ଇତିହାସ ରଚିଲା ସେନସେକ୍ସ, ଇଣ୍ଡେକ୍ସ ପ୍ରଥମ ଥର ୮୧,୦୦୦ ପାର

ମୁମ୍ବାଇ ୧୮।୭: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଗୁରୁବାର ଟ୍ରେଡିଂ କାଳରେ ପୁଣି ଥରେ ଇତିହାସ ରଚିଛି। ସେନସେକ୍ସ ପ୍ରଥମ ଥର ୮୧,୦୦୦ ସ୍ତର ପାର କରିଯିବାକୁ ସକ୍ଷମ ହୋଇଛି। ଗୁରୁବାର ସେନସେକ୍ସ ସେହି ସମୟରେ ଅଲଟାଇମ ହାଇ ଆଚିଭ କରିଥିଲା ଯେତେବେଳେ ବଜାରରେ ଦ୍ରୁତ ହ୍ରାସ ଦେଖାଯାଇଥିଲା। ତେବେ ନିବେଶକଙ୍କ ପକ୍ଷରୁ ପୁଣି ଥରେ କ୍ରୟ ଆରମ୍ଭ ହେବାରୁ ସେନସେକ୍ସରେ ୮୧୦ ପଏଣ୍ଟ ବୃଦ୍ଧି ସହ ୮୧,୨୦୩ ଅଙ୍କ ହାଇରେ ଯାଇ ପହଞ୍ଚିଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରଥମ ଥର ୨୪,୭୦୦ ସ୍ତରକୁ ପାର କରି ୨୪,୭୪୬.୮୦ଅଙ୍କର ଅଲ ଟାଇମ ଉଚ୍ଚସ୍ତରକୁ ପହଞ୍ଚିଥିଲା। ନିଫ୍ଟିର ନିମ୍ନ ସ୍ତରରେ ଆଶ୍ଚର୍ଯ୍ୟଜନକ ଭାବେ ୨୩୪ ଅଙ୍କର ରିକୋଭରି ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସେନସେକ୍ସ ୨୦୦ ପଏଣ୍ଟ ହ୍ରାସ ସହ ଖୋଲିଥିଲା। ପରେ ୩୨୬ ଅଙ୍କ ତଳକୁ ଚାଲିଯାଇଥିଲା। ତେବେ ଏହି ସ୍ତରରେ ବ୍ୟାଙ୍କିଙ୍ଗ, ଆଇଟି ଓ ଏଫଏମସିଜି ଷ୍ଟକ୍‌ରେ କ୍ରୟ ଆରମ୍ଭ ହେବାରୁ ତଳସ୍ତରରୁ ସେନସେକ୍ସରେ ୮୧୩ ଅଙ୍କର ରିକୋଭରି ଫେରିଥିଲା ଓ ସେନସେକ୍ସ ୮୧,୨୦୩ଅଙ୍କର ହାଇରେ ଯାଇ ପହଞ୍ଚିଥିଲା। ଏହା ପ୍ରଥମ ଥର ଯେତେବେଳେ ସେନସେକ୍ସ ୮୧,୦୦୦ ସ୍ତରକୁ ପାର କରିଛି। ନିଫ୍ଟି ମଧ୍ୟ ଗତ କ୍ଲୋଜିଂରୁ ୧୧୦ ପଏଣ୍ଟ ତଳକୁ ଚାଲି ଯାଇଥିଲା। ତେବେ ନିଫ୍ଟିରେ ତଳ ସ୍ତରରୁ ୨୪୩ ଅଙ୍କ  ରିକଭରି କରିବା ସହ ଇଣ୍ଡେକ୍ସ ୨୪,୭୪୬.୮୦ ଅଙ୍କର ଲାଇଫଟାଇମ ହାଇକୁ ଯାଇ

ଇତିହାସ ରଚିଲା ସେନସେକ୍ସ, ଇଣ୍ଡେକ୍ସ ପ୍ରଥମ ଥର ୮୧,୦୦୦ ପାର

ମୁମ୍ବାଇ ୧୮।୭: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଗୁରୁବାର ଟ୍ରେଡିଂ କାଳରେ ପୁଣି ଥରେ ଇତିହାସ ରଚିଛି। ସେନସେକ୍ସ ପ୍ରଥମ ଥର ୮୧,୦୦୦ ସ୍ତର ପାର କରିଯିବାକୁ ସକ୍ଷମ ହୋଇଛି। ଗୁରୁବାର ସେନସେକ୍ସ ସେହି ସମୟରେ ଅଲଟାଇମ ହାଇ ଆଚିଭ କରିଥିଲା ଯେତେବେଳେ ବଜାରରେ ଦ୍ରୁତ ହ୍ରାସ ଦେଖାଯାଇଥିଲା। ତେବେ ନିବେଶକଙ୍କ ପକ୍ଷରୁ ପୁଣି ଥରେ କ୍ରୟ ଆରମ୍ଭ ହେବାରୁ ସେନସେକ୍ସରେ ୮୧୦ ପଏଣ୍ଟ ବୃଦ୍ଧି ସହ ୮୧,୨୦୩ ଅଙ୍କ ହାଇରେ ଯାଇ ପହଞ୍ଚିଛି। 

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରଥମ ଥର ୨୪,୭୦୦ ସ୍ତରକୁ ପାର କରି ୨୪,୭୪୬.୮୦ଅଙ୍କର ଅଲ ଟାଇମ ଉଚ୍ଚସ୍ତରକୁ ପହଞ୍ଚିଥିଲା। ନିଫ୍ଟିର ନିମ୍ନ ସ୍ତରରେ ଆଶ୍ଚର୍ଯ୍ୟଜନକ ଭାବେ ୨୩୪ ଅଙ୍କର ରିକୋଭରି ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସେନସେକ୍ସ ୨୦୦ ପଏଣ୍ଟ ହ୍ରାସ ସହ ଖୋଲିଥିଲା। ପରେ ୩୨୬ ଅଙ୍କ ତଳକୁ ଚାଲିଯାଇଥିଲା। ତେବେ ଏହି ସ୍ତରରେ ବ୍ୟାଙ୍କିଙ୍ଗ, ଆଇଟି ଓ ଏଫଏମସିଜି ଷ୍ଟକ୍‌ରେ କ୍ରୟ ଆରମ୍ଭ ହେବାରୁ ତଳସ୍ତରରୁ ସେନସେକ୍ସରେ ୮୧୩ ଅଙ୍କର ରିକୋଭରି ଫେରିଥିଲା ଓ ସେନସେକ୍ସ ୮୧,୨୦୩ଅଙ୍କର ହାଇରେ ଯାଇ ପହଞ୍ଚିଥିଲା। 

ଏହା ପ୍ରଥମ ଥର ଯେତେବେଳେ ସେନସେକ୍ସ ୮୧,୦୦୦ ସ୍ତରକୁ ପାର କରିଛି। ନିଫ୍ଟି ମଧ୍ୟ ଗତ କ୍ଲୋଜିଂରୁ ୧୧୦ ପଏଣ୍ଟ ତଳକୁ ଚାଲି ଯାଇଥିଲା। ତେବେ ନିଫ୍ଟିରେ ତଳ ସ୍ତରରୁ ୨୪୩ ଅଙ୍କ  ରିକଭରି କରିବା ସହ ଇଣ୍ଡେକ୍ସ ୨୪,୭୪୬.୮୦ ଅଙ୍କର ଲାଇଫଟାଇମ ହାଇକୁ ଯାଇ ପହଞ୍ଚିଥିଲା। ନିଫ୍ଟି ଓ ସେନସେକ୍ସ ଅଲଟାଇମ ହାଇ ସ୍ତରକୁ ପହଞ୍ଚିଥିଲେ ହେଁ ଆଜିର କାରବାରରେ ସ୍ମଲ କ୍ୟାପ ଓ ମିଡ କ୍ୟାପ ଷ୍ଟକ୍‌ ଚମକ ହରାଇଛି। ନିଫ୍ଟି ମିଡକ୍ୟାପ ୧୦୦ ଓ ନିଫ୍ଟି ସ୍ମଲ କ୍ୟାପ୍ ଇଣ୍ଡେକ୍ସ ଭାରି ହ୍ରାସ ସହ କାରବାର କରିଛି। 

ଭାରତୀୟ ସେୟାର ବଜାରର ଆସିଥିବା ଚମକ୍‌କୁ ଦେଶର ଆଗାମୀ ବଜେଟ୍ ସହ ଯୋଡି ଦେଖାଯାଉଛି। ସରକାର କ୍ୟାପିଟାଲ ଏକ୍ସପେଣ୍ଡିଚର ଲାଗି ବଜେଟରେ ଅଧିକ ବ୍ୟୟ ବରାଦ କରିପାରନ୍ତି ବୋଲି ଆଶା କରାଯାଉଛି। ରେଳବାଇ, ଡିଫେନ୍ସ ଓ ପାୱାର ସେକ୍ଟର ନିମନ୍ତେ ସରକାର ବଡ଼ ଘୋଷଣା କରିପାରନ୍ତି। ଏହା ଛଡା ଗ୍ରାମାଞ୍ଚଳର ଖର୍ଚ୍ଚ ବଢାଇବା ପାଇଁ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ସରକାର ବଜେଟରେ ଘୋଷଣା କରିପାରନ୍ତି। ଏଣୁ ସଂସଦରେ ବଜେଟ ଉପସ୍ଥାପନ ପୂର୍ବରୁ ବଜାରରେ ଟ୍ରେଡିଂସେସନରେ ଏପରି ଅଭିବୃଦ୍ଧି ଦେଖାଯାଇଛି।