ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ୍‌ଙ୍କ ପ୍ରସ୍ତାବ

ମସ୍କୋ,୧୧ା୫: ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଆସନ୍ତା ୧୫ରେ ଇସ୍ତାନବୁଲ୍‌ରେ ସିଧାସଳଖ ଶାନ୍ତି ଆଲୋଚନା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରବିବାର ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହାକୁ ସ୍ବାଗତ କରିଥିବା ବେଳେ ମସ୍କୋ ପ୍ରଥମେ ଅସ୍ତ୍ରବିରତି ପାଇଁ ରାଜି ହେବା ଆବଶ୍ୟକ ବୋଲି କହିଛନ୍ତି। ପୁଟିନ୍‌ କହିଛନ୍ତି, ଯୁଦ୍ଧର ମୂଳ କାରଣକୁ ଦୂର କରି ଏକ ଦୀର୍ଘମିଆଦୀ, ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ପହଞ୍ଚିବା ଆଲୋଚନାର ଉଦ୍ଦେଶ୍ୟ। ଏଥିପାଇଁ ୧୫ ତାରିଖରୁ ପ୍ରତ୍ୟକ୍ଷ […] The post ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ୍‌ଙ୍କ ପ୍ରସ୍ତାବ appeared first on Dharitri Odia News.

ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ୍‌ଙ୍କ ପ୍ରସ୍ତାବ

ମସ୍କୋ,୧୧ା୫: ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଆସନ୍ତା ୧୫ରେ ଇସ୍ତାନବୁଲ୍‌ରେ ସିଧାସଳଖ ଶାନ୍ତି ଆଲୋଚନା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରବିବାର ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହାକୁ ସ୍ବାଗତ କରିଥିବା ବେଳେ ମସ୍କୋ ପ୍ରଥମେ ଅସ୍ତ୍ରବିରତି ପାଇଁ ରାଜି ହେବା ଆବଶ୍ୟକ ବୋଲି କହିଛନ୍ତି।

ପୁଟିନ୍‌ କହିଛନ୍ତି, ଯୁଦ୍ଧର ମୂଳ କାରଣକୁ ଦୂର କରି ଏକ ଦୀର୍ଘମିଆଦୀ, ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ପହଞ୍ଚିବା ଆଲୋଚନାର ଉଦ୍ଦେଶ୍ୟ। ଏଥିପାଇଁ ୧୫ ତାରିଖରୁ ପ୍ରତ୍ୟକ୍ଷ ଆଲୋଚନା ଆରମ୍ଭ ହେବା ଆବଶ୍ୟକ। ଏଥିରେ କୌଣସି ପ୍ରାକ୍‌ ସର୍ତ୍ତ ରହିବା ଉଚିତ ନୁହେଁ ବୋଲି ପୁଟିନ୍‌ କହିଛନ୍ତି। ସୂଚନାଯୋଗ୍ୟ, କିଛି ଘଣ୍ଟା ପୂର୍ବରୁ କିଭ୍‌ରେ ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଏବଂ ପୋଲାଣ୍ଡର ନେତାମାନେ ଜେଲେନସ୍କିଙ୍କ ସହ ଏକାଠି ହୋଇ ସୋମବାରରୁ ୩୦ ଦିନିଆ ଯୁଦ୍ଧବିରତି ଆରମ୍ଭ କରିବାକୁ ରାଜି ହେବା ନିମନ୍ତେ ପୁଟିନ୍‌ଙ୍କୁ ନିବେଦନ କରିଥିଲେ। ଯୁଦ୍ଧବିରତି ପାଇଁ ରାଜି ନ ହେଲେ ମସ୍କୋକୁ ଅଧିକ କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

The post ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ୍‌ଙ୍କ ପ୍ରସ୍ତାବ appeared first on Dharitri Odia News.