ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା…
ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି। ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା ସରକାରକୁ ନିଶାନା କରିଛନ୍ତି ନବୀନ। ସେମାନେ ବିଏସକଓ୍ବୋଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି। ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର […] The post ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା… appeared first on Dharitri Odia News.
ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି।
ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା ସରକାରକୁ ନିଶାନା କରିଛନ୍ତି ନବୀନ। ସେମାନେ ବିଏସକଓ୍ବୋଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି। ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଦେବେ କହିଥିଲେ। ମା’ ମାନଙ୍କୁ ୫୦ ହଜାର ଦେବେ କହିଥିଲେ, କେତେ ଜଣ ପାଇଲେଣି ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, ଏ ସରକାର ଉପରେ ଲୋକଙ୍କ ଭରସା ନାହିଁ, ଲୋକ ମିଛ ଜାଣିଲେଣି। ମିଛ କହି ନିର୍ବାଚନ ଜିତିପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେନି। ଭାଜପା ଠାରୁ ବିଜେଡି ଅଧିକ ଭୋଟ ପାଇଛି, ଆମେ ଲୋକଙ୍କ ହୃଦୟରେ ଅଛୁ। ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ମୁଁ କ୍ଷମତାରେ ଥାଏ ବା ନଥାଏ, ଲୋକ ସେବା ଜାରି ରହିବ ବୋଲି ନବୀନ କହିଛନ୍ତି।
The post ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା… appeared first on Dharitri Odia News.