ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା
ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ସେ ‘ମଦର ଅଫ୍ ଇଣ୍ଡିଆ’ କହିଥିବା ବେଳେ କଂଗ୍ରେସର ଦିବଂଗତ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କରୁଣାକରନ୍ଙ୍କୁ ସାହସୀ ପ୍ରଶାସକ ବୋଲି କହିଛନ୍ତି। ଏପରିକି କରୁଣାକରନ୍ ଏବଂ ମାର୍କବାଦୀ ନେତା ଇ.କେ. ନୟନାରଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ସେ କହିଛନ୍ତି। ପୁନକୁନ୍ନମସ୍ଥିତ କରୁଣାକରନ୍ ସ୍ମାରକ ‘ମୁରଲୀ ମନ୍ଦିର’ […] The post ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା appeared first on Dharitri Odia News.
ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ସେ ‘ମଦର ଅଫ୍ ଇଣ୍ଡିଆ’ କହିଥିବା ବେଳେ କଂଗ୍ରେସର ଦିବଂଗତ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କରୁଣାକରନ୍ଙ୍କୁ ସାହସୀ ପ୍ରଶାସକ ବୋଲି କହିଛନ୍ତି। ଏପରିକି କରୁଣାକରନ୍ ଏବଂ ମାର୍କବାଦୀ ନେତା ଇ.କେ. ନୟନାରଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ସେ କହିଛନ୍ତି।
ପୁନକୁନ୍ନମସ୍ଥିତ କରୁଣାକରନ୍ ସ୍ମାରକ ‘ମୁରଲୀ ମନ୍ଦିର’ ଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପି କହିଛନ୍ତି, ତାଙ୍କ ଗସ୍ତର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। କେବଳ ସେ ନିଜର ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଛନ୍ତି। ସେ ଇନ୍ଦିରାଙ୍କୁ ‘ମଦର ଅଫ୍ ଇଣ୍ଡିଆ’ ବୋଲି ଭାବନ୍ତି, ହେଲେ କରୁଣାକରନ୍ ତାଙ୍କ ପାଇଁ ‘ରାଜ୍ୟରେ କଂଗ୍ରେସର ଦଳର ବାପା’ ଥିଲେ। କରୁଣାକରନ୍ଙ୍କୁ କେରଳ କଂଗ୍ରେସର ବାପା ବୋଲି କହିବା ଦକ୍ଷିଣ ରାଜ୍ୟର ସବୁଠାରୁ ପୁରୁଣା ଦଳର ସଂସ୍ଥାପକ ଙ୍କ ପ୍ରତି ଅନାଦର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
କହିରଖୁଛୁ, ଗୋପି ତ୍ରିଶୁର ଲୋକ ସଭା ଆସନ ଜିତି କେରଳରେ ଭାଜପାର ଖାତା ଖୋଲିଛନ୍ତି। ଏହି ଆସନରେ ମୁକାବିଲା ତ୍ରିକୋଣୀୟ ଥିଲା, ଯେଉଁଥିରେ କଂଗ୍ରେସ, ଭାଜପା ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀର ପ୍ରାର୍ଥୀଙ୍କୁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏହି ନିର୍ବାଚନରେ ସେ ମଧ୍ୟ କରୁଣାକରନ୍ଙ୍କ ପୁଅଙ୍କୁ ହରାଇ ବିଜେତା ହୋଇଛନ୍ତି।
The post ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା appeared first on Dharitri Odia News.