ଇତିହାସ ରଚିଲା ଇସ୍ରୋ; ଥ୍ରୀଡି ପ୍ରିଣ୍ଟିଂ ଲିକ୍ବିଡ୍ ରକେଟ୍ ଇଞ୍ଜିନର ସଫଳ ପରୀକ୍ଷଣ
ବେଙ୍ଗାଲୁରୁ,୧୧/୦୫: ଲିକ୍ବିଡ ରକେଟ୍ ଇଞ୍ଜିନର ସଫଳ ପରୀକ୍ଷଣ । ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅତ୍ୟାଧୁନିକ ଆଡିଟିଭ୍ ମାନୁଫାକ୍ଚର ଟେକ୍ନୋଲୋଜି ବ୍ୟବହାର କରି ଏହି ଇଞ୍ଜିନ୍ ନିର୍ମାଣ କରାଯାଇଛି । ଯାହା ଥ୍ରୀଡି ପ୍ରିଣ୍ଟିଙ୍ଗ୍ ଭାବରେ ମଧ୍ୟ ଜଣାଶୁଣା। ଶୁକ୍ରବାର ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ପକ୍ଷରୁ କୁହାଯାଇଛି, ଏହି ନୂତନ ଇଞ୍ଜିନ୍ ୯୭ ପ୍ରତିଶତ କଞ୍ଚାମାଲ ସଞ୍ଚୟ କରୁଛି ଏବଂ ଉତ୍ପାଦନ ସମୟ ୬୦ ପ୍ରତିଶତ ହ୍ରାସ ପାଇଛି । ଏହା ଇସ୍ରୋର ଲିକ୍ୱିଡ୍ ପ୍ରପଲସନ୍ ସିଷ୍ଟମ୍ ସେଣ୍ଟର ଦ୍ୱାରା ବିକଶିତ ହୋଇଛି। ଏଲ୍ପିଏସ୍ସି ଇଞ୍ଜିନକୁ ପୁନଃ ଡିଜାଇନ୍ କରି ଏହାକୁ ଡିଏଫ୍ଏଏମ୍ ଡିଜାଇନ୍ ସହିତ ସୁସଜ୍ଜିତ କରିଥାଏ। ଏଏମ୍ ଟେକ୍ନୋଲୋଜି ମାଧ୍ୟମରେ ନିର୍ମିତ ଲିକ୍ୱିଡ୍ ରକେଟ୍ ଇଞ୍ଜିନର ସଫଳ ହାଟ୍ ପରୀକ୍ଷା ମେ’ ୯ ତାରିଖରେ ୬୬୫ ସେକେଣ୍ଡ ପାଇଁ ମହେନ୍ଦ୍ରଗିରିର ଇସ୍ରୋ ପ୍ରପଲସନ୍ କମ୍ପ୍ଲେକ୍ସରେ କରାଯାଇଥିଲା। ଏହି ଇଞ୍ଜିନ୍ ହେଉଛି, ପିଏସ୍ଏଲ୍ଭିର ଉପର ପର୍ଯ୍ୟାୟର ପିଏସ୍୪ ଇଞ୍ଜିନ୍। ଉଲ୍ଲେଖଯୋଗ୍ୟ ଯେ, ପିଏସ୍ଏଲ୍ଭି ଏକ ଚାରିଟି ପର୍ଯ୍ୟାୟ ବିଶିଷ୍ଟ ରକେଟ୍ ଅଟେ। ପାରମ୍ପାରିକ ପିଏସ୍୪ ଇଞ୍ଜିନ୍ ପିଏସ୍ଏଲ୍ଭିର ଚତୁର୍ଥ ପର୍ଯ୍ୟାୟ ପାଇଁ ବ୍ୟବହୃତ ହୁଏ। ଏହି ଇଞ୍ଜିନ୍ ଉତ୍ପାଦନ ପାଇଁ ଗ୍ରହଣ କରାଯାଇଥିବା ଲେଜର ପାଉଡର ବେଡ୍ ଫ୍ୟୁଜନ୍ ଟେକ୍ନୋଲୋଜୀର ପାର୍ଟସକୁ ୧୪ରୁ ହ୍ରାସ କରି ୧
ବେଙ୍ଗାଲୁରୁ,୧୧/୦୫: ଲିକ୍ବିଡ ରକେଟ୍ ଇଞ୍ଜିନର ସଫଳ ପରୀକ୍ଷଣ । ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅତ୍ୟାଧୁନିକ ଆଡିଟିଭ୍ ମାନୁଫାକ୍ଚର ଟେକ୍ନୋଲୋଜି ବ୍ୟବହାର କରି ଏହି ଇଞ୍ଜିନ୍ ନିର୍ମାଣ କରାଯାଇଛି । ଯାହା ଥ୍ରୀଡି ପ୍ରିଣ୍ଟିଙ୍ଗ୍ ଭାବରେ ମଧ୍ୟ ଜଣାଶୁଣା।
ଶୁକ୍ରବାର ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ପକ୍ଷରୁ କୁହାଯାଇଛି, ଏହି ନୂତନ ଇଞ୍ଜିନ୍ ୯୭ ପ୍ରତିଶତ କଞ୍ଚାମାଲ ସଞ୍ଚୟ କରୁଛି ଏବଂ ଉତ୍ପାଦନ ସମୟ ୬୦ ପ୍ରତିଶତ ହ୍ରାସ ପାଇଛି । ଏହା ଇସ୍ରୋର ଲିକ୍ୱିଡ୍ ପ୍ରପଲସନ୍ ସିଷ୍ଟମ୍ ସେଣ୍ଟର ଦ୍ୱାରା ବିକଶିତ ହୋଇଛି। ଏଲ୍ପିଏସ୍ସି ଇଞ୍ଜିନକୁ ପୁନଃ ଡିଜାଇନ୍ କରି ଏହାକୁ ଡିଏଫ୍ଏଏମ୍ ଡିଜାଇନ୍ ସହିତ ସୁସଜ୍ଜିତ କରିଥାଏ।
ଏଏମ୍ ଟେକ୍ନୋଲୋଜି ମାଧ୍ୟମରେ ନିର୍ମିତ ଲିକ୍ୱିଡ୍ ରକେଟ୍ ଇଞ୍ଜିନର ସଫଳ ହାଟ୍ ପରୀକ୍ଷା ମେ’ ୯ ତାରିଖରେ ୬୬୫ ସେକେଣ୍ଡ ପାଇଁ ମହେନ୍ଦ୍ରଗିରିର ଇସ୍ରୋ ପ୍ରପଲସନ୍ କମ୍ପ୍ଲେକ୍ସରେ କରାଯାଇଥିଲା। ଏହି ଇଞ୍ଜିନ୍ ହେଉଛି, ପିଏସ୍ଏଲ୍ଭିର ଉପର ପର୍ଯ୍ୟାୟର ପିଏସ୍୪ ଇଞ୍ଜିନ୍। ଉଲ୍ଲେଖଯୋଗ୍ୟ ଯେ, ପିଏସ୍ଏଲ୍ଭି ଏକ ଚାରିଟି ପର୍ଯ୍ୟାୟ ବିଶିଷ୍ଟ ରକେଟ୍ ଅଟେ। ପାରମ୍ପାରିକ ପିଏସ୍୪ ଇଞ୍ଜିନ୍ ପିଏସ୍ଏଲ୍ଭିର ଚତୁର୍ଥ ପର୍ଯ୍ୟାୟ ପାଇଁ ବ୍ୟବହୃତ ହୁଏ। ଏହି ଇଞ୍ଜିନ୍ ଉତ୍ପାଦନ ପାଇଁ ଗ୍ରହଣ କରାଯାଇଥିବା ଲେଜର ପାଉଡର ବେଡ୍ ଫ୍ୟୁଜନ୍ ଟେକ୍ନୋଲୋଜୀର ପାର୍ଟସକୁ ୧୪ରୁ ହ୍ରାସ କରି ୧ ରଖିଛି। ଫଳସ୍ୱରୂପ ଇଞ୍ଜିନରେ କଞ୍ଚାମାଲ ବ୍ୟବହାରରେ ବହୁ ସଞ୍ଚୟ ହୋଇଛି। ପାରମ୍ପାରିକ ଉତ୍ପାଦନ ପ୍ରକ୍ରିୟା ପାଇଁ ୫୬୫ କିଲୋଗ୍ରାମ ଫୋର୍ଜିଙ୍ଗ୍ ଏବଂ ସିଟ୍ ତୁଳନାରେ ଇଞ୍ଜିନଟି କେବଳ ୧୩.୭ କିଲୋଗ୍ରାମ ଧାତୁ ପାଉଡର ବ୍ୟବହାର କରିଥିଲା। ମୋଟ୍ ଉତ୍ପାଦନ ସମୟ ୬୦ ପ୍ରତିଶତ ହ୍ରାସ ପାଇଛି।