ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା

ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି ଭାବେ ଶେଷ ଦଳ ଭାବେ ଆୟର୍ଲାଣ୍ଡ ଟେଷ୍ଟ କ୍ରିକେଟ ଜିତି ଖାତା ଖୋଲିଛି। ଅର୍ଥାତ ବର୍ତ୍ତମାନ ଟେଷ୍ଟ କ୍ରିକେଟ ଖେଳୁଥିବା ସମସ୍ତ ୧୨ଟି ଦଳ ଜିତିଛନ୍ତି। ଫେବୃଆରୀ ୨୮ରୁ ଆବୁଧାବିରେ ଏହି ମୁକାବିଲା ଆରମ୍ଭ […] The post ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା appeared first on Dharitri Odia News.

ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା

ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି ଭାବେ ଶେଷ ଦଳ ଭାବେ ଆୟର୍ଲାଣ୍ଡ ଟେଷ୍ଟ କ୍ରିକେଟ ଜିତି ଖାତା ଖୋଲିଛି। ଅର୍ଥାତ ବର୍ତ୍ତମାନ ଟେଷ୍ଟ କ୍ରିକେଟ ଖେଳୁଥିବା ସମସ୍ତ ୧୨ଟି ଦଳ ଜିତିଛନ୍ତି।

ଫେବୃଆରୀ ୨୮ରୁ ଆବୁଧାବିରେ ଏହି ମୁକାବିଲା ଆରମ୍ଭ ହୋଇଥିଲା। କେବଳ ଗୋଟିଏ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ଟିମ୍‌ର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଆୟର୍ଲାଣ୍ଡ ଦ୍ରୁତ ବୋଲର ମାର୍କ ଆଡେୟାର ଉଭୟ ଇନିଂସରେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ। ସର୍ବାଧିକ ୮ ଉଇକେଟ ନେଇଥିଲେ ସେ। ଏହାଫଳରେ ତାଙ୍କ ଟିମ୍‌ ୮ମ ଟେଷ୍ଟରେ ବିଜେତା ହୋଇ ଇତିହାସ ରଚିଛି।

 

The post ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା appeared first on Dharitri Odia News.