ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା; ଦେଖନ୍ତୁ Video

ନୂଆଦିଲ୍ଲୀ,୩୦।୧୦: ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଏହି ସିରିଜକୁ ବିଜୟରୁ ଆରମ୍ଭ କରିଥିଲା। ଏବେ ଉଭୟ ଟିମ୍‌ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଚଟୋଗ୍ରାମର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲାରେ ଏକ ଅଜବ ଘଟଣା ଘଟିଛି। ଦକ୍ଷିଣ ଆଫ୍ରିକାର ୨ ଭୁଲ ଯୋଗୁ ବାଲାଂଦେଶ ନିଜ ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌ କରିଥିଲା। ଏହି ଘଟଣା ସମସ୍ତଙ୍କୁ […] The post ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା; ଦେଖନ୍ତୁ Video appeared first on Dharitri Odia News.

ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା;  ଦେଖନ୍ତୁ Video

ନୂଆଦିଲ୍ଲୀ,୩୦।୧୦: ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଏହି ସିରିଜକୁ ବିଜୟରୁ ଆରମ୍ଭ କରିଥିଲା। ଏବେ ଉଭୟ ଟିମ୍‌ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଚଟୋଗ୍ରାମର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲାରେ ଏକ ଅଜବ ଘଟଣା ଘଟିଛି। ଦକ୍ଷିଣ ଆଫ୍ରିକାର ୨ ଭୁଲ ଯୋଗୁ ବାଲାଂଦେଶ ନିଜ ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌ କରିଥିଲା। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।

ବାଲାଂଦେଶ ପକ୍ଷରୁ ଶଦମନ୍‌ ଇସ୍‌ଲାମ୍‌ ଏବଂ ମହମ୍ମୁଦୁଲ୍ଲା ହସନ ଜୟ ଇନିଂସ ଆରମ୍ଭ କରିଥିଲେ। ଇନିଂସର ପ୍ରଥମ ଓଭର କାଗିସୋ ରବାଡ଼ା ପକାଇଥିଲା। କାଗିସୋ ନିଜ ଓଭରର ପ୍ରଥମ ବଲ ଡଟ୍‌ ପକାଇଥିଲା। ହେଲେ ତାଙ୍କ ସାଥୀ ଖେଳାଳି ସେନୁରନ୍‌ ମୁଥୁସାମି ବ୍ୟାଟିଂ ସମୟରେ ବଡ଼ ଭୁଲ କରିଥିଲେ। ସେ ପିଚ୍‌ ମଝିରେ ଦୌଡ଼ୁଥିବା ଦେଖାଯାଇଥିଲା। ଏଥିଲାଗି ବାଲାଂଦେଶ ଟିମ୍‌ ପେନାଲ୍ଟି ଭାବେ ୫ ରନ୍‌ ଦେଇଥିଲେ। ଏମିତିରେ ବାଲାଂଦେଶ ଇନିଂସ ୫ ରନ୍‌ରୁ ଆରମ୍ଭ ହୋଇଥିଲା।

ହେଲେ ଦ୍ୱିତୀୟ ବଲ୍‌ରେ ରବାଡ଼ା ପୁଣି ଗୋଟିଏ ଭୁଲ କରିଦେଇଥିଲେ। ସେ ଓଭରର ଦ୍ୱିତୀୟ ବଲ୍‌ ନୋ ବଲ୍‌ ପକାଇଥିଲେ। କେବଳ ଏତିକି ନୁହେଁ ଏହି ବଲରେ ୪ ରନ୍‌ ମିଳିଥିଲା। ଏମିତିରେ ବାଲାଂଦେଶ ଟିମ୍‌ ବଲ୍‌ରେ ୫ ରନ୍‌ ପାଇବାରେ ସଫଳ ହୋଇଥିଲା। କିଛି ଏଭଳି ଭାବେ ବାଲାଂଦେଶ ଇନିଂସରେ ୧ ବଲ୍‌ରେ ୧୦ ରନ୍‌ ସ୍କୋର ହୋଇଥିଲା। ଟେଷ୍ଟ କ୍ରିକେଟରେ ଏହି ଘଟଣା ଚକିତ କରିଥିଲା। କାରଣ ଏଭଳି ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ ଯେତେବେଳେ କୌଣସି ଟିମ୍‌ ଟେଷ୍ଟ ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌ କରିଥାଏ।

The post ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା; ଦେଖନ୍ତୁ Video appeared first on Dharitri Odia News.