ଇଥାନଲ ପ୍ଲାଣ୍ଟରେ ଅଘଟଣ, ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକ ମୃତ

ବିନିକା ୧୩।୦୧ : ସୋନପୁର ଜିଲ୍ଲା ତରଭା ବ୍ଲକ ପାନିପୁରରେ ଅଘଟଣ । ନିର୍ମାଣ ହେଉଥିବା ବାୟୋ ଫୁଏଲସ ପ୍ରାଇଭେଟ୍‌ ଲିମିଟେଡ୍‌ ଇଥାନଲ ପ୍ଲାଣ୍ଟର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ତରଭା ବ୍ଲକ କଟାପାଲି ପଞ୍ଚାୟତ ଅରଖପଦର ଗାଁର ଅଜୁ ମହାକୁର ବୋଲି ଜଣାପଡିଛି । ସେପଟେ ଏହି ଅଘଟଣ ପରେ ପ୍ଲାଣ୍ଟ ଭିତରକୁ କୌଣସି ବାହାର ଲୋକଙ୍କୁ ଛଡାଯାଉନାହିଁ । କେବଳ ମୃତକଙ୍କ ପରିବାର ଲୋକଙ୍କୁ ପ୍ଲାଣ୍ଟ ଭିତରକୁ ଚଢାଯାଇଛି । ଏହାସହିତ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ଇଥାନଲ ପ୍ଲାଣ୍ଟରେ ଅଘଟଣ, ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକ ମୃତ

ବିନିକା ୧୩।୦୧ : ସୋନପୁର ଜିଲ୍ଲା ତରଭା ବ୍ଲକ ପାନିପୁରରେ ଅଘଟଣ । ନିର୍ମାଣ ହେଉଥିବା ବାୟୋ ଫୁଏଲସ ପ୍ରାଇଭେଟ୍‌ ଲିମିଟେଡ୍‌ ଇଥାନଲ ପ୍ଲାଣ୍ଟର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ତରଭା ବ୍ଲକ କଟାପାଲି ପଞ୍ଚାୟତ ଅରଖପଦର ଗାଁର ଅଜୁ ମହାକୁର ବୋଲି ଜଣାପଡିଛି । 

ସେପଟେ ଏହି ଅଘଟଣ ପରେ ପ୍ଲାଣ୍ଟ ଭିତରକୁ କୌଣସି ବାହାର ଲୋକଙ୍କୁ ଛଡାଯାଉନାହିଁ । କେବଳ ମୃତକଙ୍କ ପରିବାର ଲୋକଙ୍କୁ ପ୍ଲାଣ୍ଟ ଭିତରକୁ ଚଢାଯାଇଛି । ଏହାସହିତ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।