଲାଇଟ୍ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା ଫାଙ୍କ ଅର୍ଥାତ୍ କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ । ପ୍ରୋବା-୩ରେ ସଂଲଗ୍ନ ଏଏସ୍ପିଆଇଆଇସିଏସ୍ ଉପକରଣ ଯୋଗୁ ଏହି କଳା ସ୍ଥାନର ଅଧ୍ୟୟନ ସହଜ ହେବ । ଏହା ସୌର ପବନ ଓ କୋରୋନାଲ ମାସ୍ ଇଜେକ୍ସନ୍ର ମଧ୍ୟ ଅଧ୍ୟୟନ କରିବ ।
ବିଶାଖାପାଟଣା; ଡିସେମ୍ବର ୪ରେ ଇତିହାସ ରଚିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋ ଆସନ୍ତାକାଲି ପିଏସ୍ଏଲ୍ଭି-ଏକ୍ସଏଲ୍ ରକେଟ୍ରୁ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୦୩ ସାଟେଲାଇଟ୍ ଲଞ୍ଚ୍ କରିବ । ବିଶାଖାପାଟଣାର ଶ୍ରୀହରି କୋଟା ସ୍ପେସ୍ ଷ୍ଟେସନରୁ ଆସନ୍ତାକାଲି ୪ଟା ୮ମିନିଟରେ ଉତକ୍ଷେପଣ ହେବ । ଏହି ସାଟେଲାଇଟ୍ ପୃଥିବୀର ଅଣ୍ଡାକାର କକ୍ଷରେ ପରିକ୍ରମା କରିବ । ଉତ୍କ୍ଷେପଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟ କୋରୋନାର ଅଧ୍ୟୟନ ଏବଂ ଏକସଙ୍ଗେ ଅନେକ ସାଟେଲାଇଟ୍ ଲଞ୍ଚ୍ କରିବାର ନୂଆ କୌଶଳ ପ୍ରଦର୍ଶନ । ଏହା ସୂର୍ଯ୍ୟ ଚତୁଃପାର୍ଶ୍ୱର ବାୟୁମଣ୍ଡଳର ମଧ୍ୟ ଅଧ୍ୟୟନ କରିବ ।
ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ମୁତାବକ ସୂର୍ଯ୍ୟ ଚାରିପାଖ ଖୁବ୍ ଧୂଆଁଳିଆ । ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି । ଅନେକ ସାଟେଲାଇଟ୍ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା ଫାଙ୍କ ଅର୍ଥାତ୍ କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ ।
ପ୍ରୋବା-୩ରେ ସଂଲଗ୍ନ ଏଏସ୍ପିଆଇଆଇସିଏସ୍ ଉପକରଣ ଯୋଗୁ ଏହି କଳା ସ୍ଥାନର ଅଧ୍ୟୟନ ସହଜ ହେବ । ଏହା ସୌର ପବନ ଓ କୋରୋନାଲ ମାସ୍ ଇଜେକ୍ସନ୍ର ମଧ୍ୟ ଅଧ୍ୟୟନ କରିବ । ଏହି ସାଟେଲାଇଟ୍ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ ।