ଇତିହାସ ରଚିଲେ ଜଶସ୍ୱୀ ଜୟସ୍ବାଲ, ଭାଙ୍ଗିଲେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ! ଆଶ୍ଚର୍ଯ୍ୟରେ ବିଶ୍ୱ କ୍ରିକେଟ୍

ନୂଆଦିଲ୍ଲୀ,୨୫ା୨: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ରେ ପ୍ରଥମ ଇନିଂସରେ ଜଶସ୍ୱୀ ଜୟସ୍ବାଲ ୭୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ତାଙ୍କର ଅର୍ଦ୍ଧଶତକୀୟ ଇନିଂସରେ ସେ ଏକ ଚମତ୍କାର କରିଛନ୍ତି ଯାହା ପୂର୍ବରୁ କଳ୍ପନା କରାଯାଇ ନ ପାରେ। ଜୟସ୍ବାଲ ଭାରତର ଦ୍ୱିତୀୟ କ୍ରିକେଟର ଏବଂ ୨୩ ବର୍ଷ ବୟସ ପୂର୍ବରୁ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ଅଧିକ ରନ୍ ସ୍କୋର […] The post ଇତିହାସ ରଚିଲେ ଜଶସ୍ୱୀ ଜୟସ୍ବାଲ, ଭାଙ୍ଗିଲେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ! ଆଶ୍ଚର୍ଯ୍ୟରେ ବିଶ୍ୱ କ୍ରିକେଟ୍ appeared first on Dharitri Odia News.

ଇତିହାସ ରଚିଲେ ଜଶସ୍ୱୀ ଜୟସ୍ବାଲ, ଭାଙ୍ଗିଲେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ! ଆଶ୍ଚର୍ଯ୍ୟରେ ବିଶ୍ୱ କ୍ରିକେଟ୍

ନୂଆଦିଲ୍ଲୀ,୨୫ା୨: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ରେ ପ୍ରଥମ ଇନିଂସରେ ଜଶସ୍ୱୀ ଜୟସ୍ବାଲ ୭୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ତାଙ୍କର ଅର୍ଦ୍ଧଶତକୀୟ ଇନିଂସରେ ସେ ଏକ ଚମତ୍କାର କରିଛନ୍ତି ଯାହା ପୂର୍ବରୁ କଳ୍ପନା କରାଯାଇ ନ ପାରେ। ଜୟସ୍ବାଲ ଭାରତର ଦ୍ୱିତୀୟ କ୍ରିକେଟର ଏବଂ ୨୩ ବର୍ଷ ବୟସ ପୂର୍ବରୁ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ଅଧିକ ରନ୍ ସ୍କୋର କରିବାରେ ବିଶ୍ୱର ସପ୍ତମ ସ୍ଥାନରେ ରହିଛନ୍ତି।

୨୩ ବର୍ଷ ବୟସ ପୂର୍ବରୁ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ଅଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଜର୍ଜ ହାଡଲେ, ଡନ୍ ବ୍ରାଡମ୍ୟାନ୍, ଗ୍ୟାରି ସୋବର୍ସ, ନିଲ୍ ହାର୍ଭେ, ସୁନୀଲ ଗାଭାସ୍କର, ଗ୍ରାମ୍ ସ୍ମିଥ୍ ଏବଂ ଜଶସ୍ୱୀ ଜୈସ୍ବାଲ।

ଏହା ସହିତ ଜୟସ୍ବାଲ କୌଣସି ଗୋଟିଏ ଦଳ ବିପକ୍ଷରେ ଟେଷ୍ଟରେ ସର୍ବାଧିକ ୬ ଟି ଛକା ମାରିବା ମାମଲାରେ କପିଲ ଦେବ ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ସିରିଜରେ ଇଂଲଣ୍ଡ ବିପକ୍ଷରେ ଜୟସ୍ୱାଲ ଏପର୍ୟ୍ୟନ୍ତ ମୋଟ ୨୩ ଛକା ମାରିଛନ୍ତି। ଏହା କରି ସେ ରୋହିତ ଏବଂ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ରୋହିତ ମୋଟ ୨୨ ଛକା ମାରିଥିଲେ। ଏଥି ସହିତ କପିଲ ଦେବ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମୋଟ ୨୧ ଛକା ମାରିବାରେ ସଫଳ ହୋଇଛନ୍ତି। ଏହି ପ୍ରସଙ୍ଗରେ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଅଛନ୍ତି ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ୨୫ ଛକା ମାରିଛନ୍ତି। ଏହାର ଅର୍ଥ ହେଉଛି ଆଗାମୀ ସମୟରେ ଜୈସ୍ବାଲ ମଧ୍ୟ ସଚିନଙ୍କ ଏହି ରେକର୍ଡ ଭାଙ୍ଗି ପାରିବେ।

The post ଇତିହାସ ରଚିଲେ ଜଶସ୍ୱୀ ଜୟସ୍ବାଲ, ଭାଙ୍ଗିଲେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ! ଆଶ୍ଚର୍ଯ୍ୟରେ ବିଶ୍ୱ କ୍ରିକେଟ୍ appeared first on Dharitri Odia News.