ଚନ୍ଦ୍ରବାବୁ ସବୁଠୁ ଧନୀ, ମମତା ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩୧।୧୨ (ପି.ଟି.):ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ସୋମବାର ନିର୍ବାଚନରେ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ସଙ୍ଗଠନ ଆସୋସିଏଶନ ଅଫ୍ ଡେମୋକ୍ରାଟିକ ରିଫର୍ମସ୍(ଏଡିଆର୍) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତର ୩୧ ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ […] The post ଚନ୍ଦ୍ରବାବୁ ସବୁଠୁ ଧନୀ, ମମତା ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ, ୩୧।୧୨ (ପି.ଟି.):ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ସୋମବାର ନିର୍ବାଚନରେ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ସଙ୍ଗଠନ ଆସୋସିଏଶନ ଅଫ୍ ଡେମୋକ୍ରାଟିକ ରିଫର୍ମସ୍(ଏଡିଆର୍) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତର ୩୧ ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ ସମ୍ପତ୍ତି ୧,୬୩୦ କୋଟି ହୋଇଥିବା ଏହି ରିପୋର୍ଟ କହିଛି। ଭାରତରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ଆୟ ଦେଶର ମୁଣ୍ଡପିଛା ଆୟର ୭.୩ ଗୁଣା ରହିଛି। ୩୩୨ କୋଟିର ସମ୍ପତ୍ତି ସହ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ହେଉଛନ୍ତି ଦେଶର ଦ୍ୱିତୀୟ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ସେହିପରି ୫୧ କୋଟିର ସମ୍ପତ୍ତି ସହ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ, ୫୫ ଲକ୍ଷର ସମ୍ପତ୍ତି ସହ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଶର ଦ୍ୱିତୀୟ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୧.୧୮ କୋଟିର ସମ୍ପତ୍ତି ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଦେଶର ୧୩(୪୨%) ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୦ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଆପରାଧିକ ଧମକ ଏବଂ ଲାଞ୍ଚ ଆଦି ଗମ୍ଭୀର ଆପରାଧିକ ମାମଲା ରହିଥିବା ଏଡିଆର୍ କହିଛି।
The post ଚନ୍ଦ୍ରବାବୁ ସବୁଠୁ ଧନୀ, ମମତା ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ appeared first on Dharitri Odia News.