ଇତିହାସ ରଚିଲେ ଶବନିମ ଇସମାଇଲ, ମହିଳା କ୍ରିକେଟ ଇତିହାସରେ କଲେ ସବୁଠାରୁ ଦ୍ରୁତତମ ବୋଲିଂ

ନୂଆଦିଲ୍ଲୀ ୦୬।୦୩: ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର୍‌ ଶବନିମ ଇସମାଇଲ ରଚିଲେ ଇତିହାସ । ସେ ପ୍ରଥମ ମହିଳା ବୋଲର୍‌ ହୋଇଛନ୍ତି ଯିଏକି ଘଣ୍ଟାପ୍ରତି ୧୩୦ କିଲୋମିଟର ସ୍ପିଡ୍‌ରେ ବୋଲିଂ କରିଛନ୍ତି ।  ଇସମାଇଲ ମଙ୍ଗଳବାରରେ ଏହି ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି । ଇସମାଇଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ ମଧ୍ୟରେ WPL 2024ରେ ଘଣ୍ଟାପ୍ରତି ୧୩୨.୧ କିଲୋମିଟର ସ୍ପିଡ୍‌ରେ ବୋଲିଙ୍ଗ୍‌ କରିଥିଲେ ।   {"id":917783,"sizeSlug":"full","linkDestination":"none"} ମ୍ୟାଚର ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ଏହି ବୋଲିଙ୍ଗି କରିଥିଲେ ଶବନିମ୍‌ । ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ୍‌ ମେଗ ଲାନିଙ୍ଗଙ୍କୁ ଏହି ବଲ୍‌ ପକାଇଥିଲେ ଇସମାଇଲ । ମୁମ୍ବାଇ ଇଣ୍ଡିଆନ୍ସ ଏଲବିଡବ୍ଲୁ ପାଇଁ ଆବେଦନ କରିଥିଲେ, କିନ୍ତୁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । {"id":917784,"sizeSlug":"full","linkDestination":"none"} ମ୍ୟାଚ୍‌ ପରେ ଯେତେବେଳେ ଇସମାଇଲଙ୍କୁ ତାଙ୍କ ରେକର୍ଡ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ କି ସେ ବୋଲିଂ କଲା ବେଳେ ବଡ ପରଦାକୁ ଧ୍ୟାନ ଦିଅନ୍ତିନି । ତେଣୁ ସେ ତାଙ୍କ ରେକର୍ଡ ବିଷୟରେ ଜାଣିନଥିଲେ ।  ୨୩ ବର୍ଷୀୟ ଏହି ଖେଳାଳି ପୂର୍ବରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ କ୍ୟାପିଟାଲ୍ସ ବିପକ୍ଷରେ WPL ୨୦୨୪ ସି

ଇତିହାସ ରଚିଲେ ଶବନିମ ଇସମାଇଲ, ମହିଳା କ୍ରିକେଟ ଇତିହାସରେ କଲେ ସବୁଠାରୁ ଦ୍ରୁତତମ ବୋଲିଂ

ନୂଆଦିଲ୍ଲୀ ୦୬।୦୩: ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର୍‌ ଶବନିମ ଇସମାଇଲ ରଚିଲେ ଇତିହାସ । ସେ ପ୍ରଥମ ମହିଳା ବୋଲର୍‌ ହୋଇଛନ୍ତି ଯିଏକି ଘଣ୍ଟାପ୍ରତି ୧୩୦ କିଲୋମିଟର ସ୍ପିଡ୍‌ରେ ବୋଲିଂ କରିଛନ୍ତି ।  ଇସମାଇଲ ମଙ୍ଗଳବାରରେ ଏହି ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି । ଇସମାଇଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ ମଧ୍ୟରେ WPL 2024ରେ ଘଣ୍ଟାପ୍ରତି ୧୩୨.୧ କିଲୋମିଟର ସ୍ପିଡ୍‌ରେ ବୋଲିଙ୍ଗ୍‌ କରିଥିଲେ ।  

{"id":917783,"sizeSlug":"full","linkDestination":"none"}

ମ୍ୟାଚର ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ଏହି ବୋଲିଙ୍ଗି କରିଥିଲେ ଶବନିମ୍‌ । ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ୍‌ ମେଗ ଲାନିଙ୍ଗଙ୍କୁ ଏହି ବଲ୍‌ ପକାଇଥିଲେ ଇସମାଇଲ । ମୁମ୍ବାଇ ଇଣ୍ଡିଆନ୍ସ ଏଲବିଡବ୍ଲୁ ପାଇଁ ଆବେଦନ କରିଥିଲେ, କିନ୍ତୁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । {"id":917784,"sizeSlug":"full","linkDestination":"none"}

ମ୍ୟାଚ୍‌ ପରେ ଯେତେବେଳେ ଇସମାଇଲଙ୍କୁ ତାଙ୍କ ରେକର୍ଡ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ କି ସେ ବୋଲିଂ କଲା ବେଳେ ବଡ ପରଦାକୁ ଧ୍ୟାନ ଦିଅନ୍ତିନି । ତେଣୁ ସେ ତାଙ୍କ ରେକର୍ଡ ବିଷୟରେ ଜାଣିନଥିଲେ ।  ୨୩ ବର୍ଷୀୟ ଏହି ଖେଳାଳି ପୂର୍ବରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ କ୍ୟାପିଟାଲ୍ସ ବିପକ୍ଷରେ WPL ୨୦୨୪ ସିଜନ ଓପନର୍‌ରେ ଘଣ୍ଟାପ୍ରତି ୧୨୮.୩ କିଲୋମିଟର ବେଗରେ ବୋଲିଂ କରିଥିଲେ । {"id":917785,"sizeSlug":"full","linkDestination":"none"}

ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର୍‌ ଅନ୍ତରାଷ୍ଟ୍ରୀୟ ମହିଳା କ୍ରିକେଟରେ ସବୁଠାରୁ ଦ୍ରୁତ ବେଗରେ ବୋଲିଂ କରିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘଣ୍ଟାପ୍ରତି ୧୨୮ କିଲୋମିଟର ଏବଂ ୨୦୨୨ ODI ବିଶ୍ୱକପରେ ଦୁଇଥର ଘଣ୍ଟାପ୍ରତି ୧୨୭ କିଲୋମିଟର ବେଗରେ ବୋଲିଂ କରିଥିଲେ । ୨୦୨୩ର ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ଗୋଟିଏ ଓଭରରେ ୧୧୯, ୧୨୨, ୧୨୬, ୧୨୦, ୧୨୫, ୧୨୮ ବେଗରେ ବୋଲିଂ କରିଥିଲେ ଇସମାଇଲ ।

You Can Read: wp:embed {"url":"https://www.prameyanews7.com/vadodara-police-seize-rs-1-crore-from-former-womens-cricket-coach-tushar-arothe/","type":"wp-embed","providerNameSlug":"prameya-news-7"}

https://www.prameyanews7.com/vadodara-police-seize-rs-1-crore-from-former-womens-cricket-coach-tushar-arothe/
/wp:embed