ଇନ୍ଦିରାଙ୍କଠାରୁ ପ୍ରିୟଙ୍କାଙ୍କ ଯାଏ, ଦକ୍ଷିଣ ଭାରତ ଏବଂ ଗାନ୍ଧୀ ପରିବାରର ରହିଛି ଖାସ୍ ସମ୍ପର୍କ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା ସହା ସେଠାକାର ଲୋକଙ୍କ ସହ ନିଜର ସମ୍ପର୍କକୁ ନେଇ ଅତ୍ୟନ୍ତ ଭାବନାତ୍ମକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୱାୟନାଡର ଲୋକମାନେ ସେହି ସମୟରେ ଉର୍ଜା ଦେଇଥିଲେ ଯେତେବେଳେ ସେ ଖରାପ ସ୍ଥିତି ଦେଇ ଗତି କରୁଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀ ସେଠାରେ ଖାଲି ହୋଇଥିବା ଆସନରେ ଉପନିର୍ବାଚନ ଲଢିବେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଗାନ୍ଧୀ ପରିବାର ଦକ୍ଷିଣ ରାସ୍ତାରେ ରାଜନୀତିକୁ ବଢାଇବା ଉପରେ ନିଷ୍ପତ୍ତି ନେଇଛି । ଏମର୍ଜେନ୍ସି ପରେ ରାୟବରେଲି ଆସନରୁ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ କମବ୍ୟାକ୍ ସହଜ ନଥିଲା ସେହି ସମୟରେ କର୍ଣ୍ଣାଟକର ଚିକମଙ୍ଗଲୁର ଆସନ ତାଙ୍କ ରାଜନୀତିକ ଜୀବନ ପାଇଁ ସଞ୍ଜୀବନୀ କାମ କରିଥିଲା ।ସେହି ସମୟରେ ୧୯୭୮ ଉପନିର୍ବାଚନ ପାଇଁ ଏକ ସୁରକ୍ଷିତ ଆସନ ଖୋଜା ଯାଇଥିଲା । ଏହି ଆସନ ଥିଲା କର୍ଣ୍ଣାଟକର ଚିକମଙ୍ଗଲୁର । ସେତେବେଳେର ସାଂସଦ ଡିବି ଗୌଡ଼ା ଇସ୍ତଫା ଦେଇ ଆସନକୁ ଖାଲି କରିଥିଲେ, ଏଠାରେ ଇନ୍ଦିରାଙ୍କ ସାମନାରେ ସିଏମ୍ ବୀରେନ୍ଦ୍ର ପାଟିଲଙ୍କ ସହ ଲଢିବାର ଆହ୍ୱାନ ଥିଲା । ତେଣୁ ଇନ୍ଦିରାଙ୍କ ପାଇଁ ଏକ ନାରା ଲେଖାଗଲା । ଏକ୍ ସେରନୀ ଶୋ ଲଙ୍ଗୁର...ଚିକମଙ୍ଗଲୁର, ଚିକମଙ୍ଗଲୁର । ଭାଷାରେ ପଛରେ ରହିବା ସତ୍ତ୍ୱେ ଏହି ନାରା କାମ ଦେଇଥିଲା । କୁହାଯାଉଛି ଯେ ଏହି ଉପନିର୍ବାଚନର ପ୍ରଚାର ପାଇଁ ନିଜେ ଇନ୍ଦିରା ଗାନ୍ଧୀ ୧୭ରୁ ୧୮ ଘଣ୍ଟା ପ୍ରଚାର କରିଥିଲ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା ସହା ସେଠାକାର ଲୋକଙ୍କ ସହ ନିଜର ସମ୍ପର୍କକୁ ନେଇ ଅତ୍ୟନ୍ତ ଭାବନାତ୍ମକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୱାୟନାଡର ଲୋକମାନେ ସେହି ସମୟରେ ଉର୍ଜା ଦେଇଥିଲେ ଯେତେବେଳେ ସେ ଖରାପ ସ୍ଥିତି ଦେଇ ଗତି କରୁଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀ ସେଠାରେ ଖାଲି ହୋଇଥିବା ଆସନରେ ଉପନିର୍ବାଚନ ଲଢିବେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଗାନ୍ଧୀ ପରିବାର ଦକ୍ଷିଣ ରାସ୍ତାରେ ରାଜନୀତିକୁ ବଢାଇବା ଉପରେ ନିଷ୍ପତ୍ତି ନେଇଛି । ଏମର୍ଜେନ୍ସି ପରେ ରାୟବରେଲି ଆସନରୁ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ କମବ୍ୟାକ୍ ସହଜ ନଥିଲା ସେହି ସମୟରେ କର୍ଣ୍ଣାଟକର ଚିକମଙ୍ଗଲୁର ଆସନ ତାଙ୍କ ରାଜନୀତିକ ଜୀବନ ପାଇଁ ସଞ୍ଜୀବନୀ କାମ କରିଥିଲା ।
ସେହି ସମୟରେ ୧୯୭୮ ଉପନିର୍ବାଚନ ପାଇଁ ଏକ ସୁରକ୍ଷିତ ଆସନ ଖୋଜା ଯାଇଥିଲା । ଏହି ଆସନ ଥିଲା କର୍ଣ୍ଣାଟକର ଚିକମଙ୍ଗଲୁର । ସେତେବେଳେର ସାଂସଦ ଡିବି ଗୌଡ଼ା ଇସ୍ତଫା ଦେଇ ଆସନକୁ ଖାଲି କରିଥିଲେ, ଏଠାରେ ଇନ୍ଦିରାଙ୍କ ସାମନାରେ ସିଏମ୍ ବୀରେନ୍ଦ୍ର ପାଟିଲଙ୍କ ସହ ଲଢିବାର ଆହ୍ୱାନ ଥିଲା । ତେଣୁ ଇନ୍ଦିରାଙ୍କ ପାଇଁ ଏକ ନାରା ଲେଖାଗଲା । ଏକ୍ ସେରନୀ ଶୋ ଲଙ୍ଗୁର...ଚିକମଙ୍ଗଲୁର, ଚିକମଙ୍ଗଲୁର । ଭାଷାରେ ପଛରେ ରହିବା ସତ୍ତ୍ୱେ ଏହି ନାରା କାମ ଦେଇଥିଲା । କୁହାଯାଉଛି ଯେ ଏହି ଉପନିର୍ବାଚନର ପ୍ରଚାର ପାଇଁ ନିଜେ ଇନ୍ଦିରା ଗାନ୍ଧୀ ୧୭ରୁ ୧୮ ଘଣ୍ଟା ପ୍ରଚାର କରିଥିଲେ । ନିର୍ବାଚନ ଫଳାଫଳ ମଧ୍ୟ ଇନ୍ଦିରାଙ୍କ ସପକ୍ଷରେ ଆସିଲା ଏବଂ ୭୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଲେ । ତାଙ୍କ ବିରୋଧରେ ଲଢୁଥିବା ୨୬ ଜଣ ଅମାନତ ହରାଇଥିଲେ ।
ଅନ୍ୟପଟେ ଦକ୍ଷିଣର ବେଲ୍ଲାରି ଆସନ ସହ ଗାନ୍ଧୀ ପରିବାର ସମ୍ପର୍କ ରହିଛି । ୧୯୯୯ରେ କର୍ଣ୍ଣାଟକର ବେଲ୍ଲାରି ଆସନରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜର ପ୍ରଥମ ନିର୍ବାଚନ ଏହି ଆସନରେ ଲଢିଥିଲେ । ତାଙ୍କ ସାମନାରେ ବିଜେପି ନିଜର ଫାୟାର ବ୍ରାଣ୍ଡ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଓହ୍ଲାଇଥିଲା । ଦୁହିଁଙ୍କ ଲଢେଇ ପାଇଁ ବେଲ୍ଲାରି ଆସନ ରାଷ୍ଟ୍ରୀୟ ରାଜନୀତିରେ ବେଶ ଚର୍ଚ୍ଚିତ ହୋଇଥିଲା । ତେବେ ସୁଷମା ସ୍ୱରଜାଙ୍କୁ ହରାଇବା ପରେ ପରେ ସୋନିଆ ଗାନ୍ଧୀ ବେଲ୍ଲାରି ଆସନ ଛାଡ଼ିଥିଲେ ଏବଂ ଆମେଠିକୁ ନିଜ ପାଖରେ ରଖିଥିଲେ ।
୨୦୧୯ ମସିହାରେ ଆମେଠିରୁ ରାହୁଲ ଗାନ୍ଧୀ ହାରିଥିବା ବେଳେ ୱାୟନାଡରୁ ବିଜୟୀ ହୋଇ ଲୋକସଭା ପହଞ୍ଚିଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୀତିକ ପିଚ୍ ମଧ୍ୟ ଦକ୍ଷିଣ ଭାରତରୁ ପ୍ରସ୍ତୁତ ହେଉଛି । ସେ ୱାୟନାଡରୁ ଲୋକସଭା ଉପନିର୍ବାଚନ ଲଢିବେ ।