ଇଥାନଲ ଫ୍ୟାକ୍ଟ୍ରି ଡ୍ରାୟର୍ ରେ ଲାଗି ଶ୍ରମିକ ମୃତ, କ୍ଷତିପୂରଣ ଦାବୀରେ ଚାପା ଉତ୍ତେଜନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିମୋରା ଠାରେ ଥିବା ମାସ୍ ବାୟୋ ପ୍ରାଇଭେଟ୍ ଲିମିଟେଡରେ ଘଟିଛି ଅଘଟଣ। ସୂଚନା ଅନୁଯାୟୀ ରବିବାର ଦିନ ରାତି ପ୍ରାୟ ୮.୩୦ ବେଳେ ସେଠାରେ କାମ କରୁଥିବା ସ୍ଥାନୀୟ ଅରଖପଦର୍ ଗ୍ରାମ ର ଅଜୟ ମହାକୁର (୨୫) ବର୍ଷ ଡ୍ରାୟର ରେ ଗଳି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି […] The post ଇଥାନଲ ଫ୍ୟାକ୍ଟ୍ରି ଡ୍ରାୟର୍ ରେ ଲାଗି ଶ୍ରମିକ ମୃତ, କ୍ଷତିପୂରଣ ଦାବୀରେ ଚାପା ଉତ୍ତେଜନା appeared first on Odisha.News.

ଇଥାନଲ ଫ୍ୟାକ୍ଟ୍ରି ଡ୍ରାୟର୍ ରେ ଲାଗି ଶ୍ରମିକ ମୃତ, କ୍ଷତିପୂରଣ ଦାବୀରେ ଚାପା ଉତ୍ତେଜନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିମୋରା ଠାରେ ଥିବା ମାସ୍ ବାୟୋ ପ୍ରାଇଭେଟ୍ ଲିମିଟେଡରେ ଘଟିଛି ଅଘଟଣ। ସୂଚନା ଅନୁଯାୟୀ ରବିବାର ଦିନ ରାତି ପ୍ରାୟ ୮.୩୦ ବେଳେ ସେଠାରେ କାମ କରୁଥିବା ସ୍ଥାନୀୟ ଅରଖପଦର୍ ଗ୍ରାମ ର ଅଜୟ ମହାକୁର (୨୫) ବର୍ଷ ଡ୍ରାୟର ରେ ଗଳି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପ୍ଲାଣ୍ଟ ବିରୋଧ ରେ ବ୍ୟାପକ ଅଭିଯୋଗ କରିବା ସହ ମୃତ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଦାବୀ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ପ୍ଲାଣ୍ଟ ଭିତରେ ଶ୍ରମିକ ମାନେ ଅସୁରକ୍ଷିତ ଭାବରେ ବିନା ହେଲମେଟ, ଗ୍ଲୋବ ତଥା ଅନ୍ୟାନ୍ୟ ବିନା ସୁରକ୍ଷା ସାମଗ୍ରୀରେ କାମ କରୁଥିବା ଓ ଆଗରୁ ମଧ୍ଯ ବାହାର ରାଜ୍ୟ ର ଅନେକ ଶ୍ରମିକ ମୃତାହତ ହୋଇଥିବା ବେଳେ ମରଶରୀରକୁ ଭିତିରି ଭାବରେ ପାର୍ସଲ କରିଦିଆ ଯାଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ତରଭା ଏଡିସିନାଲ ତହସିଲଦାର, ସୋନପୁର ଏସଡିପିଓ ପ୍ରତାପ ତ୍ରିପାଠୀ, ତରଭା ଆଇଆଇସି ଅନିତା କିଡୋ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

The post ଇଥାନଲ ଫ୍ୟାକ୍ଟ୍ରି ଡ୍ରାୟର୍ ରେ ଲାଗି ଶ୍ରମିକ ମୃତ, କ୍ଷତିପୂରଣ ଦାବୀରେ ଚାପା ଉତ୍ତେଜନା appeared first on Odisha.News.