ଇତିହାସ ରଚିଲେ ରୋହିତ ଶର୍ମା, ଟି-୨୦ କ୍ରିକେଟ୍ରେ ଏପରି କରିବାରେ ସାଜିଲେ ପ୍ରଥମ ଖେଳାଳି
ଇନ୍ଦୋର ୧୫।୦୧ : ଭାରତ-ଆଫଗାନିସ୍ତାନ ମଧ୍ୟରେ ସରିଛି ୨ୟ ଟି-୨୦ । ଏହି ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ତେବେ ୨ୟ ଟି-୨୦ ମ୍ୟାଚ୍ରେ ରୋହିତ କରିଛନ୍ତି ରେକର୍ଡ । ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଏପରି କରିବାରେ ଏକ ରେକର୍ଡକୁ ନିଜ ନାମରେ କରିଛନ୍ତି ରୋହିତ ଶର୍ମା । https://www.prameyanews7.com/sourav-ganguly-talked-about-next-t20-world-cup-india-captain/ ଖବର ଅନୁଯାୟୀ, ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୧୫୦ ଟି-୨୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ସାଜିଛନ୍ତି । ଏହାପୂର୍ବରୁ ଅନ୍ୟ କୌଣସି ଖେଳାଳି ଏପରି ରେକର୍ଡ କରିନାହାନ୍ତି । ୨୦୦୭ରେ ଟି-୨୦ ଫର୍ମାଟ ଜରିଆରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଏଣ୍ଟ୍ରି ମାରିଥିଲେ ରୋହିତ ଶର୍ମା । ୨୦୦୭ରୁ ଏବେ ଯାଏଁ ମୋଟ ୧୫୦ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି ରୋହିତ ଶର୍ମା । ଯେଉଁଥିରେ ସେ ୩୮୫୩ ରନ୍ ସଂଗ୍ରହ କରିଛନ୍ତି । ବ୍ୟକ୍ତିଗତ ଭାବେ ୧୧୮ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏହାସହିତ ରୋହିତ ନିଜ ଟି-୨୦ କ୍ୟାରିୟରରେ ୪ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ଶର୍ମା ୨୦୦୭ରେ ନିଜର ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ ରୋହିତ ଶର୍ମା । ଯାହା ୨୦୦୭ ଟି-୨୦ ବିଶ୍ୱକପରେ ଥିଲା । https://www.prameyanews7.co
ଇନ୍ଦୋର ୧୫।୦୧ : ଭାରତ-ଆଫଗାନିସ୍ତାନ ମଧ୍ୟରେ ସରିଛି ୨ୟ ଟି-୨୦ । ଏହି ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ତେବେ ୨ୟ ଟି-୨୦ ମ୍ୟାଚ୍ରେ ରୋହିତ କରିଛନ୍ତି ରେକର୍ଡ । ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଏପରି କରିବାରେ ଏକ ରେକର୍ଡକୁ ନିଜ ନାମରେ କରିଛନ୍ତି ରୋହିତ ଶର୍ମା ।
ଖବର ଅନୁଯାୟୀ, ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୧୫୦ ଟି-୨୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ସାଜିଛନ୍ତି । ଏହାପୂର୍ବରୁ ଅନ୍ୟ କୌଣସି ଖେଳାଳି ଏପରି ରେକର୍ଡ କରିନାହାନ୍ତି । ୨୦୦୭ରେ ଟି-୨୦ ଫର୍ମାଟ ଜରିଆରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଏଣ୍ଟ୍ରି ମାରିଥିଲେ ରୋହିତ ଶର୍ମା । ୨୦୦୭ରୁ ଏବେ ଯାଏଁ ମୋଟ ୧୫୦ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି ରୋହିତ ଶର୍ମା । ଯେଉଁଥିରେ ସେ ୩୮୫୩ ରନ୍ ସଂଗ୍ରହ କରିଛନ୍ତି । ବ୍ୟକ୍ତିଗତ ଭାବେ ୧୧୮ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏହାସହିତ ରୋହିତ ନିଜ ଟି-୨୦ କ୍ୟାରିୟରରେ ୪ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ଶର୍ମା ୨୦୦୭ରେ ନିଜର ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ ରୋହିତ ଶର୍ମା । ଯାହା ୨୦୦୭ ଟି-୨୦ ବିଶ୍ୱକପରେ ଥିଲା ।
ସେହିପରି ରୋହିତ ଶର୍ମାର ସବୁଠୁ ଅଧିକ ଟି-୨୦ ମ୍ୟାଚ୍ ଖେଳିବା ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ସ୍ଥାନରେ ରହିଛନ୍ତି ଆୟରଲାଣ୍ଡର ପଲ ଷ୍ଟାଲିନ । ସେ ୧୩୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତୃତୀୟ ସ୍ଥାନରେ ବି ଆଉ ଜଣେ ଆୟରଲାଣ୍ଡ ଖେଳାଳି ରହିଛନ୍ତି । ୧୨୮ଟି ଟି-୨୦ ମ୍ୟାଚ୍ ଖେଳି ଜର୍ଜ ଡକରେଲ ରହିଛନ୍ତି । ଚତୁର୍ଥ ସ୍ଥାନରେ ରହିଛନ୍ତି ସୋଏବ ମଲ୍ଲିକ । ସେ ୧୨୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ପଞ୍ଚମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ୍ର ମାର୍ଟିନ ଗୁପ୍ଟିଲ୍ । ସେ ମୋଟ ୧୨୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ତାଲିକାରେ ବିରାଟ କୋହଲି ୧୦ମ ସ୍ଥାନରେ ରହିଛନ୍ତି । ବିରାଟ ମୋଟ ୧୧୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
The post ଇତିହାସ ରଚିଲେ ରୋହିତ ଶର୍ମା, ଟି-୨୦ କ୍ରିକେଟ୍ରେ ଏପରି କରିବାରେ ସାଜିଲେ ପ୍ରଥମ ଖେଳାଳି appeared first on Prameya News7.