ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଭାଜପାର ସଦସ୍ୟତା ଅଭିଯାନ, ମୋଦି ହେବେ ପ୍ରଥମ ସଦସ୍ୟ

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୨ରୁ ସାରା ଦେଶରେ ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ପ୍ରଥମ ସଦସ୍ୟ କରି ସେପ୍ଟେମ୍ବର ୨ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଅଭିଯାନ ଆରମ୍ଭ କରିବେ। ମିସ କଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଭାଜପାର ସଦସ୍ୟ ହେବେ। ମଙ୍ଗଳବାର ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ଜାତୀୟ ସାଧାରଣ ସଚିବ ତଥା ଦଳର ଜାତୀୟ ସଦସ୍ୟତା […] The post ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଭାଜପାର ସଦସ୍ୟତା ଅଭିଯାନ, ମୋଦି ହେବେ ପ୍ରଥମ ସଦସ୍ୟ appeared first on Dharitri Odia News.

ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଭାଜପାର ସଦସ୍ୟତା ଅଭିଯାନ, ମୋଦି ହେବେ ପ୍ରଥମ ସଦସ୍ୟ

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୨ରୁ ସାରା ଦେଶରେ ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ପ୍ରଥମ ସଦସ୍ୟ କରି ସେପ୍ଟେମ୍ବର ୨ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଅଭିଯାନ ଆରମ୍ଭ କରିବେ। ମିସ କଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଭାଜପାର ସଦସ୍ୟ ହେବେ।
ମଙ୍ଗଳବାର ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ଜାତୀୟ ସାଧାରଣ ସଚିବ ତଥା ଦଳର ଜାତୀୟ ସଦସ୍ୟତା ଅଭିଯାନର ସଂଯୋଜକ ବିନୋଦ ତାୱଡେ କହିଛନ୍ତି ଯେ ଭାଜପାର ସମ୍ବିଧାନ ଅନୁଯାୟୀ ପ୍ରତି ୫-୬ବର୍ଷରେ ସମସ୍ତେ ସଦସ୍ୟ ହୋଇଥାନ୍ତି। କରୋନା ସଙ୍କଟ ସମୟରେ, ଏହି ସଦସ୍ୟତା ଅଭିଯାନ କେବଳ ସୀମିତ ଆଧାରରେ ଚାଲିଥିଲା। କିନ୍ତୁ ବର୍ତ୍ତମାନ ସେପ୍ଟେମ୍ବର ୨ରୁ ଦଳ ସାରା ଦେଶରେ ଏହାର ସଦସ୍ୟତା ଅଭିଯାନ (ସଙ୍ଗଠନ ପର୍ବ) ଆରମ୍ଭ କରିବାକୁ ଯାଉଛି। ଆସନ୍ତା ମାସରେ, ସେପ୍ଟେମ୍ବର ୨ରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳର ପ୍ରଥମ ସଦସ୍ୟ କରିବେ ଏବଂ ଏହା ପରେ ସମଗ୍ର ଦେଶରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଏକ ମିସ କଲ ମାଧ୍ୟମରେ ଭାଜପାର ସଦସ୍ୟ ହେବେ ଏବଂ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨ତାରିଖ ଅପରାହ୍ନ ୫ଟା ସମୟରେ ଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଦେଶର ଯେକୌଣସି ନାଗରିକ 8800002024 ନମ୍ବରରେ କିମ୍ବା NaMo ଆପ ମାଧ୍ୟମରେ ମିସ କଲ ଦେଇ ଭାଜପାର ସଦସ୍ୟତା ଗ୍ରହଣ କରିପାରିବେ।

The post ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଭାଜପାର ସଦସ୍ୟତା ଅଭିଯାନ, ମୋଦି ହେବେ ପ୍ରଥମ ସଦସ୍ୟ appeared first on Dharitri Odia News.