ଇନ୍ଦୋରରେ ଲଜ୍ଜା...ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌,ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।

ଇନ୍ଦୋରରେ ଲଜ୍ଜା...ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌,ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ମଙ୍ଗଳବାର ସନ୍ଧ୍ୟାରେ ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦୁର୍ବୃତ୍ତମାନେ ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଗୁରୁତର ଆକ୍ରମଣ କରିବା ପରେ ଏହି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଉଛି।

ସୂଚନା ଅନୁସାରେ ସେମାନେ ଲୁଟ୍ ଉଦ୍ଦେଶ୍ୟରେ ପ୍ରଥମେ ଆକ୍ରମଣ ଆଉ ପରେ ଜଣେ ବାନ୍ଧବୀଙ୍କୁ ଗଣୁଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଧରି ଦୁର୍ବୃତ୍ତମାନେ ଜଣେ ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପଣବନ୍ଦୀ ରଖି ପରେ ପ୍ରଥମେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ସେମାନଙ୍କୁ ଆକ୍ରମଣ କରିବା ସହ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଆହତ ଆର୍ମି ଅଫିସର ୧୦୦ ନମ୍ବରକୁ ଡାଏଲ କରିବା ପରେ ଘଟଣାସ୍ଥଳରେ ତୁରନ୍ତ ସେନାର ଯବାନ ପହଞ୍ଚିଥିଲେ ଏବଂ ୪ ଜଣଙ୍କୁ ଉଦ୍ଧାର କରି ମୋହ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।