ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ
ନନ୍ଦିଘୋଷ ବ୍ୟୁରୋ: ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରିଜର୍ଭ... The post ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ appeared first on .
ନନ୍ଦିଘୋଷ ବ୍ୟୁରୋ: ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ। ବର୍ଷ ଶେଷ ଆର୍ଥିକ କାରବାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଆରବିଆଇ। ମାର୍ଚ୍ଚ ୩୧ରେ ରାଜସ୍ବ ବର୍ଷ ଶେଷ ହେଉଥିବାବେଳେ ଇଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହୃତ କରାଯାଇଛି।
ଆଜି ସମସ୍ତ ପ୍ରକାର ବ୍ୟାଙ୍କ କାର୍ଯ୍ୟ ଚାଲିବାରିବ। ଆର୍ଥିକ ବର୍ଷ ଶେଷ ଦୃଷ୍ଟିରୁ କରଦାତାଙ୍କ ସୁବିଧା ଓ ସୁଷମ ବ୍ୟାଙ୍କ କାରବାର ଲାଗି ଏହି ପଦକ୍ଷେପ ନିଆଯାଇଛି। ସାଧାରଣତଃ ଇଦ୍ ଲାଗି ହିମାଚଳ ପ୍ରଦେଶ ଓ ମିଜୋରାମ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଛୁଟି ଘୋଷଣା ହୋଇଥାଏ। ସେହିପରି ଆଜି ବି ଆୟକର କାର୍ଯ୍ୟାଳୟଗୁଡିକ ଦେଶବ୍ଯାପୀ ଖୋଲିବ। ଏନେଇ ଆୟକର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
The post ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ appeared first on .