ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବୁଧବାର ଜନସମ୍ପର୍କ ପଦଯାତ୍ରା ଓ ସାଙ୍ଗଠନିକ ବୈଠକ ପୂର୍ବତନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି ଏଥିରେ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥିଭାବେ ଦଳର ରାଜ୍ୟ ଉପସଭାପତି ତଥା ସାଙ୍ଗଠନିକ ଅଧ୍ୟକ୍ଷ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ଦଳର ରାଜ୍ୟ ମୁଖପାତ୍ର ଭୃଗୁବକ୍ସି ପାତ୍ର, […] The post ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ appeared first on Dharitri Odia News.

ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବୁଧବାର ଜନସମ୍ପର୍କ ପଦଯାତ୍ରା ଓ ସାଙ୍ଗଠନିକ ବୈଠକ ପୂର୍ବତନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି ଏଥିରେ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥିଭାବେ ଦଳର ରାଜ୍ୟ ଉପସଭାପତି ତଥା ସାଙ୍ଗଠନିକ ଅଧ୍ୟକ୍ଷ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ଦଳର ରାଜ୍ୟ ମୁଖପାତ୍ର ଭୃଗୁବକ୍ସି ପାତ୍ର, ଗଞ୍ଜାମ ଜିଲାର ଦଳୀୟ ବରିଷ୍ଠ ନେତା ରଞ୍ଜନ ପଲେଇ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମାଲକାନ୍ତ ପାଣ୍ଡେ, ଜି. ଉଦୟଗିରି ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଗ, ଜିଲ୍ଲାପରିଷଦ ସଦସ୍ୟ ନୀଳିମା ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଦଳର ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।

ପ୍ରକାଶ ଯେ, ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ଜନସମ୍ପର୍କ ଉଦ୍ଦେଶ୍ୟରେ ଭାଜପା ସରକାର ଡବଲ ଇଞ୍ଜିନ କଥା କହି ଭୋଟ ନେଲେ ମିଥ୍ୟା ପ୍ରତିଶୃତି ଦେଇ ଭତ୍ତା ୩ ହଜାର ଦିଆଯିବ କହିବା ସହ ବିଦ୍ୟୁତ ୩ ଶହ ୟୁନିଟ ଛାଡ଼, ସୁଭଦ୍ରା ଯୋଜନାରେ ଏହି ୫୦ ହଜାର ଦେବି କହି ଏବେ ମାତ୍ର ୫ ହଜାର ଦେବା ନେଇ ଦଳ ପ୍ରତିବାଦ କରିବା ସହ ଭାଜପା ଲୋକଙ୍କୁ ମିଥ୍ୟାପ୍ରତିଶ୍ରୁତି ଦେଇଥିବା କୁହାଯାଇଥିଲା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡିକୁ ଜିତାଇବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା।

The post ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ appeared first on Dharitri Odia News.